‘ଓ୍ବାର୍ନର ୭୦% ଭାରତୀୟ, ୩୦% ଅଷ୍ଟ୍ରେଲିୟ’

ନୂଆଦିଲ୍ଲୀ,୪।୫: ଅଷ୍ଟ୍ରେଲିଆର ବିସ୍ଫୋରକ ବ୍ୟାଟ୍ସମ୍ୟାନ୍‌ ତଥା ବର୍ତ୍ତମାନ ଦିଲ୍ଲୀ କ୍ୟାପିଟାଲ୍ସ ପାଇଁ ଆଇପିଏଲ୍‌ ଖେଳୁଥିବା ଡେଭିଡ୍‌ ଓ୍ବାର୍ନରଙ୍କୁ ଭାରତ କେତେ ପସନ୍ଦ, ସମସ୍ତେ ତାହା ଜାଣନ୍ତି। ପୁଷ୍ପା ଫିଲ୍ମକୁ ନେଇ ତାଙ୍କୁ ପାଗଳାମୀ ହେଉ ଅଥବା ବଲିଉଡ୍‌ ଗୀତରେ ରିଲ୍ସ କରିବାକୁ ସେ ଭଲପାଇଥାନ୍ତି। ଖାସ୍‌ ଏଥିଲାଗି ତାଙ୍କର ଭାରତୀୟ ପ୍ରଶଂସକଙ୍କ ସଂଖ୍ୟା ଅଧିକ। ଏବେ ଓ୍ବାର୍ନରଙ୍କୁ ନେଇ ତାଙ୍କର ଜଣେ ସାଥୀ ଖେଳାଳି ବଡ଼ ଖୁଲାସା କରିଛନ୍ତି। ଚଳିତ ସିଜନ୍‌ରେ ବ୍ୟାଟିଂରେ ଜବରଦସ୍ତ ପ୍ରଦର୍ଶନ କରୁଥିବା […] The post ‘ଓ୍ବାର୍ନର ୭୦% ଭାରତୀୟ, ୩୦% ଅଷ୍ଟ୍ରେଲିୟ’ appeared first on Dharitri Odia News.

‘ଓ୍ବାର୍ନର ୭୦% ଭାରତୀୟ, ୩୦% ଅଷ୍ଟ୍ରେଲିୟ’

ନୂଆଦିଲ୍ଲୀ,୪।୫: ଅଷ୍ଟ୍ରେଲିଆର ବିସ୍ଫୋରକ ବ୍ୟାଟ୍ସମ୍ୟାନ୍‌ ତଥା ବର୍ତ୍ତମାନ ଦିଲ୍ଲୀ କ୍ୟାପିଟାଲ୍ସ ପାଇଁ ଆଇପିଏଲ୍‌ ଖେଳୁଥିବା ଡେଭିଡ୍‌ ଓ୍ବାର୍ନରଙ୍କୁ ଭାରତ କେତେ ପସନ୍ଦ, ସମସ୍ତେ ତାହା ଜାଣନ୍ତି। ପୁଷ୍ପା ଫିଲ୍ମକୁ ନେଇ ତାଙ୍କୁ ପାଗଳାମୀ ହେଉ ଅଥବା ବଲିଉଡ୍‌ ଗୀତରେ ରିଲ୍ସ କରିବାକୁ ସେ ଭଲପାଇଥାନ୍ତି। ଖାସ୍‌ ଏଥିଲାଗି ତାଙ୍କର ଭାରତୀୟ ପ୍ରଶଂସକଙ୍କ ସଂଖ୍ୟା ଅଧିକ। ଏବେ ଓ୍ବାର୍ନରଙ୍କୁ ନେଇ ତାଙ୍କର ଜଣେ ସାଥୀ ଖେଳାଳି ବଡ଼ ଖୁଲାସା କରିଛନ୍ତି। ଚଳିତ ସିଜନ୍‌ରେ ବ୍ୟାଟିଂରେ ଜବରଦସ୍ତ ପ୍ରଦର୍ଶନ କରୁଥିବା ଅଷ୍ଟ୍ରେଲିଆର ଯୁବ ବ୍ୟାଟ୍ସମ୍ୟାନ୍‌ କେକ୍‌ ଫ୍ରେଜର ମ୍ୟାକ୍‌ଗର୍କ ଏକ ସ୍ବତନ୍ତ୍ର ସେଶନ ପରେ ଓ୍ବାନରଙ୍କ ପ୍ରଶଂସା କରିବା ସହ ଅନେକ ଖୁଲାସା କରିଛନ୍ତି।

ମ୍ୟାକ୍‌ଗର୍କ କହିଛନ୍ତି, ମୁଁ ଆଜି ଯାଏ ଯେତେ ବି ଲୋକଙ୍କ ସହ ମିଶିଛି, ଓ୍ବାର୍ନର ସମସ୍ତଙ୍କଠାରୁ ନିଃସ୍ବାର୍ଥ। ସେ ୨୪ଘଣ୍ଟା ଧରି ଆପଣଙ୍କ ସହାୟତା କରିବାକୁ ପ୍ରସ୍ତୁତ ଥାନ୍ତି। ମୁଁ ସର୍ବଦା ସକାଳେ ତାଙ୍କ ରୁମ୍‌କୁ ଯାଏ, ଏକାଠି କଫି ପିଉ। ସେ ଅଷ୍ଟ୍ରେଲିଆ କମ୍‌, ଭାରତୀୟ ଅଧିକ। କହିବାକୁ ଗଲେ ସେ ୭୦% ଭାରତୀୟ ଏବଂ କେବଳ ୩୦% ଅଷ୍ଟ୍ରେଲିୟ।

କହିରଖୁଛୁ, ନିଜର ପ୍ରଥମ ଆଇପିଏଲ୍‌ ଖେଳୁଥିବା ମ୍ୟାକ୍‌ଗର୍କ ଏଯାବତ ଜବରଦସ୍ତ ବ୍ୟାଟିଂ ପ୍ରଦର୍ଶନ କରୁଛନ୍ତି। ସେ ୬ ମ୍ୟାଚ୍‌ରେ ୪୩.୧୭ ହାରତରେ ରନ୍‌ କରିଛନ୍ତି। ତାଙ୍କର ସର୍ବାଧିକ ସ୍କୋର ୮୪ ରନ୍‌ ରହିଛି।

The post ‘ଓ୍ବାର୍ନର ୭୦% ଭାରତୀୟ, ୩୦% ଅଷ୍ଟ୍ରେଲିୟ’ appeared first on Dharitri Odia News.