ଓଡ଼ିଶାରେ ଆଉ ମିଳିବନି ମଦ! ମନ୍ତ୍ରୀ ଦେଲେ ବଡ଼ ବୟାନ

ଭୁବନେଶ୍ୱର,୨୬।୬: ଓଡ଼ିଶା ହେବ ମଦମୁକ୍ତ। ରାଜ୍ୟକୁ ମଦମୁକ୍ତ କରିବାକୁ ସରକାର ଅଣ୍ଟା ଭିଡ଼ିଛନ୍ତି। ଏନେଇ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ବୟାନ ଦେଇଛନ୍ତି। ସରକାରୀ ସ୍ତରରେ ଅନେକ ରାଜ୍ୟରେ ମଦ ବନ୍ଦ ହୋଇଛି। ଓଡିଶା ସରକାର ମଧ୍ୟ ମଦ ବନ୍ଦ କରିବାକୁ ଚେଷ୍ଟା କରିବେ ବୋଲି ସେ କହିଛନ୍ତି। ତେବେ ଓଡ଼ିଶାକୁ ମଦ ଓ ନିଶା ମୁକ୍ତ କରିବାକୁ ଭାଜପା ସରକାର ଯୋଜନା କରୁଛନ୍ତି। ଅବକାରୀ ସମେତ ବିଭିନ୍ନ ବିଭାଗ ସହ […] The post ଓଡ଼ିଶାରେ ଆଉ ମିଳିବନି ମଦ! ମନ୍ତ୍ରୀ ଦେଲେ ବଡ଼ ବୟାନ appeared first on Dharitri Odia News.

ଓଡ଼ିଶାରେ ଆଉ ମିଳିବନି ମଦ! ମନ୍ତ୍ରୀ ଦେଲେ ବଡ଼ ବୟାନ

ଭୁବନେଶ୍ୱର,୨୬।୬: ଓଡ଼ିଶା ହେବ ମଦମୁକ୍ତ। ରାଜ୍ୟକୁ ମଦମୁକ୍ତ କରିବାକୁ ସରକାର ଅଣ୍ଟା ଭିଡ଼ିଛନ୍ତି। ଏନେଇ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ବୟାନ ଦେଇଛନ୍ତି। ସରକାରୀ ସ୍ତରରେ ଅନେକ ରାଜ୍ୟରେ ମଦ ବନ୍ଦ ହୋଇଛି। ଓଡିଶା ସରକାର ମଧ୍ୟ ମଦ ବନ୍ଦ କରିବାକୁ ଚେଷ୍ଟା କରିବେ ବୋଲି ସେ କହିଛନ୍ତି।

ତେବେ ଓଡ଼ିଶାକୁ ମଦ ଓ ନିଶା ମୁକ୍ତ କରିବାକୁ ଭାଜପା ସରକାର ଯୋଜନା କରୁଛନ୍ତି। ଅବକାରୀ ସମେତ ବିଭିନ୍ନ ବିଭାଗ ସହ ଆଲୋଚନା ହେବ। ଆଲୋଚନା ହୋଇ ପର୍ଯ୍ୟାୟକ୍ରମେ ପଦକ୍ଷେପ ନିଆଯିବ। ସୁସ୍ଥ ସମାଜ ଗଠନ ପାଇଁ ଏହା ବେଶ ଆବଶ୍ୟକ ବୋଲି ମନ୍ତ୍ରୀ କହିଛନ୍ତି ।

ପୂର୍ବରୁ ମଧ୍ୟ ବିହାର, ଗୁଜୁରାଟ, ମିଜୋରାମ, ନାଗାଲାଣ୍ଡ, ଏବଂ ଲାକ୍ଷାଦୀପରେ ବନ୍ଦ ବ୍ୟାନ କରାଯାଇଥିଲା। ଏହା ଦେଶର ମଦମୁକ୍ତ ରାଜ୍ୟ ପାଇଁ ପରିଚିତ। ଏଣିକି ଓଡ଼ିଶା ମଧ୍ୟ ଏହି ତାଲିକାରେ ସାମିଲ ହେବାକୁ ଯାଉଛି।

The post ଓଡ଼ିଶାରେ ଆଉ ମିଳିବନି ମଦ! ମନ୍ତ୍ରୀ ଦେଲେ ବଡ଼ ବୟାନ appeared first on Dharitri Odia News.