କୋଲକାତା କାଣ୍ଡ: ବଳାତ୍କାର ପରେ ସେମିନାର ହଲ୍ରେ ପଶିଲେ, ପ୍ରମାଣ ଲୁଚାଇବା ପାଇଁ… ଭାଇରାଲ ହେଲା ଫଟୋ
କୋଲକାତା,୩୧।୮: କୋଲକାତା ଘଟଣାକୁ ନେଇ ଏକ ଫଟୋ ଭାଇରାଲ ହୋଇଛି। ଆରଜି ମେଡିକାଲ କଲେଜର ସେମିନାର ହଲ୍ରେ ଘଟଣା ପରେ ବହୁ ଲୋକ ଗହଳି କରିଥିବା ଫଟୋ ଭାଇରାଲ ହୋଇଛି। ତେବେ ଭାଇରାଲ ଫଟୋକୁ ନେଇ ସିବିଆଇ ସନ୍ଦେହ ପ୍ରକାଶ କରିଛି। ସୁପ୍ରିମକୋର୍ଟ ସାମ୍ନାରେ ଏହି ଫଟୋକୁପ୍ରେମାଣ ରଖି ସିବିଆଇ କହିଛି ଯେ, ଘଟଣା ଘଯିବା ପରେ ଘଟଣାସ୍ଥଳରେ ଅନେକ ଲୋକଙ୍କୁ ଦେଖିବାକୁ ମିଳିଥିଲା। ଯାହା ପ୍ରମାଣ ସହ କିଛି ଅଦଳବଦଳ କିମ୍ବା ଲଚା ଯାଇଥିବା ସନ୍ଦେହ […] The post କୋଲକାତା କାଣ୍ଡ: ବଳାତ୍କାର ପରେ ସେମିନାର ହଲ୍ରେ ପଶିଲେ, ପ୍ରମାଣ ଲୁଚାଇବା ପାଇଁ… ଭାଇରାଲ ହେଲା ଫଟୋ appeared first on Dharitri Odia News.
କୋଲକାତା,୩୧।୮: କୋଲକାତା ଘଟଣାକୁ ନେଇ ଏକ ଫଟୋ ଭାଇରାଲ ହୋଇଛି। ଆରଜି ମେଡିକାଲ କଲେଜର ସେମିନାର ହଲ୍ରେ ଘଟଣା ପରେ ବହୁ ଲୋକ ଗହଳି କରିଥିବା ଫଟୋ ଭାଇରାଲ ହୋଇଛି। ତେବେ ଭାଇରାଲ ଫଟୋକୁ ନେଇ ସିବିଆଇ ସନ୍ଦେହ ପ୍ରକାଶ କରିଛି। ସୁପ୍ରିମକୋର୍ଟ ସାମ୍ନାରେ ଏହି ଫଟୋକୁପ୍ରେମାଣ ରଖି ସିବିଆଇ କହିଛି ଯେ, ଘଟଣା ଘଯିବା ପରେ ଘଟଣାସ୍ଥଳରେ ଅନେକ ଲୋକଙ୍କୁ ଦେଖିବାକୁ ମିଳିଥିଲା। ଯାହା ପ୍ରମାଣ ସହ କିଛି ଅଦଳବଦଳ କିମ୍ବା ଲଚା ଯାଇଥିବା ସନ୍ଦେହ କରାଯାଉଛି। ଯାହାକୁ କୋଲକାତା ପୋଲିସ ଖଣ୍ଡନ କରିଛି।
ପୋଲିସ ସିବିଆଇର ଦାବିକୁ ପ୍ରତ୍ୟାଖ୍ୟାନ କରି କହିଛି ଯେ, ଆରଜି କର୍ ମେଡିକାଲ କଲେଜ ଏବଂ ହସ୍ପିଟାଲର କ୍ରାଇମସିନ୍ରୁ କୌଣସି ଜିନିଷ ସହ ଅଦଳବଦଳ କରାଯାଇ ନାହିଁ। ଭାଇରାଲ ଫଟୋରେ ଥିବା ସମସ୍ତ ଲୋକ ସେଠାରେ ରହିବାକୁ ଅନୁମତି ପାଇଥିଲେ।
କୋଲକାତା ପୋଲିସର ଡିସିପି ସେଣ୍ଟ୍ରାଲ ଇନ୍ଦିରା ମୁଖାର୍ଜୀ କହିଛନ୍ତି, ଭାଇରାଲ ଫଟୋରେ ଥିବା ସମସ୍ତ ବ୍ୟକ୍ତି ଯାଞ୍ଚ ପ୍ରକିୟାରେ ସାମିଲ୍ ଥିଲେ। ତେବେ ଘଟଣାସ୍ଥଳରେ ଘେରି ହୋଇ ଠିଆ ହୋଇଥିବା ଏତେଗୁଡିଏ ଲୋକ ସ୍ପଷ୍ଟ ଭାବରେ କିଏ ଜଣାନାହିଁ। ଅଭିଯୋଗ ହେଉଛି କି, ସେଠାରେ ଏପରି କିଛି ଲୋକ ଅଛନ୍ତି ଯେଉଁମାନଙ୍କୁ ଉପସ୍ଥିତ ସନ୍ଦେହ ଘେରରେ ଅଛି। ତେବେ ଭାଇରାଲ ଫଟୋଟି ଯାଞ୍ଚ ପ୍ରକିୟା ସରିବା ପରେ ନିଆଯାଇଛି। ଆମ ତଦନ୍ତୁରୁ ଜଣାପଡିଛି ଉପସ୍ଥିତ ଲୋକମାନେ ଯାଞ୍ଚ ବିଭାଗର ଅଟନ୍ତି। ସେମାନେ ହେଲେ ଭିଡିଓଗ୍ରାଫର, ପୋଲିସ ଆୟୁକ୍ତ, ଅତିରିକ୍ତ ସିପି-୧, ମହିଳା ପୋଲିସ, ଫରେନ୍ସିକ ଅଧିକାରୀ, ସାକ୍ଷୀ ଦେଇଥିବା ଡାକ୍ତର ଇତ୍ୟାଦି।
The post କୋଲକାତା କାଣ୍ଡ: ବଳାତ୍କାର ପରେ ସେମିନାର ହଲ୍ରେ ପଶିଲେ, ପ୍ରମାଣ ଲୁଚାଇବା ପାଇଁ… ଭାଇରାଲ ହେଲା ଫଟୋ appeared first on Dharitri Odia News.