ଓସ୍କାର ପୁରସ୍କାରରେ ପୁଣି ଥରେ ଦେଖିବାକୁ ମିଳିଲା ‘ନାଟୁ ନାଟୁ’ ଗୀତର ଝଲକ
ମୁମ୍ବାଇ ୧୧।୩: ଗତବର୍ଷ ଅନୁଷ୍ଠିତ ହୋଇଥିବା ୯୫ତମ ଏକାଡେମୀ ଆୱାର୍ଡସରେ ଭାରତୀୟ ଫିଲ୍ମ ‘ଆରଆରଆର’କୁ ରେକଗ୍ନାଇଜ ମିଳିଥିଲା। ଫିଲ୍ମର ନାଟୁ-ନାଟୁ ସଙ୍ଗକୁ ବେଷ୍ଟ ଅରିଜିନାଲ ସଙ୍ଗର ପୁରସ୍କାର ମିଳିଥିଲା। ଏବେ ପୁଣି ଥରେ ୨୦୨୪ ଓସ୍କାର ପୁରସ୍କାରରେ ଏହି ଫିଲ୍ମର ଏହି ଗୀତକୁ ‘କେମିୟୋ’ ଆପିୟରାନ୍ସ କରାଯାଇଛି। ଓସ୍କାରରେ ଫିଲ୍ମର ଗୀତକୁ ପୁଣି ଥରେ ବିଗ୍ ସ୍କ୍ରିନରେ ଡିସପ୍ଲେ କରାଯାଇଛି। ଏହା ଛଡା ଫିଲ୍ମର ସିନ୍କୁ ମଧ୍ୟ ଟ୍ରିବ୍ୟୁଟ୍ ଦିଆଯାଇଛି।On the #Oscars stage again!! ❤️????❤️????❤️???? #RRRMovie pic.twitter.com/cbNgFzMt72— RRR Movie (@RRRMovie) March 11, 2024ଓସ୍କାରରେ କେବେ ଦେଖାଦେଲା ନାଟୁ-ନାଟୁର ଝଲକ୨୦୨୩ ମସିହା ଓସ୍କାରରେ ଆରଆରଆର ଛାଇ ରହିବା ପରେ ଚଳିତବର୍ଷ ପୁଣି ଥରେ ନାଟୁ-ନାଟୁର ଯାଦୁ ଦେଖିବାକୁ ମିଳିଛି। ଏହି ଗୀତକୁ ଓସ୍କାରରେ ସେତେବେଳେ ଚଳାଯାଇଥିଲା ଯେତେବେଳେ ଏହାର ବେଷ୍ଟ ଓରିଜିନାଲ ସଙ୍ଗ ଘୋଷଣା ନିମନ୍ତେ ଏରିୟାନା ଗ୍ରାଣ୍ଡେ ଓ ସିନ୍ଥିୟା ଏରିବୋ ଷ୍ଟେଜକୁ ଆସିଥିଲେ। ଉଲ୍ଲେଖଯୋଗ୍ୟ ଯେ ଏହି ଗୀତଟି ଗତବର୍ଷ ଏହି କ୍ୟାଟଗରୀରେ ଆୱାର୍ଡ ବିଜୟୀ ହୋଇଥିଲା। ଏହି କ୍ୟାଟଗରୀରେ ପୁରସ୍କାର ଯିତିବାରେ ଆରଆରଆର ପ୍ରଥମ ଭାରତୀୟ ଫିଲ୍ମ ଥିଲା। ଓସ୍କାର ଷ୍ଟେଜ୍ରେ ମ୍ୟୁଜିକ ଡାଇରେକ୍ଟର ଏମ.ଏମ.କିରାଭନୀ ଓ ଲିରିସିଷ୍ଟ ଚନ୍ଦ୍ରବୋଷଙ୍କୁ ଏହି ଆୱାର୍ଡ ଗ୍ରହଣ କରିବାର ଅବସର ମିଳ
ମୁମ୍ବାଇ ୧୧।୩: ଗତବର୍ଷ ଅନୁଷ୍ଠିତ ହୋଇଥିବା ୯୫ତମ ଏକାଡେମୀ ଆୱାର୍ଡସରେ ଭାରତୀୟ ଫିଲ୍ମ ‘ଆରଆରଆର’କୁ ରେକଗ୍ନାଇଜ ମିଳିଥିଲା। ଫିଲ୍ମର ନାଟୁ-ନାଟୁ ସଙ୍ଗକୁ ବେଷ୍ଟ ଅରିଜିନାଲ ସଙ୍ଗର ପୁରସ୍କାର ମିଳିଥିଲା। ଏବେ ପୁଣି ଥରେ ୨୦୨୪ ଓସ୍କାର ପୁରସ୍କାରରେ ଏହି ଫିଲ୍ମର ଏହି ଗୀତକୁ ‘କେମିୟୋ’ ଆପିୟରାନ୍ସ କରାଯାଇଛି। ଓସ୍କାରରେ ଫିଲ୍ମର ଗୀତକୁ ପୁଣି ଥରେ ବିଗ୍ ସ୍କ୍ରିନରେ ଡିସପ୍ଲେ କରାଯାଇଛି। ଏହା ଛଡା ଫିଲ୍ମର ସିନ୍କୁ ମଧ୍ୟ ଟ୍ରିବ୍ୟୁଟ୍ ଦିଆଯାଇଛି।
