ଓମେନ୍ସ ନେଶନ୍ସ ଲିଗ୍: ସ୍ପେନ୍ ଚାମ୍ପିୟନ
ମାଡ୍ରିଡ୍,୨।୩: ପ୍ରଥମ ସଂସ୍କରଣର ଓମେନ୍ସ ନେଶନ୍ସ ଲିଗ୍ ଫୁଟବଲ୍ ଟୁର୍ନାମେଣ୍ଟରେ ସ୍ପେନ୍ ଦଳ ଚାମ୍ପିୟନ ଆଖ୍ୟା ଅର୍ଜନ କରିଛି। ଗୁରୁବାର ବିଳମ୍ବିତ ରାତିରେ ଅନୁଷ୍ଠିତ ମ୍ୟାଚ୍ରେ ଫ୍ରାନ୍ସକୁ ୨-୦ ଗୋଲରେ ପରାସ୍ତ କରିଥିଲା ସ୍ପେନ୍। ଦଳ ପକ୍ଷରୁ ଆଇଟାନା ବୋନମାଟି(୩୨) ଓ ମାରିଆନା କାଲଡେଣ୍ଟେ ୫୩ ମିନିଟରେ ଗୋଟିଏ ଲେଖାଏ ଗୋଲ ଦେଇଥିଲେ। ଗୁରୁବାର ଲା କାର୍ଟୁଜା ଷ୍ଟାଡିୟମରେ ୩୨୬୫୭ ଦର୍ଶକଙ୍କ ଉପସ୍ଥିତିରେ ଫ୍ରାନ୍ସ ବିପକ୍ଷରେ ୬୦ ପ୍ରତିଶତ ସମୟ ବଲ୍କୁ ନିୟନ୍ତ୍ରଣରେ ରଖିଥିଲା ସ୍ପେନ୍। ୧୦ […] The post ଓମେନ୍ସ ନେଶନ୍ସ ଲିଗ୍: ସ୍ପେନ୍ ଚାମ୍ପିୟନ appeared first on Dharitri Odia News.
ମାଡ୍ରିଡ୍,୨।୩: ପ୍ରଥମ ସଂସ୍କରଣର ଓମେନ୍ସ ନେଶନ୍ସ ଲିଗ୍ ଫୁଟବଲ୍ ଟୁର୍ନାମେଣ୍ଟରେ ସ୍ପେନ୍ ଦଳ ଚାମ୍ପିୟନ ଆଖ୍ୟା ଅର୍ଜନ କରିଛି। ଗୁରୁବାର ବିଳମ୍ବିତ ରାତିରେ ଅନୁଷ୍ଠିତ ମ୍ୟାଚ୍ରେ ଫ୍ରାନ୍ସକୁ ୨-୦ ଗୋଲରେ ପରାସ୍ତ କରିଥିଲା ସ୍ପେନ୍। ଦଳ ପକ୍ଷରୁ ଆଇଟାନା ବୋନମାଟି(୩୨) ଓ ମାରିଆନା କାଲଡେଣ୍ଟେ ୫୩ ମିନିଟରେ ଗୋଟିଏ ଲେଖାଏ ଗୋଲ ଦେଇଥିଲେ।
ଗୁରୁବାର ଲା କାର୍ଟୁଜା ଷ୍ଟାଡିୟମରେ ୩୨୬୫୭ ଦର୍ଶକଙ୍କ ଉପସ୍ଥିତିରେ ଫ୍ରାନ୍ସ ବିପକ୍ଷରେ ୬୦ ପ୍ରତିଶତ ସମୟ ବଲ୍କୁ ନିୟନ୍ତ୍ରଣରେ ରଖିଥିଲା ସ୍ପେନ୍। ୧୦ ଶଟ୍ ମାରିଥିବା ବେଳେ ଏଥିରୁ ୪ଟି ଟାର୍ଗେଟରେ ରହିଥିଲା। ପ୍ରଥମାର୍ଦ୍ଧର ୩୨ତମ ମିନିଟରେ ଆଇଟାନା ବୋନମାଟି ଦଳ ପକ୍ଷରୁ ପ୍ରଥମ ଗୋଲ ସ୍କୋର କରିଥିଲେ। ପ୍ରଥମାର୍ଦ୍ଧରେ ଦଳ ୧-୦ରେ ଆଗୁଆ ରହିଥିବା ବେଳେ ଦ୍ୱିତୀୟାର୍ଦ୍ଧର ୫୩ ତମ ମିନିଟରେ ମାରିଆନା କାଲଡେଣ୍ଟେ ଦ୍ୱିତୀୟ ଗୋଲ ସ୍କୋର କରିଥିଲେ। ଚମତ୍କାର ପ୍ରଦର୍ଶନ କରିଥିବା ଆଇଟାନା ବୋନମାଟିଙ୍କୁ ପ୍ଲେୟର ଅଫ ଦ ଫାଇନାଲ ଓ ମୋଷ୍ଟ ଭାଲ୍ୟୁଏବୁଲ ପ୍ଲେୟର ଅଫ ଦ ଟୁର୍ନାମେଣ୍ଟ ଘୋଷଣା କରାଯାଇଥିଲା।
ତୃତୀୟ ସ୍ଥାନ ପ୍ଲେ ଅଫ୍ ମ୍ୟାଚରେ ନେଦରଲାଣ୍ଡ୍ସକୁ ୨-୦ରେ ପରାସ୍ତ କରିବା ସହ ଅଲିମ୍ପିକ୍ସ ପାଇଁ ଯୋଗ୍ୟତା ଅର୍ଜନ କରିଛି ଜର୍ମାନୀ। ପୂର୍ବରୁ ଦୁଇ ଫାଇନାଲିଷ୍ଟ ସ୍ପେନ୍ ଓ ଫ୍ରାନ୍ସ ପ୍ୟାରିସ୍ ୨୦୨୪ ପାଇଁ ଯୋଗ୍ୟତା ହାସଲ କରିସାରିଥିଲେ।
The post ଓମେନ୍ସ ନେଶନ୍ସ ଲିଗ୍: ସ୍ପେନ୍ ଚାମ୍ପିୟନ appeared first on Dharitri Odia News.