ଓସାମା ବିନ ଲାଦେନଙ୍କ ନିକଟ ସହଯୋଗୀ ଆତଙ୍କବାଦୀ ଅମିଲ ଉଲ ହକ ପାକିସ୍ତାନରୁ ଗିରଫ
ଲାହୋର,୧୯।୭: ଆତଙ୍କବାଦୀଙ୍କୁ ସୁରକ୍ଷା ଦେବା ପାଇଁ ପାକିସ୍ତାନ ସର୍ବଦା ଜଣାଶୁଣା ଏବଂ ଏବେ ପୁଣିଥରେ ପାକିସ୍ତାନ ଏହା ପ୍ରମାଣ କରିଛି। ସୂଚନାଯୋଗ୍ୟ, ଓସାମା ବିନ ଲାଦେନଙ୍କ ଘନିଷ୍ଠ ସହଯୋଗୀ ଅମିନ ଉଲ ହକଙ୍କୁ ଶୁକ୍ରବାର ପାକିସ୍ତାନର ପଞ୍ଜାବ ପ୍ରଦେଶରୁ ଗିରଫ କରାଯାଇଛି। ୧୯୯୬ରୁ ସେ ଓସାମା ବିନ ଲାଦେନଙ୍କର ଜଣେ ଘନିଷ୍ଠ ସହଯୋଗୀ ଥିଲେ। ସେ ସମଗ୍ର ପ୍ରଦେଶରେ ଆତଙ୍କବାଦୀ କାର୍ଯ୍ୟକଳାପ ଯୋଜନା କରିଥିବା ଅଭିଯୋଗ ହୋଇଛି। ସେ ପାକିସ୍ତାନର ଗୁରୁତ୍ୱପୂର୍ଣ୍ଣ ପ୍ରତିଷ୍ଠାନ ଏବଂ ବ୍ୟକ୍ତିତ୍ୱଙ୍କୁ ଟାର୍ଗେଟ […] The post ଓସାମା ବିନ ଲାଦେନଙ୍କ ନିକଟ ସହଯୋଗୀ ଆତଙ୍କବାଦୀ ଅମିଲ ଉଲ ହକ ପାକିସ୍ତାନରୁ ଗିରଫ appeared first on Dharitri Odia News.
ଲାହୋର,୧୯।୭: ଆତଙ୍କବାଦୀଙ୍କୁ ସୁରକ୍ଷା ଦେବା ପାଇଁ ପାକିସ୍ତାନ ସର୍ବଦା ଜଣାଶୁଣା ଏବଂ ଏବେ ପୁଣିଥରେ ପାକିସ୍ତାନ ଏହା ପ୍ରମାଣ କରିଛି।
ସୂଚନାଯୋଗ୍ୟ, ଓସାମା ବିନ ଲାଦେନଙ୍କ ଘନିଷ୍ଠ ସହଯୋଗୀ ଅମିନ ଉଲ ହକଙ୍କୁ ଶୁକ୍ରବାର ପାକିସ୍ତାନର ପଞ୍ଜାବ ପ୍ରଦେଶରୁ ଗିରଫ କରାଯାଇଛି। ୧୯୯୬ରୁ ସେ ଓସାମା ବିନ ଲାଦେନଙ୍କର ଜଣେ ଘନିଷ୍ଠ ସହଯୋଗୀ ଥିଲେ। ସେ ସମଗ୍ର ପ୍ରଦେଶରେ ଆତଙ୍କବାଦୀ କାର୍ଯ୍ୟକଳାପ ଯୋଜନା କରିଥିବା ଅଭିଯୋଗ ହୋଇଛି। ସେ ପାକିସ୍ତାନର ଗୁରୁତ୍ୱପୂର୍ଣ୍ଣ ପ୍ରତିଷ୍ଠାନ ଏବଂ ବ୍ୟକ୍ତିତ୍ୱଙ୍କୁ ଟାର୍ଗେଟ କରିବାକୁ ଚାହୁଁଥିଲେ।
ପୋଲିସ ପ୍ରବକ୍ତା କହିଛନ୍ତି ଯେ ଆତଙ୍କବାଦ ବିରୋଧୀ ଦଳ ଦ୍ୱାରା ଗିରଫ ହୋଇଥିବା ଆତଙ୍କବାଦୀ ହକଙ୍କ ବିରୋଧରେ ଏକ ମାମଲା ରୁଜୁ ହୋଇଛି। ତାଙ୍କୁ ପଚରାଉଚରା ପାଇଁ ଏକ ଅଜ୍ଞାତ ସ୍ଥାନକୁ ପଠାଯାଇଛି। ଜାତିସଂଘର ଆନ୍ତର୍ଜାତୀୟ ଆତଙ୍କବାଦୀ ତାଲିକାରେ ଓସାମା ବିନ ଲାଦେନର ଘନିଷ୍ଠ ସହଯୋଗୀ ହକ ଅନ୍ତର୍ଭୁକ୍ତ। ବିନ ଲାଦେନଙ୍କ ସହ ତାଙ୍କର ଦୀର୍ଘ ଦିନର ସମ୍ପର୍କ ଏବଂ ଅଲ କାଏଦାରେ ତାଙ୍କର ସକ୍ରିୟ ଭୂମିକା ଯୋଗୁଁ ତାଙ୍କର ଗିରଫଦାରୀ ଗୁରୁତ୍ୱପୂର୍ଣ୍ଣ ବିବେଚନା କରାଯାଏ।
The post ଓସାମା ବିନ ଲାଦେନଙ୍କ ନିକଟ ସହଯୋଗୀ ଆତଙ୍କବାଦୀ ଅମିଲ ଉଲ ହକ ପାକିସ୍ତାନରୁ ଗିରଫ appeared first on Dharitri Odia News.