ଓଡିଶା ବଜାରରେ ନକଲି ସମ୍ବଲପୁରୀ ଶାଢୀ; ରେଡିମେଡ ଛପା ଶାଢୀ ବିକି ମାଲାମାଲ ବେପାରୀ

କନକ ବ୍ୟୁରୋ : ବିଧାୟକ ନିହାର ରଂଜନ ମହାନନ୍ଦଙ୍କ ପ୍ରଶ୍ନର ଉତ୍ତର ଦେଲେ ବୟନ ଓ ହସ୍ତଶିଳ୍ପ ମନ୍ତ୍ରୀ ପ୍ରଦୀପ ବଳ ସାମନ୍ତ । ବଜାରରେ ପ୍ରବେଶ କରିଛି ସମ୍ବଲପୁରୀ ଶାଢୀ ଭଳି ଦିଶୁଥିବା ଅବିକଳ ଛାପା ଶାଢୀ । ମନ୍ତ୍ରୀ କହିଛନ୍ତି, ହସ୍ତତନ୍ତ ଶାଢୀ ବିକ୍ରୀରେ ମାନ୍ଦା ଅବସ୍ଥା ସୃଷ୍ଟି ହୋଇ ବୁଣାକାରମାନେ ହାତବାନ୍ଧି ବସିଥିବା ଅଭିଯୋଗ ସରକାରଙ୍କ ଦୃଷ୍ଟିକୁ ଆସିନାହିଁ । କିନ୍ତୁ ସମ୍ବଲପୁର ଶାଢୀ ଭଳି ଦେଖାଯାଉଥିବା ଶାଢୀ ଓଡିଶା ବଜାରରେ ବିକ୍ରି ହେଉଛି । ନକଲି ସମ୍ବଲପୁରୀ ଶାଢୀ ବଜାରରେ ବିକ୍ରି ହେବା ଫଳରେ ବୁଣାକାର କ୍ଷତିଗ୍ରସ୍ତ ହେଉଛନ୍ତି । ଗୋଟିଏ ଭଲ ସମ୍ବଲପୁରୀ ଶାଢୀ ବୁଣିବା ପାଇଁ ବୁଣାକାରଙ୍କୁ ୬ରୁ ୭ ହଜାର ଟଙ୍କା ଖର୍ଚ୍ଚ କରିବାକୁ ପଡିଥାଏ । କିନ୍ତୁ ବଜାରରେ ଅବିକଳ ଛାପା ଶାଢୀର ମୂଲ୍ୟ ହଜାରେ ଟଙ୍କା ରହିଛି । ଗ୍ରାହକ ସହଜରେ ପାର୍ଥକ୍ୟ ବାରିପାରୁନାହିଁ । ଆଉ ଠିକମିର ଶିକାର ହେଉଛି । ଆଉ ଏହି ନକଲି ଛାପା ଶାଢୀ ତିଆରି କରୁଛନ୍ତି ବାହାରର କମ୍ପାନୀ । ବିଧାନସଭାରେ ମନ୍ତ୍ରୀ ଦେଇଥିବା ତଥ୍ୟ ଅନୁସାରେ,୨୦୧୭ରେ ଏ ନେଇ ବରଗଡ ଟାଉନ ଥାନାରେ ମାମଲା ରୁଜୁ ହୋଇଥିଲା । ୨୦୨୦ରେ ବରଗଡ କୋର୍ଟରେ ଚାର୍ଜସିଟ ହୋଇଛି । ରାଜସ୍ଥାନର ଏକ କମ୍ପାନୀକୁ ସମନ ଜାରି ହୋଇଥିଲେ ବି ସଂପୃକ୍ତ କମ୍ପାନୀ ହାଜର ହୋଇନାହିଁ । ପୁଣି ଚଳିତମାସ ୨୦ ପାଇଁ ସମନ ଜାରି ହୋଇଛି । ସମ୍ବଲପୁରୀ ଡିଜାଇନର ଅବିକଲ ନକଲ କରି ରାଜ୍ୟ ବାହାରର ଟେକ୍ସ

