ଓଲଟିଲା ଗ୍ୟାସ୍‌ ଟ୍ୟାଙ୍କର, ଲୋକେ ଆତଙ୍କିତ

ଖଲ୍ଲିକୋଟ,୩୧ା୩(ପ୍ରଶାନ୍ତ କୁମାର ମିଶ୍ର): ଗଞ୍ଜାମ ଜିଲା ଖଲ୍ଲିକୋଟ ଥାନାଠାରୁ ମାତ୍ର ଦୁଇ ଶହ ମିଟର ଦୂରରେ ଓଲଟି ପଡ଼ିଛି ଏକ ଗ୍ୟାସ ଟ୍ୟାଙ୍କର। ବ୍ରହ୍ମପୁରଠାରୁ ଖୋର୍ଦ୍ଧା ଅଭିମୁଖେ ଯାଉଥିବା ଭାରତ ଗ୍ୟାସ୍‌ ଟ୍ୟାଙ୍କର ରବିବାର ପୂର୍ବାହ୍ନରେ ଖଲ୍ଲିକୋଟ ବଡ଼ ଘାଟି ରାସ୍ତାରେ ଦୁର୍ଘଟଣାଗ୍ରସ୍ତ ହୋଇଛି। ୧୬ ନମ୍ବର ଜାତୀୟ ରାଜପଥର ବଡ଼ଘାଟି ରାସ୍ତାରେ ଗ୍ୟାସ୍‌ ଟ୍ୟାଙ୍କର ଖୋର୍ଦ୍ଧା ଅଭିମୁଖେ ଯାଉଥିବା ବେଳେ ଡ୍ରାଇଭର ଭୁଲ୍‌ ବଶତଃ ଖଲ୍ଲିକୋଟ ଗଡା଼ଣିଆ ରାସ୍ତାକୁ ଗାଡି ବୁଲାଇ ଦେଇଥିଲେ। ଫଳରେ ନିୟନ୍ତ୍ରଣ […] The post ଓଲଟିଲା ଗ୍ୟାସ୍‌ ଟ୍ୟାଙ୍କର, ଲୋକେ ଆତଙ୍କିତ appeared first on Dharitri Odia News.

ଓଲଟିଲା ଗ୍ୟାସ୍‌ ଟ୍ୟାଙ୍କର, ଲୋକେ ଆତଙ୍କିତ

ଖଲ୍ଲିକୋଟ,୩୧ା୩(ପ୍ରଶାନ୍ତ କୁମାର ମିଶ୍ର): ଗଞ୍ଜାମ ଜିଲା ଖଲ୍ଲିକୋଟ ଥାନାଠାରୁ ମାତ୍ର ଦୁଇ ଶହ ମିଟର ଦୂରରେ ଓଲଟି ପଡ଼ିଛି ଏକ ଗ୍ୟାସ ଟ୍ୟାଙ୍କର। ବ୍ରହ୍ମପୁରଠାରୁ ଖୋର୍ଦ୍ଧା ଅଭିମୁଖେ ଯାଉଥିବା ଭାରତ ଗ୍ୟାସ୍‌ ଟ୍ୟାଙ୍କର ରବିବାର ପୂର୍ବାହ୍ନରେ ଖଲ୍ଲିକୋଟ ବଡ଼ ଘାଟି ରାସ୍ତାରେ ଦୁର୍ଘଟଣାଗ୍ରସ୍ତ ହୋଇଛି। ୧୬ ନମ୍ବର ଜାତୀୟ ରାଜପଥର ବଡ଼ଘାଟି ରାସ୍ତାରେ ଗ୍ୟାସ୍‌ ଟ୍ୟାଙ୍କର ଖୋର୍ଦ୍ଧା ଅଭିମୁଖେ ଯାଉଥିବା ବେଳେ ଡ୍ରାଇଭର ଭୁଲ୍‌ ବଶତଃ ଖଲ୍ଲିକୋଟ ଗଡା଼ଣିଆ ରାସ୍ତାକୁ ଗାଡି ବୁଲାଇ ଦେଇଥିଲେ। ଫଳରେ ନିୟନ୍ତ୍ରଣ ହରାଇ ଗାଡ଼ିଟି ରାସ୍ତାକଡ଼ରେ ଓଲଟି ପଡିଥିଲା। ଡ୍ରାଇଭର ଗୁରୁତର ହୋଇ ପ୍ରଥମେ ଖଲ୍ଲିକୋଟ ମେଡିକାଲ ଏବଂ ପରେ ବ୍ରହ୍ମପୁର ବଡ଼ ମେଡିକାଲ ଚିକିତ୍ସା ପାଇଁ ସ୍ଥାନାନ୍ତର ହୋଇଛନ୍ତି। ଗ୍ୟାସ ଟ୍ୟାଙ୍କରରୁ ଗ୍ୟାସ୍‌ ଲିକ୍‌ ହେଉଥିବା ବେଳେ ଖବର ପାଇ ଖଲ୍ଲିକୋଟ ଥାନା ଅଧିକାରୀ ନରେଶ କୁମାର ସାହୁ, ଛତ୍ରପୁର ଏସ୍‌ଡିପିଓ ଗୌରହରି ସାହୁ ଓ ଖଲ୍ଲିକୋଟ ଅଗ୍ନିଶମ ବାହିନୀ ସହ ରମ୍ଭା ଏବଂ ଛତ୍ରପୁରରୁ ମଧ୍ୟ ଅଗ୍ନିଶମ ବାହିନୀ ଦୁର୍ଘଟଣାସ୍ଥଳରେ ପହଞ୍ଚିଛନ୍ତି। ଟ୍ୟାଙ୍କରରୁ ସୁ ସୁ ହୋଇ ଗ୍ୟାସ୍‌ ଲିକ୍‌ ହେଉଥିବାରୁ ଖଲ୍ଲିକୋଟକୁ ହାଇଆଲର୍ଟରେ ରଖାଯାଇଛି। ପ୍ରତି ୧୦ ମିନିଟ୍‌ରେ ଥରେ ଅଗ୍ନିଶମ ବାହିନୀ ଗ୍ୟାସ ଟ୍ୟାଙ୍କର ଉପରେ ପାଣି ମାଡ଼ କରୁଛନ୍ତି। ନିକଟସ୍ଥ କାଠଗଡା ଗ୍ରାମକୁ ବିଦ୍ୟୁତ ସରବରାହ ବନ୍ଦ କରାଯାଇଛି। ଗ୍ରାମବାସୀଙ୍କୁ ସତର୍କ ରହିବା ପାଇଁ ପରାମର୍ଶ ଦିଆଯାଇଛି। ଖଲ୍ଲିକୋଟ ଏବଂ କେଶପୁରଠାରୁ ସେହି ରାସ୍ତାରେ ଗାଡ଼ି ଚଳାଚଳ ସମ୍ପୂର୍ଣ୍ଣ ବନ୍ଦ କରି ଦିଆଯାଇ

The post ଓଲଟିଲା ଗ୍ୟାସ୍‌ ଟ୍ୟାଙ୍କର, ଲୋକେ ଆତଙ୍କିତ appeared first on Dharitri Odia News.