ଆସନ୍ତା ୧୪ରେ ଆବୁଧାବିରେ ହିନ୍ଦୁ ମନ୍ଦିର ଉଦ୍‌ଘାଟନ କରିବେ ମୋଦି

ଆବୁଧାବି/ନୂଆଦିଲ୍ଲୀ,୧।୨: ଫେବୃଆରୀ ୧୪ରେ ୟୁଏଇର ରାଜଧାନୀ ଆବୁଧାବିରେ ପ୍ରଧାନମନ୍ତ୍ରୀ ମୋଦି ବିଏପିଏସ୍‌ ହିନ୍ଦୁ ମନ୍ଦିରର ଉଦ୍‌ଘାଟନ କରିବେ। ପ୍ରଧାନମନ୍ତ୍ରୀଙ୍କ ଗସ୍ତ ପୂର୍ବରୁ ବିଏପିଏସ୍‌ ହିନ୍ଦୁ ମନ୍ଦିରରେ ସାରା ବିଶ୍ୱରୁ କୂଟନୀତିଜ୍ଞମାନେ ଉପସ୍ଥିତ ଥିଲେ। ରାଷ୍ଟ୍ରଦୂତ ସଞ୍ଜୟ ସୁଧୀର କୂଟନୀତିଜ୍ଞମାନଙ୍କୁ ଧନ୍ୟବାଦ ଜଣାଇବା ସହ ମନ୍ଦିର ନିର୍ମାଣରେ ଖୁସି ବ୍ୟକ୍ତ କରିଥିଲେ। ସେ କହିଛନ୍ତି, ଏହା ଅସମ୍ଭବ କିନ୍ତୁ ସ୍ବପ୍ନ ବାସ୍ତବରେ ପରିଣତ ହୋଇଛି। ଏହି ସମୟରେ କୂଟନୀତିଜ୍ଞମାନେ ମନ୍ଦିରର ସ୍ଥାପତ୍ୟକୁ ମଧ୍ୟ ପ୍ରଶଂସା କରିଥିଲେ। ଭାରତୀୟ ଦୂତାବାସ […] The post ଆସନ୍ତା ୧୪ରେ ଆବୁଧାବିରେ ହିନ୍ଦୁ ମନ୍ଦିର ଉଦ୍‌ଘାଟନ କରିବେ ମୋଦି appeared first on Dharitri Odia News.

ଆସନ୍ତା ୧୪ରେ ଆବୁଧାବିରେ ହିନ୍ଦୁ ମନ୍ଦିର ଉଦ୍‌ଘାଟନ କରିବେ ମୋଦି

ଆବୁଧାବି/ନୂଆଦିଲ୍ଲୀ,୧।୨: ଫେବୃଆରୀ ୧୪ରେ ୟୁଏଇର ରାଜଧାନୀ ଆବୁଧାବିରେ ପ୍ରଧାନମନ୍ତ୍ରୀ ମୋଦି ବିଏପିଏସ୍‌ ହିନ୍ଦୁ ମନ୍ଦିରର ଉଦ୍‌ଘାଟନ କରିବେ। ପ୍ରଧାନମନ୍ତ୍ରୀଙ୍କ ଗସ୍ତ ପୂର୍ବରୁ ବିଏପିଏସ୍‌ ହିନ୍ଦୁ ମନ୍ଦିରରେ ସାରା ବିଶ୍ୱରୁ କୂଟନୀତିଜ୍ଞମାନେ ଉପସ୍ଥିତ ଥିଲେ। ରାଷ୍ଟ୍ରଦୂତ ସଞ୍ଜୟ ସୁଧୀର କୂଟନୀତିଜ୍ଞମାନଙ୍କୁ ଧନ୍ୟବାଦ ଜଣାଇବା ସହ ମନ୍ଦିର ନିର୍ମାଣରେ ଖୁସି ବ୍ୟକ୍ତ କରିଥିଲେ। ସେ କହିଛନ୍ତି, ଏହା ଅସମ୍ଭବ କିନ୍ତୁ ସ୍ବପ୍ନ ବାସ୍ତବରେ ପରିଣତ ହୋଇଛି। ଏହି ସମୟରେ କୂଟନୀତିଜ୍ଞମାନେ ମନ୍ଦିରର ସ୍ଥାପତ୍ୟକୁ ମଧ୍ୟ ପ୍ରଶଂସା କରିଥିଲେ।