ଓଡିଶା ବଜାରରେ ନକଲି ସମ୍ବଲପୁରୀ ଶାଢୀ; ରେଡିମେଡ ଛପା ଶାଢୀ ବିକି ମାଲାମାଲ ବେପାରୀ

କନକ ବ୍ୟୁରୋ : ବିଧାୟକ ନିହାର ରଂଜନ ମହାନନ୍ଦଙ୍କ ପ୍ରଶ୍ନର ଉତ୍ତର ଦେଲେ ବୟନ ଓ ହସ୍ତଶିଳ୍ପ ମନ୍ତ୍ରୀ ପ୍ରଦୀପ ବଳ ସାମନ୍ତ । ବଜାରରେ ପ୍ରବେଶ କରିଛି ସମ୍ବଲପୁରୀ ଶାଢୀ ଭଳି ଦିଶୁଥିବା ଅବିକଳ ଛାପା ଶାଢୀ । ମନ୍ତ୍ରୀ କହିଛନ୍ତି, ହସ୍ତତନ୍ତ ଶାଢୀ ବିକ୍ରୀରେ ମାନ୍ଦା ଅବସ୍ଥା ସୃଷ୍ଟି ହୋଇ ବୁଣାକାରମାନେ ହାତବାନ୍ଧି ବସିଥିବା ଅଭିଯୋଗ ସରକାରଙ୍କ ଦୃଷ୍ଟିକୁ ଆସିନାହିଁ । କିନ୍ତୁ ସମ୍ବଲପୁର ଶାଢୀ ଭଳି ଦେଖାଯାଉଥିବା ଶାଢୀ ଓଡିଶା ବଜାରରେ ବିକ୍ରି ହେଉଛି । ନକଲି ସମ୍ବଲପୁରୀ ଶାଢୀ ବଜାରରେ ବିକ୍ରି ହେବା ଫଳରେ ବୁଣାକାର କ୍ଷତିଗ୍ରସ୍ତ ହେଉଛନ୍ତି ।

ଗୋଟିଏ ଭଲ ସମ୍ବଲପୁରୀ ଶାଢୀ ବୁଣିବା ପାଇଁ ବୁଣାକାରଙ୍କୁ ୬ରୁ ୭ ହଜାର ଟଙ୍କା ଖର୍ଚ୍ଚ କରିବାକୁ ପଡିଥାଏ । କିନ୍ତୁ ବଜାରରେ ଅବିକଳ ଛାପା ଶାଢୀର ମୂଲ୍ୟ ହଜାରେ ଟଙ୍କା ରହିଛି । ଗ୍ରାହକ ସହଜରେ ପାର୍ଥକ୍ୟ ବାରିପାରୁନାହିଁ । ଆଉ ଠିକମିର ଶିକାର ହେଉଛି । ଆଉ ଏହି ନକଲି ଛାପା ଶାଢୀ ତିଆରି କରୁଛନ୍ତି ବାହାରର କମ୍ପାନୀ । ବିଧାନସଭାରେ ମନ୍ତ୍ରୀ ଦେଇଥିବା ତଥ୍ୟ ଅନୁସାରେ,୨୦୧୭ରେ ଏ ନେଇ ବରଗଡ ଟାଉନ ଥାନାରେ ମାମଲା ରୁଜୁ ହୋଇଥିଲା । ୨୦୨୦ରେ ବରଗଡ କୋର୍ଟରେ ଚାର୍ଜସିଟ ହୋଇଛି । ରାଜସ୍ଥାନର ଏକ କମ୍ପାନୀକୁ ସମନ ଜାରି ହୋଇଥିଲେ ବି ସଂପୃକ୍ତ କମ୍ପାନୀ ହାଜର ହୋଇନାହିଁ । ପୁଣି ଚଳିତମାସ ୨୦ ପାଇଁ ସମନ ଜାରି ହୋଇଛି ।

