ଓଡ଼ିଶାରେ ୩୭ ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଦେଲା ଏଏପି, ଜାଣନ୍ତୁ କେଉଁଠୁ କିଏ ପାଇଲେ…
ଭୁବନେଶ୍ୱର,୧୮।୪: ଓଡ଼ିଶାରେ ଆମ ଆଦମୀ ପାର୍ଟି(ଏଏପି) ବିଧାନସଭା ପ୍ରାର୍ଥୀ ତାଲିକା ଘୋଷଣା କରିଛି। ପ୍ରଥମ ପର୍ଯ୍ୟାୟରେ ଦଳ ରାଜ୍ୟର ୩୭ ବିଧାନସଭା ଆସନ ଲାଗି ପ୍ରାର୍ଥୀ ଦେଇଛି। ବରଗଡ଼ରୁ ଆଶିଷ ଶତପଥୀ, ପଦ୍ମପୁରରୁ ବାଲ୍ମୀକି ନାୟକ, ଢେଙ୍କାନାଳରୁ ଭାରତ କୁମାର ଦାସ, ଅନୁଗୋଳରୁ ଦୀପ୍ତିମୟୀ ଦାସ, ବଲାଙ୍ଗୀରରୁ ଆଶିଷ ପାଣ୍ଡେ, ଭବାନୀପାଟଣାରୁ ରମେଶ ନାୟକ, ଚୌଦ୍ବାର-କଟକରୁ ବିଜୟଲକ୍ଷ୍ମୀ ମହାପାତ୍ର, ମହାକାଳପଡ଼ାରୁ ବୈବମନୁ ବେଉରା, ପାଟକୁରାରୁ ଅଶୋକ କୁମାର ତ୍ରିପାଠୀ, ମାହାଙ୍ଗାରୁ ସାରଦା ପ୍ରସାଦ ଦାସ, ଆଠଗଡ଼ରୁ ଦେବୀ […] The post ଓଡ଼ିଶାରେ ୩୭ ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଦେଲା ଏଏପି, ଜାଣନ୍ତୁ କେଉଁଠୁ କିଏ ପାଇଲେ… appeared first on Dharitri Odia News.
ଭୁବନେଶ୍ୱର,୧୮।୪: ଓଡ଼ିଶାରେ ଆମ ଆଦମୀ ପାର୍ଟି(ଏଏପି) ବିଧାନସଭା ପ୍ରାର୍ଥୀ ତାଲିକା ଘୋଷଣା କରିଛି। ପ୍ରଥମ ପର୍ଯ୍ୟାୟରେ ଦଳ ରାଜ୍ୟର ୩୭ ବିଧାନସଭା ଆସନ ଲାଗି ପ୍ରାର୍ଥୀ ଦେଇଛି। ବରଗଡ଼ରୁ ଆଶିଷ ଶତପଥୀ, ପଦ୍ମପୁରରୁ ବାଲ୍ମୀକି ନାୟକ, ଢେଙ୍କାନାଳରୁ ଭାରତ କୁମାର ଦାସ, ଅନୁଗୋଳରୁ ଦୀପ୍ତିମୟୀ ଦାସ, ବଲାଙ୍ଗୀରରୁ ଆଶିଷ ପାଣ୍ଡେ, ଭବାନୀପାଟଣାରୁ ରମେଶ ନାୟକ, ଚୌଦ୍ବାର-କଟକରୁ ବିଜୟଲକ୍ଷ୍ମୀ ମହାପାତ୍ର, ମହାକାଳପଡ଼ାରୁ ବୈବମନୁ ବେଉରା, ପାଟକୁରାରୁ ଅଶୋକ କୁମାର ତ୍ରିପାଠୀ, ମାହାଙ୍ଗାରୁ ସାରଦା ପ୍ରସାଦ ଦାସ, ଆଠଗଡ଼ରୁ ଦେବୀ ପ୍ରସାଦ ମହାପାତ୍ର, ବୌଦ୍ଧରୁ ସ୍ମୃତି ଶାଶ୍ୱତୀ ମିଶ୍ରଙ୍କୁ ଦଳ ଟିକେଟ ଦେଇଛି। ସେହିପରି ବାଲିକୁଦା-ଏରସମାରୁ ବରଦା ପ୍ରସନ୍ନ ସାହୁ, ପୁରୀରୁ ସତ୍ୟଜିତ ମହାନ୍ତି, ବ୍ରହ୍ମଗିରିରୁ ଅଶ୍ୱିନୀ କୁମାର ସାମନ୍ତସିଂହାର, ଭୁବନେଶ୍ୱର-ଉତ୍ତରରୁ ସୋମନାଥ ରାଉତ, ଦଶପଲ୍ଲାରୁ ଆଲୋକ ନାୟକ, ଭଞ୍ଜନଗରରୁ କବିରାଜ ବେହେରା, ଛତ୍ରପୁରରୁ ରିତୁ କୁମାରୀ ସେଠୀ, ଗୋପାଳପୁରରୁ ପି. ନୀଳକଣ୍ଠ, ବ୍ରହ୍ମପୁରରୁ ସୁବାସ ଚନ୍ଦ୍ର ରାଉତ, ଦିଗପହଣ୍ଡିରୁ ପି. ମନୋଜ କୁମାର, ଚିକିଟିରୁ ଡୁକା ଶ୍ରୀନିବାସ, ପାରଳାଖେମୁଣ୍ଡିରୁ ମନୋଜ ବଡ଼ୋନାୟକ, ଜୟପୁରରୁ ଗୌରୀ ଚରଣ ଦେବଶର୍ମା, କୋରାପୁଟରୁ କର୍ପୁର ହନ୍ତାଳ, ଚିତ୍ରକୋଣ୍ଡାରୁ ଶରତ ଚନ୍ଦ୍ର ଗୁରୁଡା, ଜି. ଉଦୟଗିରିରୁ ଯୌବନ ମଲ୍ଲିକ, ନର୍ଲାରୁ ପୃଥ୍ବୀରାଜ ଛତ୍ରିଆ, ବଡ଼ଚଣାରୁ ବିଜୟ ଦାସ, ମୋରଡ଼ାରୁ ଶଙ୍କର୍ଷଣ ମିଶ୍ର, ଉଦଳାରୁ ରାଜକିଶୋର ମାରାଣ୍ଡି, ରେଙ୍ଗାଲିରୁ ସୀତାକାନ୍ତ ରୋହିଦାସ, ବଣାଇରୁ କୁନି ମୁଣ୍ଡା, ଅତାବିରାରୁ ଜୟକୃଷ୍ଣ ଛୁରିଆ, ଭଟଲିରୁ ଶାହରୁଖ ଲୋଧିଆ ଏବଂ ବ୍ରଜରାଜନଗରରୁ କୁମୁଦ ରଞ୍ଜନ ପ୍ରସାଦଙ୍କୁ ଦଳ ପ୍ରାର୍ଥୀ ଘୋଷଣା କରିଛି।
The post ଓଡ଼ିଶାରେ ୩୭ ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଦେଲା ଏଏପି, ଜାଣନ୍ତୁ କେଉଁଠୁ କିଏ ପାଇଲେ… appeared first on Dharitri Odia News.