ଓଡିଆ ଘରର ବୋହୂ ସାଜିଲେ ନେପାଳୀ ଝିଅ

ବାଙ୍କି : ନାଚି ନାଚି ଦୁଲୁକାଇଦେଲେ ବର । ଆଗେ ଆଗେ ବର ନାଚୁଛନ୍ତି ପଛରେ ବର କାରରେ ଅଛନ୍ତି କନିଆଁ । ବର ପାତ୍ର ଜଣଙ୍କ ଆମର ଧୂମ ନାଚୁଛନ୍ତି,କାହିଁକିନା ପାଇ ଯାଇଛନ୍ତି ତାଙ୍କ ମନର ମାନସୀକୁ । ଯାହାକୁ ଆଜି ସିଏ ସଜାଇବେ ପ୍ରାଣ ପ୍ରିୟା ପତ୍ନୀ । ବରଯାତ୍ରୀଙ୍କ ସହ ନାଚି ନାଚି ବେଦିରେ ପହଁଚିଲା ବର । ଚାଲିଲା ବାହାଘର ପରମ୍ପରା । ଆଉ ଏଠି ଥାଏ କନିଆଁ ଉପରେ ସମସ୍ତଙ୍କ […] The post ଓଡିଆ ଘରର ବୋହୂ ସାଜିଲେ ନେପାଳୀ ଝିଅ appeared first on KNews Odisha.

ଓଡିଆ ଘରର ବୋହୂ ସାଜିଲେ ନେପାଳୀ ଝିଅ
bride

ବାଙ୍କି : ନାଚି ନାଚି ଦୁଲୁକାଇଦେଲେ ବର । ଆଗେ ଆଗେ ବର ନାଚୁଛନ୍ତି ପଛରେ ବର କାରରେ ଅଛନ୍ତି କନିଆଁ । ବର ପାତ୍ର ଜଣଙ୍କ ଆମର ଧୂମ ନାଚୁଛନ୍ତି,କାହିଁକିନା ପାଇ ଯାଇଛନ୍ତି ତାଙ୍କ ମନର ମାନସୀକୁ । ଯାହାକୁ ଆଜି ସିଏ ସଜାଇବେ ପ୍ରାଣ ପ୍ରିୟା ପତ୍ନୀ । ବରଯାତ୍ରୀଙ୍କ ସହ ନାଚି ନାଚି ବେଦିରେ ପହଁଚିଲା ବର । ଚାଲିଲା ବାହାଘର ପରମ୍ପରା । ଆଉ ଏଠି ଥାଏ କନିଆଁ ଉପରେ ସମସ୍ତଙ୍କ ନଜର । କାହିଁକିନା ନେପାଳୀ ଝିଅ ହେଲା ଓଡିଆ ଘରର ବୋହୁ । ନାଲି ସାଢ଼ି ନାଲି ଚୁଡି ପିନ୍ଧି ଏକଦମ୍‌ ଲାଲ ଟୁକ୍‌ ଟୁକ୍‌ ଭଳି ସଜେଇ ହେଇ ବସିଥିଲା କନିଆଁ । ମନ୍ତ୍ର ବୁଝି ପାରୁନଥିଲେ ବି ସବୁକିଛି ଜାଣିପାରୁଥିଲେ ବାହାଘରର ରୀତିନୀତି ବିଷୟରେ ।

ହଁ ଆଜ୍ଞା ବେଦି ଉପରେ ଯିଏ କନିଆଁ ବେଶରେ ବସିଛନ୍ତି ସେ ଜଣେ ନେପାଳୀ ଝିଅ । କିନ୍ତୁ ଭଲ ପାଇବସିଥିଲେ ବର ସାଜିଥିବା ବାଙ୍କିର ପୁଅ ରାକେଶଙ୍କୁ । ସେଥିପାଇଁ ସାତ ଦରିଆ ଡେଇଁ ଧାଈଁ ଆସିଛନ୍ତି ନିଜ ପ୍ରେମିକ ସହ । ଯାହାପରେ ସମ୍ପୂର୍ଣ୍ଣ ହିନ୍ଦୁ ବୈଦିକ ରୀତିନୀତି ଅନୁଯାୟୀ କରାଯାଇଛି ବାହାଘର । କାନ୍ଥରେ ବି ଲେଖା ହୋଇଛି ରାକେଶ ସହିତ ଜଗତମାୟା । ତେବେ ଆସନ୍ତୁ ଜାଣିବା କେମିତି ଆରମ୍ଭ ହୋଇଥିଲା ଏ ଦୁହିଁଙ୍କର ପ୍ରେମର କାହାଣୀ ।

