ଓଭରବ୍ରିଜ ତଳୁ ଢ଼ାବା ମିସ୍ତ୍ରୀଙ୍କ ସନ୍ଧେହଜନକ ମୃତଦେହ ଉଦ୍ଧାର

ଝାରସୁଗୁଡ଼ା: ବେଲପାହାଡ଼ ଯୋରବଗା ଟ୍ରକ ପାର୍କିଂ ନିକଟସ୍ଥ ଏମସିଏଲର ନିର୍ମାଣଧିନରେ ଥିବା ଓଭରବ୍ରିଜ ତଳୁ ଜଣେ ଢ଼ାବା ମିସ୍ତ୍ରୀଙ୍କ ସନ୍ଧେହଜନକ ମୃତଦେହକୁ ପୁଲିସ ଆଜି ରବିବାର ସକାଳେ ଉଦ୍ଧାର କରିଛି। ମୃତ ଢ଼ାବା ମିସ୍ତ୍ରୀ ଜଣକ ବ୍ରଜରାଜନଗର ଥାନା ନିକଟସ୍ଥ ଆଶ୍ରମପଡ଼ାର ସ୍ୱର୍ଗୀୟ ରାମ ସୁନ୍ଦର ଠାକୁରଙ୍କ ପୁଅ ସୁଖରାମ ଠାକୁର (ଓରଫ ବରଖା) (୪୦) ବୋଲି ଜଣାପଡ଼ିଛି। ସୂଚନାରୁ ପ୍ରକାଶ ଯେ, ପ୍ରାୟ ୨ ବର୍ଷ ହେବ ଯୋରାବଗା ବିଓସିଏମ ଖଣିର ସାଇଡିଂ ନିକଟରେ ଥିବା […]

ଓଭରବ୍ରିଜ ତଳୁ ଢ଼ାବା ମିସ୍ତ୍ରୀଙ୍କ ସନ୍ଧେହଜନକ ମୃତଦେହ ଉଦ୍ଧାର
husband-committed-suicide-after his wifes death

ଝାରସୁଗୁଡ଼ା: ବେଲପାହାଡ଼ ଯୋରବଗା ଟ୍ରକ ପାର୍କିଂ ନିକଟସ୍ଥ ଏମସିଏଲର ନିର୍ମାଣଧିନରେ ଥିବା ଓଭରବ୍ରିଜ ତଳୁ ଜଣେ ଢ଼ାବା ମିସ୍ତ୍ରୀଙ୍କ ସନ୍ଧେହଜନକ ମୃତଦେହକୁ ପୁଲିସ ଆଜି ରବିବାର ସକାଳେ ଉଦ୍ଧାର କରିଛି। ମୃତ ଢ଼ାବା ମିସ୍ତ୍ରୀ ଜଣକ ବ୍ରଜରାଜନଗର ଥାନା ନିକଟସ୍ଥ ଆଶ୍ରମପଡ଼ାର ସ୍ୱର୍ଗୀୟ ରାମ ସୁନ୍ଦର ଠାକୁରଙ୍କ ପୁଅ ସୁଖରାମ ଠାକୁର (ଓରଫ ବରଖା) (୪୦) ବୋଲି ଜଣାପଡ଼ିଛି।

