‘ସୁଭଦ୍ରା’କୁ ନେଇ ଉପମୁଖ୍ୟମନ୍ତ୍ରୀଙ୍କ ବଡ଼ ବୟାନ : ରାଜ୍ୟ ବାହାରେ ଥିବା ମହିଳାଙ୍କୁ ମିଳିବ ଟଙ୍କା….
ଭୁବନେଶ୍ବର : ସୁଭଦ୍ରା ଯୋଜନାକୁ ନେଇ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ବଡ଼ ସୂଚନା ଦେଇଛନ୍ତି। ଏଣିକି ରାଜ୍ୟ ବାହାରେ ରହୁଥିବା ଓଡ଼ିଶାର ମହିଳାମାନେ ମଧ୍ୟ ସୁଭଦ୍ରା ଯୋଜନାରେ ସାମିଲ ହେବେ। ସେମାନେ ବି ପାଇବେ ସୁଭଦ୍ରା ଟଙ୍କା। ରାଜ୍ୟ ବାହାରେ ଏବେ ବି ରହିଛନ୍ତି ଅନେକ ମହିଳା । ଯେଉଁମାନେ କି ସୁଭଦ୍ରାରେ ସାମିଲ ହେବା ପାଇଁ ଏଯାଏଁ ଆବେଦନ କରିନାହାଁନ୍ତି। ଏଣୁ ସେମାନେ ଶୀଘ୍ର ଆବେଦନ କରନ୍ତୁ ବୋଲି ଉପମୁଖ୍ୟମନ୍ତ୍ରୀ କହିଛନ୍ତି। ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା […]

ଭୁବନେଶ୍ବର : ସୁଭଦ୍ରା ଯୋଜନାକୁ ନେଇ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ବଡ଼ ସୂଚନା ଦେଇଛନ୍ତି। ଏଣିକି ରାଜ୍ୟ ବାହାରେ ରହୁଥିବା ଓଡ଼ିଶାର ମହିଳାମାନେ ମଧ୍ୟ ସୁଭଦ୍ରା ଯୋଜନାରେ ସାମିଲ ହେବେ। ସେମାନେ ବି ପାଇବେ ସୁଭଦ୍ରା ଟଙ୍କା। ରାଜ୍ୟ ବାହାରେ ଏବେ ବି ରହିଛନ୍ତି ଅନେକ ମହିଳା । ଯେଉଁମାନେ କି ସୁଭଦ୍ରାରେ ସାମିଲ ହେବା ପାଇଁ ଏଯାଏଁ ଆବେଦନ କରିନାହାଁନ୍ତି। ଏଣୁ ସେମାନେ ଶୀଘ୍ର ଆବେଦନ କରନ୍ତୁ ବୋଲି ଉପମୁଖ୍ୟମନ୍ତ୍ରୀ କହିଛନ୍ତି।
ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା କହିଛନ୍ତି ଜିଲ୍ଲା ରିଭିୟୁରେ ବଡ଼ ତଥ୍ୟ ଆସିଛି। ଓଡ଼ିଶାର ଅନେକ ମହିଳା ବାହାର ରାଜ୍ୟରେ କାମ କରୁଛନ୍ତି। ଯେଉଁମାନେ ସୁଭଦ୍ରା ଯୋଜନାରେ ସାମିଲ ହେବା ପାଇଁ ଆବେଦନ କରିନାହାନ୍ତି । ସେମାନେ ଜଲଦି ଆବେଦନ କରନ୍ତୁ ସରକାର ତାଙ୍କୁ ବି ସୁଭଦ୍ରା ଟଙ୍କା ଦିଆଯିବ। ଶେଷ ହିତାଧିକାରୀଙ୍କ ପାଖରେ ସରକାର ପହଞ୍ଚିବେ । ଜାନୁଆରୀ ଶେଷ ସୁଦ୍ଧା ଚତୁର୍ଥ ପର୍ଯ୍ୟାୟର ସୁଭଦ୍ରା ଟଙ୍କା ମିଳିବ। ଏହି ପର୍ଯ୍ୟାୟରେ ୨୦ ଲକ୍ଷରୁ ଅଧିକ ମହିଳାଙ୍କୁ ସୁଭଦ୍ରା ଟଙ୍କା ମିଳିବ।