ଓ୍ବକ୍ଫ କମିଟି ବୈଠକ ଅଧାରୁ ପଳାଇଲେ ବିରୋଧୀ
ନୂଆଦିଲ୍ଲୀ,୨୮ା୧୦: ଦିଲ୍ଲୀ ଓ୍ବକ୍ଫ ବୋର୍ଡ ରିପୋର୍ଟକୁ ବିରୋଧ କରି ବିରୋଧୀ ସଦସ୍ୟମାନେ ସୋମବାର ଓ୍ବକ୍ଫ ବିଲ୍ ବୈଠକରୁ ଉଠିଯାଇଥିଲେ। ଯୁଗ୍ମ ସଂସଦୀୟ କମିଟି ଅଧ୍ୟକ୍ଷ ତଥା ଭାଜପା ଏମ୍ପି ଜଗଦମ୍ବିକା ପାଲ୍ଙ୍କ ଅଧ୍ୟକ୍ଷତାରେ ଉକ୍ତ ବୈଠକ ବସିଥିଲା। ଦିଲ୍ଲୀ ସରକାରଙ୍କ ବିନା ଜ୍ଞାତସାରରେ ଦିଲ୍ଲୀ ଓ୍ବକ୍ଫ ବୋର୍ଡ ପ୍ରଶାସନ ଏହାର ରିପୋର୍ଟରେ ପରିବର୍ତ୍ତନ କରିଥିବା ବିରୋଧୀ ସଦସ୍ୟମାନେ ଅଭିଯୋଗ ଆଣିଥିଲେ। ପରେ ଆପ୍ ସଦସ୍ୟ ସଞ୍ଜୟ ସିଂ, ଡିଏମ୍କେର ମହମ୍ମଦ ଅବଦୁଲ୍ଲା, କଂଗ୍ରେସର ନାସିର ହୁସେନ୍ ଏବଂ […] The post ଓ୍ବକ୍ଫ କମିଟି ବୈଠକ ଅଧାରୁ ପଳାଇଲେ ବିରୋଧୀ appeared first on Dharitri Odia News.
ନୂଆଦିଲ୍ଲୀ,୨୮ା୧୦: ଦିଲ୍ଲୀ ଓ୍ବକ୍ଫ ବୋର୍ଡ ରିପୋର୍ଟକୁ ବିରୋଧ କରି ବିରୋଧୀ ସଦସ୍ୟମାନେ ସୋମବାର ଓ୍ବକ୍ଫ ବିଲ୍ ବୈଠକରୁ ଉଠିଯାଇଥିଲେ। ଯୁଗ୍ମ ସଂସଦୀୟ କମିଟି ଅଧ୍ୟକ୍ଷ ତଥା ଭାଜପା ଏମ୍ପି ଜଗଦମ୍ବିକା ପାଲ୍ଙ୍କ ଅଧ୍ୟକ୍ଷତାରେ ଉକ୍ତ ବୈଠକ ବସିଥିଲା।
ଦିଲ୍ଲୀ ସରକାରଙ୍କ ବିନା ଜ୍ଞାତସାରରେ ଦିଲ୍ଲୀ ଓ୍ବକ୍ଫ ବୋର୍ଡ ପ୍ରଶାସନ ଏହାର ରିପୋର୍ଟରେ ପରିବର୍ତ୍ତନ କରିଥିବା ବିରୋଧୀ ସଦସ୍ୟମାନେ ଅଭିଯୋଗ ଆଣିଥିଲେ। ପରେ ଆପ୍ ସଦସ୍ୟ ସଞ୍ଜୟ ସିଂ, ଡିଏମ୍କେର ମହମ୍ମଦ ଅବଦୁଲ୍ଲା, କଂଗ୍ରେସର ନାସିର ହୁସେନ୍ ଏବଂ ମହମ୍ମଦ ଜାଓ୍ବେଦ କକ୍ଷତ୍ୟାଗ କରିଥିଲେ।
The post ଓ୍ବକ୍ଫ କମିଟି ବୈଠକ ଅଧାରୁ ପଳାଇଲେ ବିରୋଧୀ appeared first on Dharitri Odia News.