ସୁଦୂର ଦୁବାଇରେ କାର୍ଯ୍ୟ କରୁଥିବା ସମୟରେ ଏକ ସପିଙ୍ଗ ମଲରେ ଭେଟ ପରେ ଆରମ୍ଭ ହେଲା ପ୍ରେମ । ଶେଷରେ ଉଭୟ ଉଭୟ ଙ୍କୁ ଭଲ ପାଈ ସବୁ ଦିନ ବିବାହ ବନ୍ଧନରେ ବାନ୍ଧି ହୋଇ ରହିବାକୁ ନିଷ୍ପତ୍ତି କଲେ । ବାଙ୍କୀ ଦୁର୍ଗାପୁର ଗ୍ରାମ ପଞ୍ଚାୟତର ଭେଡ଼ା ରାମଚନ୍ଦ୍ରପୁର ଗ୍ରାମର ରାକେଶ କୁମାର ଗୋଛି ଦୁବାଇ ସରକାରଙ୍କର ପରିବହନ ବିଭାଗରେ ଡ଼୍ରାଇଭର ଭାବେ ଦୀର୍ଘ ତିନି ବର୍ଷ ଧରି କାର୍ଯ୍ୟ କରୁଛନ୍ତି। ବିଭିନ୍ନ ସମୟରେ ଜିନିଷ ପତ୍ର କିଣା କିଣି ପାଇଁ ସପିଙ୍ଗ ମଲକୁ ଯିବା ବେଳେ ନେପାଳର ଝିଅ ସେହି ସପିଙ୍ଗ ମଲରେ ଦୁଇ ତିନି ଥର ଦେଖା ହେବା ପରେ ଉଭୟ ଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଗଢି ଉଠିଲା। ନେପାଳର ଝିଅ ଜଗତମାୟା ଓରଫ ମାୟା ଏକ ଘରୋଇ କମ୍ପାନୀରେ ଚାକିରି କରିଛନ୍ତି। ଗତ କିଛି ମାସ ତଳେ ଦୁହେଁ ସମ୍ପୂର୍ଣ୍ଣ ଭାବେ ସ୍ଵାମୀ ସ୍ତ୍ରୀ ଭଳି ଲିଭ୍ ଇନ୍ ରିଲେସନରେ ରହିଥିଲେ। ଶେଷରେ ଉଭୟେ ବିବାହ କରି ଏକାଠି ରହିବା ପାଇଁ ନିଷ୍ପତ୍ତି କରି ସମ୍ପୂର୍ଣ୍ଣ ହିନ୍ଦୁ ରିତିନୀତିରେ ବିବାହ କରିବା ପାଇଁ ଦୁବାଇରୁ ଚାଲି ଆସିଲେ ବାଙ୍କୀ ଭେଡା ରାମଚଂଦ୍ର ପୁରରେ ଥିବା ନିଜ ଗାଁକୁ ।

ରାକେଶ ନେପାଳ ଝିଅ ଙ୍କୁ ବିବାହ କରିବା ପାଇଁ ନିଜ ପରିବାର ସହ ନିଜ ମାଆ ଙ୍କୁ ମାୟା ଙ୍କୁ ଭଲ ପାଉଥିବା କଥା କହି ବୈଦିକ ରୀତିରେ ବିବାହ କରିବା ପାଇଁ କହି ମାଆ ଙ୍କ ଠାରୁ ସମ୍ମତି ପାଇ ଦିନ ଧାର୍ଯ୍ୟ କରି ଗ୍ରାମବାସୀ ଙ୍କ ସହଯୋଗ ରେ ବିବାହ ବଡ଼ ଆଡ଼ମ୍ବରେ ନିଜ ଗ୍ରାମ ଠାକୁରାଣୀ ଗ୍ରାମ ଦେବତୀ ଙ୍କ ପୀଠ ରେ ବ୍ରାହ୍ମଣ ଙ୍କ ଦ୍ଵାରା ବିଭାଘର ଅନୁଷ୍ଠିତ ହୋଇଯାଇଛି। ନେପାଳ ଝିଅ ହୋଈ ଓଡିଆ ବୋହୁ ଭଳି ପରିବାର ରେଓ ଗ୍ରାମ ରେ ଓଡିଆ ବୋହୁ ପରି ଚଳୁଥିବାରୁ ପରିବାର ରେ ମଧ୍ଯ ଖୁସି। ଆଗାମୀ ୧୨ତାରିଖ ରେ ଗାଆଁ ରୁ ପୁଣି ଦୁବାଇ କର୍ମ କ୍ଷେତ୍ର କୁ ଫେରିଯିବେ ବୋଲି ଉଭୟେ ଦମ୍ପତି କହିଛନ୍ତି ।

The post ଓଡିଆ ଘରର ବୋହୂ ସାଜିଲେ ନେପାଳୀ ଝିଅ appeared first on KNews Odisha.