On the #Oscars stage again!! ❤️????❤️????❤️???? #RRRMovie pic.twitter.com/cbNgFzMt72— RRR Movie (@RRRMovie) March 11, 2024
ଓସ୍କାରରେ କେବେ ଦେଖାଦେଲା ନାଟୁ-ନାଟୁର ଝଲକ
୨୦୨୩ ମସିହା ଓସ୍କାରରେ ଆରଆରଆର ଛାଇ ରହିବା ପରେ ଚଳିତବର୍ଷ ପୁଣି ଥରେ ନାଟୁ-ନାଟୁର ଯାଦୁ ଦେଖିବାକୁ ମିଳିଛି। ଏହି ଗୀତକୁ ଓସ୍କାରରେ ସେତେବେଳେ ଚଳାଯାଇଥିଲା ଯେତେବେଳେ ଏହାର ବେଷ୍ଟ ଓରିଜିନାଲ ସଙ୍ଗ ଘୋଷଣା ନିମନ୍ତେ ଏରିୟାନା ଗ୍ରାଣ୍ଡେ ଓ ସିନ୍ଥିୟା ଏରିବୋ ଷ୍ଟେଜକୁ ଆସିଥିଲେ। ଉଲ୍ଲେଖଯୋଗ୍ୟ ଯେ ଏହି ଗୀତଟି ଗତବର୍ଷ ଏହି କ୍ୟାଟଗରୀରେ ଆୱାର୍ଡ ବିଜୟୀ ହୋଇଥିଲା। ଏହି କ୍ୟାଟଗରୀରେ ପୁରସ୍କାର ଯିତିବାରେ ଆରଆରଆର ପ୍ରଥମ ଭାରତୀୟ ଫିଲ୍ମ ଥିଲା। ଓସ୍କାର ଷ୍ଟେଜ୍ରେ ମ୍ୟୁଜିକ ଡାଇରେକ୍ଟର ଏମ.ଏମ.କିରାଭନୀ ଓ ଲିରିସିଷ୍ଟ ଚନ୍ଦ୍ରବୋଷଙ୍କୁ ଏହି ଆୱାର୍ଡ ଗ୍ରହଣ କରିବାର ଅବସର ମିଳିଥିଲା।
And again, a sweet surprise for us… ????????
Glad that @TheAcademy included #RRRMovie action sequences as part of their tribute to the world’s greatest stunt sequences in cinema. pic.twitter.com/TGkycNtF2I— RRR Movie (@RRRMovie) March 11, 2024
ଏ ବର୍ଷ କାହାକୁ ମିଳିଛି ବେଷ୍ଟ ଅରିଜିନାଲ ସଙ୍ଗ ଆୱାର୍ଡ
ବିଲି ଇଲିସ ଏବଂ ଫିଲିସ ଓ କୋନେଲ ଓସ୍କାର ୨୦୨୪ରେ ବେଷ୍ଟ ଓରିଜିନାଲ ସଙ୍ଗ ପୁରସ୍କାର ବିଜେତା ହୋଇଛନ୍ତି। ଏହି ପୁରସ୍କାର ସେମାନଙ୍କୁ ଫିଲ୍ମ ‘ବାର୍ବି’ର ଗୀତ ‘ହ୍ୱାଟ୍ ୱାଜ୍ ଆଇ ମେଡ ଫର?’ ଲାଗି ମିଳିଛି। ଓସ୍କାରରେ ନା କେବଳ ଆରଆରଆର ର ଗୀତ ନାଟୁ-ନାଟୁର ଝଲକ ଦେଖାଯାଇଛି ବରଂ ଫିଲ୍ମର କ୍ଲାଇମାକ୍ସର ଆକ୍ସନ ସିକ୍ୱେନ୍ସକୁ ମଧ୍ୟ ଟ୍ରିବ୍ୟୁଟ ଦିଆଯାଇଛି। ଉଲ୍ଲେଖଯୋଗ୍ୟ ଯେ ଓସ୍କାରରେ ବିଶ୍ୱର ସବୁଠୁ ଭଲ ଷ୍ଟଣ୍ଟ ଦୃଷ୍ୟକୁ ଟ୍ରିବ୍ୟୁଟ ଦିଆଯାଇଛି ଯେଉଁଥିରେ ଫିଲ୍ମ ଆରଆରଆର ର ଆକ୍ସନ ସିନ୍ ମଧ୍ୟ ସାମିଲ ଥିଲା।