ଭାରତୀୟ ଦୂତାବାସ ସୋସିଆଲ ମିଡିଆ ପ୍ଲାଟଫର୍ମ ‘ଏକ୍ସ’ରେ କିଛି ଫଟୋ ମଧ୍ୟ ଶେୟାର କରିଛି। ଏଥିରେ କ୍ୟାପଶନ ଲେଖାଅଛି, ‘ବିଏପିଏସ୍‌’ ହିନ୍ଦୁ ମନ୍ଦିରର ଉଦ୍‌ଘାଟନ ପାଇଁ କିଛିଦିନ ବାକି ଅଛି। ଏହାପୂର୍ବରୁ ରାଷ୍ଟ୍ରଦୂତ ସଞ୍ଜୟ ସୁଧୀର କୂଟନୀତିଜ୍ଞମାନଙ୍କୁ ମନ୍ଦିରର ଏକ ସ୍ବତନ୍ତ୍ର ଯାତ୍ରା କରିଥିଲେ। ରାଷ୍ଟ୍ରଦୂତ ମନ୍ଦିରର ଅନନ୍ୟ ସ୍ଥାପତ୍ୟ, ଉଦ୍ଦେଶ୍ୟ ଏବଂ ଏକତା, ଶାନ୍ତି ଏବଂ ସୌହାର୍ଦ୍ଦ୍ୟ ସମ୍ପର୍କରେ କୂଟନୀତିଜ୍ଞମାନଙ୍କୁ ଅବଗତ କରାଇଥିଲେ।

ସଞ୍ଜୟଙ୍କ ନିମନ୍ତ୍ରଣ କ୍ରମେ ୪୨ ଦେଶର ପ୍ରତିନିଧି ଆବୁଧାବିର ଏହି ହିନ୍ଦୁ ମନ୍ଦିର ପରିଦର୍ଶନ କରିଛନ୍ତି। ୬୦ରୁ ଅଧିକ ଅତିଥିଙ୍କୁ ଫୁଲମାଳ ସହିତ ସ୍ବାଗତ କରାଯାଇଥିଲା। ତାଙ୍କୁ ମନ୍ଦିର ବିଷୟରେ ସୂଚନା ଦିଆଯାଇଥିଲା। ହିନ୍ଦୁ ପରମ୍ପରା ବିଷୟରେ ମଧ୍ୟ ଅବଗତ କରାଯାଇଥିଲା।

UAE: अबू धाबी के हिंदू मंदिर की सुंदरता के कायल हुए 42 देशों के 60 प्रतिनिधि, पीएम मोदी 14 फरवरी को करेंगे उद्घाटन

ଯେଉଁ ଦେଶଗୁଡ଼ିକ ଏହି ମନ୍ଦିର ପରିଦର୍ଶନ କରିଥିଲେ ସେମାନଙ୍କ ମଧ୍ୟରେ ଆମେରିକା, ଆର୍ଜେଣ୍ଟିନା, ଆର୍ମେନିଆ, ବହରିନ, ବାଂଲାଦେଶ, ଜର୍ମାନୀ, ଘାନା, ଆୟର୍ଲାଣ୍ଡ, ଇସ୍ରାଏଲ, ଇଟାଲୀ, କାନାଡା, ଚାଡ, ଚିଲି, ସାଇପ୍ରସ, ଚେକ ରିପବ୍ଲିକ, ଡୋମିନିକାନ ରିପବ୍ଲିକ, ଇଜିପ୍ଟ, ୟୁରୋପୀୟ ୟୁନିଅନ, ଫିଜି, ଗାମ୍ବିଆର ବରିଷ୍ଠ ରାଷ୍ଟ୍ରଦୂତ ଏବଂ ରାଜନେତାମାନେ ଏଥିରେ ସାମିଲ ହୋଇଥିଲେ।

The post ଆସନ୍ତା ୧୪ରେ ଆବୁଧାବିରେ ହିନ୍ଦୁ ମନ୍ଦିର ଉଦ୍‌ଘାଟନ କରିବେ ମୋଦି appeared first on Dharitri Odia News.