ସୂଚନାରୁ ପ୍ରକାଶ ଯେ, ପ୍ରାୟ ୨ ବର୍ଷ ହେବ ଯୋରାବଗା ବିଓସିଏମ ଖଣିର ସାଇଡିଂ ନିକଟରେ ଥିବା ଚକ୍ର ଢ଼ାବାରେ ସୁଖରାମ ଜଣେ ମିସ୍ତ୍ରୀ ଭାବେ କାର୍ଯ୍ୟ କରୁଥିଲେ। ସେ ଅଧିକାଂଶ ଦିନ ଢ଼ାବାରେ ଅତିବାହିତ କରିଥିବା ବେଳେ ମଝି ମଝିରେ ନିଜ ଘରକୁ ମଧ୍ୟ ଯାଉଥିଲେ। ଗତକାଲି ଶନିବାର ଦିନ ସୁଖରାମଙ୍କ ଶଳା କୌଣସି କାର୍ଯ୍ୟରେ ସେହି ଢ଼ାବାକୁ ଯାଇ ସୁଖରାମଙ୍କ ସାକ୍ଷାତ କରିଥିଲେ। ଆଜି ରବିବାର ଦିନ ସୁଖରାମ ହୋଲି ପର୍ବ ପାଳନ ସକାଶେ ଘରକୁ ଯିବେ ବୋଲି ତାଙ୍କ ଶଳାଙ୍କ ମାଧ୍ୟମରେ ପତ୍ନୀଙ୍କୁ ଖବର ପଠାଇଥିଲେ। ତାଙ୍କ ଘରକୁ ଫେରିଥିଲା ତାଙ୍କ ମୃତଦେହ। ହେଲେ ଆଜି ସକାଳୁ ଯୋରବଗା ଟ୍ରକ ପାର୍କିଂ ନିକଟସ୍ଥ ଏମସିଏଲର ନିର୍ମାଣଧିନରେ ଥିବା ଓଭରବ୍ରିଜ ତଳୁ ସୁଖରାମଙ୍କ ସନ୍ଧେହଜନକ ମୃତଦେହକୁ ପୁଲିସ ଉଦ୍ଧାର କରିଛି।

ଘଟଣା ସ୍ଥଳରେ ସୁଖରାମଙ୍କ ଡାହାଣ କାନ କଟା ଯାଇଥିବାବେଳେ ଅନ୍ୟ ବାମ କାନରେ ରକ୍ତ ବାହାରିଥିବା ଦୃଶ୍ୟ ଦେଖିବାକୁ ମିଳିଥିଲା। ଗତକାଲି ସେହି ଢ଼ାବା ନିକଟରେ କୌଣସି କଥାକୁ ନେଇ ବଚସା ହୋଇଥିବା ମଧ୍ୟ ବିଶ୍ଵସ୍ତ ସୂତ୍ରରୁ ଜଣାପଡିଛି। ଯଦିଓ ଏନେଇ ସ୍ପଷ୍ଟ ହୋଇନଥିବା ବେଳେ ପାରିପାର୍ଶ୍ଵିକ ଦୃଷ୍ଟିକୋଣରୁ ଏହା ଏକ ହତ୍ୟାକାଣ୍ଡ ଘଟଣା ବୋଲି ପୁଲିସ ଅନୁମାନ କରୁଛି। ମୃତ ସୁଖରାମଙ୍କ ପରିବାରରେ ତାଙ୍କ ପତ୍ନୀଙ୍କ ସମେତ ୨୫ ବର୍ଷର ଏକ ପୁଅ, ୧୯ ବର୍ଷ ଓ ୧୭ ବର୍ଷର ୨ ଝିଅ ଥିବା ପ୍ରକାଶ।

ଏନେଇ ବେଲପାହାଡ଼ ଥାନାରେ ପୁଲିସ ଏକ ମାମଲା ରୁଜୁ କରି ସାଇଣ୍ଟିଫିକ ଦଳ ସାହାଯ୍ୟରେ ଘଟଣାର ଅଧିକ ତଦନ୍ତ ଜାରି ରଖିଥିବା ଥାନାଧିକାରୀ କୃଷ୍ଣଚନ୍ଦ୍ର ମେହେର ପ୍ରକାଶ କରିଛନ୍ତି। ପୁଲିସ ସନ୍ଦେହରେ କେତେକ ବ୍ୟକ୍ତିଙ୍କୁ ଥାନାରେ ଅଟକ ରଖି ପଚରା ଉଚରା ମଧ୍ୟ ଜାରି ରଖିଛି। ସୁଖରାମଙ୍କୁ କେହି ଯୋଜନା ମୁତାବକ ନିର୍ମମ ଭାବେ ହତ୍ୟା କରି ଏହି ଓଭର ବ୍ରିଜ ତଳେ ଫିଙ୍ଗି ଦେଇଥିବା ସନ୍ଧେହ କରି ତାଙ୍କ ପରିବାର ଲୋକେ ହତ୍ୟା ଅଭିଯୋଗ ଆଣିଛନ୍ତି।