ସମ୍ବଲପୁରୀ ଡିଜାଇନର ଅବିକଲ ନକଲ କରି ରାଜ୍ୟ ବାହାରର ଟେକ୍ସଟାଇଲ୍ କଂପାନୀ ଏହି ଶାଢ଼ୀ ଛାପୁଥିବା ଜଣାପଡ଼ିଛି । ଚଳିତ ବର୍ଷ ପ୍ରଥମାର୍ଧରେ ଏଭଳି ନକଲି ଶାଢୀ ସମଲେଇ ପ୍ରକଳ୍ପ ଉଦଘାଟନ ସମୟରେ ବିକ୍ରି ହେଉଥିଲା । ଏବେଠାରୁ  ସମ୍ବଲପୁରୀ ନାଁରେ ବିକ୍ରି ହେଉଥିବା ନକଲି ଶାଢ଼ୀ ବ୍ୟବସାୟକୁ ଅଟକାଇବାକୁ ଉଦ୍ୟମ କରାନଗଲେ ସମ୍ବଲପୁର ଶାଢ଼ୀ ମୌଳିକତା ହରାଇବା ସହ ବୁଣାକାରଙ୍କ କୌଳିକବୃତି ମଧ୍ୟ ପ୍ରଭାବିତ ହେବା ଆଶଙ୍କା ପ୍ରକାଶ ପାଇଛି ।

ସମଲେଇ ପ୍ରକଳ୍ପର ଉଦଘାଟନ ପରେ ସମ୍ବଲପୁରରେ ବଢ଼ିଛି ପର୍ଯ୍ୟଟକଙ୍କ ଭିଡ଼ । ରାଜ୍ୟ ତଥା ରାଜ୍ୟ ବାହାର ପର୍ଯ୍ୟଟକଙ୍କ ଆଗମନକୁ ଦୃଷ୍ଟିରେ ରଖି, ମନ୍ଦିର ପାଖରେ ବଢ଼ିଛି ସମ୍ବଲପୁର ଶାଢ଼ୀର ପସରା । ହେଲେ ସମ୍ବଲପୁରୀ ନାଁରେ ବିକ୍ରି ହେଉଛି ନକଲି ଶାଢ଼ୀ ! ବିକ୍ରି ହେଉଛି ରେଡିମେଡ ତଥା ଛପା ଶାଢ଼ୀ । କମ୍ ଦାମରେ ଛପା ଶାଢ଼ୀ ଆଣି ସମ୍ବଲପୁରୀ ଶାଢ଼ୀ ନାଁରେ ବିକ୍ରି କରାଯାଉଥିବା ଅଭିଯୋଗ ହୋଇଛି । ସମ୍ବଲପୁରୀ ଡିଜାଇନକୁ ଅବିକଲ ନକଲ କରି ରାଜ୍ୟ ବାହାରର ଟେକ୍ସଟାଇଲ୍ କଂପାନୀ ଏହି ଶାଢ଼ୀ ଛାପୁଥିବା ଜଣାପଡ଼ିଛି ।

ଏହି ନକଲି ଶାଢ଼ୀ କାରବାର ଯୋଗୁଁ କେବଳ ସମ୍ବଲପୁରୀ ଶାଢ଼ୀର ଗାରିମା ନଷ୍ଟ ହେଉଛି ତାହା ନୁହେଁ ବରଂ ସମ୍ବଲପୁରୀ ହସ୍ତତନ୍ତ ଉପରେ ନିର୍ଭର କରୁଥିବା ବୁଣାକାର ପରିବାର କ୍ଷତିଗସ୍ତ ହେଉଥିବା ଅଭିଯୋଗ ହୋଇଛି । ଶସ୍ତା ଦାମରେ ନକଲି ସମ୍ବଲପୁର ଶାଢ଼ୀ ବିକ୍ରି ହେଉଥିବାରୁ ପ୍ରକୃତ ସମ୍ବଲପୁର ଶାଢ଼ୀ ବ୍ୟବସାୟ ପ୍ରଭାବିତ ହେଉଛି ବୋଲି ବୁଣାକାର କହିଛନ୍ତି ।

ସମ୍ବଲପୁରୀ ନାଁରେ ବିକ୍ରି ହେଉଥିବା ନକଲି ଶାଢ଼ୀ ବ୍ୟବସାୟକୁ ଅଟକାଇବାକୁ ଉଦ୍ୟମ କରାନଗଲେ କେବଳ ସମ୍ବଲପୁର ଶାଢ଼ୀ ତାର ମୌଳିକତା ହରାଇବ ତାହା ନୁହେଁ ବରଂ ବୁଣାକାରଙ୍କ କୌଳିକବୃତି ମଧ୍ୟ ପ୍ରଭାବିତ ହେବ ।