‘ଓମାର ଅବଦୁଲ୍ଲା ହେବେ ଜାମ୍ମୁ କାଶ୍ମୀର ର ମୁଖ୍ୟମନ୍ତ୍ରୀ’ – ଫାରୁକ୍‌‌ ଅବଦୁଲ୍ଲା

ନୂଆଦିଲ୍ଲୀ : ମଙ୍ଗଳବାର ହରିୟାଣା ଏବଂ ଜମ୍ମୁ କାଶ୍ମୀରର ବିଧାନସଭା ନିର୍ବାଚନ ଫଳାଫଳ ପ୍ରକାଶ ପାଇଛି । ହରିୟାଣାରେ ବିଜେପି ତୃତୀୟ ଥର ପାଇଁ ସରକାର ଗଠନ କରିବାକୁ ଯାଉଥିବା ଦେଖିବାକୁ ମିଳୁଛି । ମାତ୍ର ଜମ୍ମୁ କାଶ୍ମୀର ନିର୍ବାଚନରେ ଏହାର ବ୍ୟତିକ୍ରମ ପରିଲଖିତ ହୋଇଛି । ଜାମ୍ମୁ-କାଶ୍ମୀରରେ ଗଠନ ହେବ ମେଣ୍ଟ ସରକାର । ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଏନସି ନେତା ଓମାର ଅବଦୁଲ୍ଲା ହେବେ ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ । ଓମାର ଅବଦୁଲ୍ଲା ବଡଗାମ ଆସରୁ […]

‘ଓମାର ଅବଦୁଲ୍ଲା ହେବେ ଜାମ୍ମୁ କାଶ୍ମୀର ର ମୁଖ୍ୟମନ୍ତ୍ରୀ’ – ଫାରୁକ୍‌‌ ଅବଦୁଲ୍ଲା
'ଓମାର ଅବଦୁଲ୍ଲା ହେବେ ଜାମ୍ମୁ କାଶ୍ମୀର ମୁଖ୍ୟମନ୍ତ୍ରୀ' - ଫାରୁକ୍‌‌ ଅବଦୁଲ୍ଲା

ନୂଆଦିଲ୍ଲୀ : ମଙ୍ଗଳବାର ହରିୟାଣା ଏବଂ ଜମ୍ମୁ କାଶ୍ମୀରର ବିଧାନସଭା ନିର୍ବାଚନ ଫଳାଫଳ ପ୍ରକାଶ ପାଇଛି । ହରିୟାଣାରେ ବିଜେପି ତୃତୀୟ ଥର ପାଇଁ ସରକାର ଗଠନ କରିବାକୁ ଯାଉଥିବା ଦେଖିବାକୁ ମିଳୁଛି । ମାତ୍ର ଜମ୍ମୁ କାଶ୍ମୀର ନିର୍ବାଚନରେ ଏହାର ବ୍ୟତିକ୍ରମ ପରିଲଖିତ ହୋଇଛି । ଜାମ୍ମୁ-କାଶ୍ମୀରରେ ଗଠନ ହେବ ମେଣ୍ଟ ସରକାର । ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଏନସି ନେତା ଓମାର ଅବଦୁଲ୍ଲା ହେବେ ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ । ଓମାର ଅବଦୁଲ୍ଲା ବଡଗାମ ଆସରୁ ବିଜୟୀ ହେବାପରେ ଏନସି ମୁଖ୍ୟ ଫାରୁକ୍‌‌ ଅବଦୁଲ୍ଲା ଏହା ଘୋଷଣା କରିଛନ୍ତି । ଫାରୁକ ଅବଦୁଲ୍ଲା କହିଛନ୍ତି ଯେ ଜନତା ତାଙ୍କର ମତ ଦେଇ ସାରିଛନ୍ତି, ସେମାନେ ପ୍ରମାଣିତ କରିଛନ୍ତି ଯେ ଅଗଷ୍ଟ ୫ ରେ ଯେଉଁ ନିଷ୍ପତ୍ତି ନିଆଯାଇଥିଲା ସେମାନେ ଗ୍ରହଣ କରି ନାହାଁନ୍ତି । ଓମାର ଅବଦୁଲ୍ଲା ବଡ଼ଗାମରୁ ବିଜୟ ହାସଲ କରିଛନ୍ତି । ସେ ପିଡପିର ପ୍ରାର୍ଥୀ ଆଗା ସେଦ୍ ମୁନ୍ତଜୀରଙ୍କୁ ୧୮୦୦୦ ରୁ ଉର୍ଦ୍ଧ୍ୱ ଭୋଟ୍ ବ୍ୟବଧାନରେ ପରାସ୍ତ କରିଛନ୍ତି ।

୯୦ ଆସନ ବିଶିଷ୍ଟ ଜାମ୍ମୁ-କଶ୍ମୀର ବିଧାନସଭା ଆସନରେ ସରକାର ଗଢିବା ଲାଗି ମ୍ୟାଜିକ ନମ୍ବର ହେଉଛି ୪୬। ଏନସି ଏଠାରେ ୫୨ସିଟରେ ଆଗୁଆ ରହିଥିବା ବେଳେ ବିଜେପି ମାତ୍ର ୨୭ଟି ସିଟ୍‌‌ ପାଇଛି। ସେହିପରି ପିଡିପି ୨ଟି ସିଟରେ ଆଗୁଆ ରହିଥିବା ବେଳେ ଅନ୍ୟ ସ୍ୱାଧୀନ ଦଳ ୯ଟି ସିଟରେ ଆଗୁଆ ରହିଛନ୍ତି। ତେବେ ନିର୍ବାଚନ ଫଳାଫଳ ସ୍ପଷ୍ଟ ହେବା ପରେ ଶ୍ରୀନଗରରେ ଏନସିର ମୁଖ୍ୟ ଫାରୁକ୍‌‌ ଅବଦୁଲ୍ଲା ପ୍ରତିକ୍ରିୟା ଦେଇ କହିଛନ୍ତି ଯେ ୧୦ବର୍ଷ ପରେ ଲୋକଙ୍କ ମତ ସ୍ପଷ୍ଟ ହୋଇଛି।