ଓ୍ୱାଶିଂଟନ୍ ପୋଷ୍ଟର ବଡ଼ ଖୁଲାସା, ଭାରତର ଏୟାରଷ୍ଟ୍ରାଇକ୍‌ରେ ପାକିସ୍ତାନର ୬ ଏୟାରଫିଲ୍ଡ ଧ୍ୱଂସ

ନୂଆଦିଲ୍ଲୀ ୧୫/୦୫: ଭାରତର ଆଟାକରେ ଧ୍ୱଂସ ପାକିସ୍ତାନର ଏୟାରଫିଲ୍ଡ୍ । ଅପରେସନ୍ ସିନ୍ଦୂର ଭାଙ୍ଗିଛି ପାକିସ୍ତାନ ସେନାର ମେରୁଦଣ୍ଡ । ଏ ନେଇ ଏବେ ବଡ଼ ଖୁଲାସା କରିଛି ଆମେରିକୀୟ ଖବରକାଗଜ ଓ୍ୱାଶିଂଟନ୍ ପୋଷ୍ଟ । ଆମେରିକୀୟ ଖବରକାଗଜ ଓ୍ୱାଶିଂଟନ୍ ପୋଷ୍ଟ କହିଛି ଏୟାରଷ୍ଟ୍ରାଇକ୍‌ରେ ପାକିସ୍ତାନର ୬ ଏୟାରଫିଲ୍ଡ ଧ୍ୱଂସ । ଗତ କିଛି ଦିନ ତଳେ ପହଲଗାମ୍ ଆକ୍ରମଣର ବଦଲା ନେବା ପାଇଁ ପିଓକେ ଓ ପାକିସ୍ତାନ ଭିତରେ ପଶି ଅପରେସନ୍ ସିନ୍ଦୂର କରିଥିଲା ଭାରତୀୟ ସେନା । ଯେଉଁଥିରେ ଆତଙ୍କୀ ଆଡ୍ଡା ସହିତ ପାକିସ୍ତାନର ସୈନ୍ୟ ଠିକଣା ଉପରେ ଜୋରଦାର ଆକ୍ରମଣ କରାଯାଇଥିଲା । ଆମେରିକାର ଏହି ଖବରକାଗଜ ନିଜର ଏକ ବିଶ୍ଲେଷଣରେ କହିଛି ଯେ, ଭାରତର ଆକ୍ରମଣରେ ପାକିସ୍ତାନର ଅତି କମ୍‌ରେ ୬ଟି ଏୟାରବେସର ରନଓ୍ୱେ ଏବଂ କୋଠାବାଡ଼ି ନଷ୍ଟ ହେଇଛି । ଦୁଇ ଡର୍ଜନରୁ ଅଧିକ ସାଟେଲାଇଟ୍ ଫଟୋ ସହିତ ଅନେକ ଭିଡିଓର ରିଭ୍ୟୁ କରିବା ପରେ ଜଣାପଡ଼ିଛି ଯେ, ଏହି ଆକ୍ରମଣରେ ପାକିସ୍ତାନୀ ସେନାର ତିନୋଟି ହ୍ୟାଙ୍ଗର, ଦୁଇଟି ରନଓ୍ୱେ ଏବଂ ବାୟୁସେନା ତରଫରୁ ବ୍ୟବହାର କରାଯାଉଥିବା ଦୁଇଟି କୋଠା କ୍ଷତିଗ୍ରସ୍ତ ହୋଇଛି । କିଛି କିଛି ଜାଗାରେ ଭାରତ, ପାକିସ୍ତାନର ୧୦୦ ମାଇଲ୍ ଭିତରେ ପଶି ଆକ୍ରମଣ କରିଛି ବୋଲି ଏହି ଆମେରିକୀୟ ଖବରକାଗଜ ସୂଚନା ଦେଇ କହିଛି । ଏହାସହିତ ଏହି ଖବରକାଗଜ ଆହୁରି ମଧ୍ୟ ଦାବି କରିଛି ଯେ, ପରମାଣୁ ଶକ୍ତି ସମ୍ପନ୍ନ ଏହି ଦୁଇଟି ଦେଶ

ଓ୍ୱାଶିଂଟନ୍ ପୋଷ୍ଟର ବଡ଼ ଖୁଲାସା, ଭାରତର ଏୟାରଷ୍ଟ୍ରାଇକ୍‌ରେ ପାକିସ୍ତାନର ୬ ଏୟାରଫିଲ୍ଡ ଧ୍ୱଂସ

ନୂଆଦିଲ୍ଲୀ ୧୫/୦୫: ଭାରତର ଆଟାକରେ ଧ୍ୱଂସ ପାକିସ୍ତାନର ଏୟାରଫିଲ୍ଡ୍ । ଅପରେସନ୍ ସିନ୍ଦୂର ଭାଙ୍ଗିଛି ପାକିସ୍ତାନ ସେନାର ମେରୁଦଣ୍ଡ । ଏ ନେଇ ଏବେ ବଡ଼ ଖୁଲାସା କରିଛି ଆମେରିକୀୟ ଖବରକାଗଜ ଓ୍ୱାଶିଂଟନ୍ ପୋଷ୍ଟ । ଆମେରିକୀୟ ଖବରକାଗଜ ଓ୍ୱାଶିଂଟନ୍ ପୋଷ୍ଟ କହିଛି ଏୟାରଷ୍ଟ୍ରାଇକ୍‌ରେ ପାକିସ୍ତାନର ୬ ଏୟାରଫିଲ୍ଡ ଧ୍ୱଂସ । 

ଗତ କିଛି ଦିନ ତଳେ ପହଲଗାମ୍ ଆକ୍ରମଣର ବଦଲା ନେବା ପାଇଁ ପିଓକେ ଓ ପାକିସ୍ତାନ ଭିତରେ ପଶି ଅପରେସନ୍ ସିନ୍ଦୂର କରିଥିଲା ଭାରତୀୟ ସେନା । ଯେଉଁଥିରେ ଆତଙ୍କୀ ଆଡ୍ଡା ସହିତ ପାକିସ୍ତାନର ସୈନ୍ୟ ଠିକଣା ଉପରେ ଜୋରଦାର ଆକ୍ରମଣ କରାଯାଇଥିଲା । ଆମେରିକାର ଏହି ଖବରକାଗଜ ନିଜର ଏକ ବିଶ୍ଲେଷଣରେ କହିଛି ଯେ, ଭାରତର ଆକ୍ରମଣରେ ପାକିସ୍ତାନର ଅତି କମ୍‌ରେ ୬ଟି ଏୟାରବେସର ରନଓ୍ୱେ ଏବଂ କୋଠାବାଡ଼ି ନଷ୍ଟ ହେଇଛି । 

ଦୁଇ ଡର୍ଜନରୁ ଅଧିକ ସାଟେଲାଇଟ୍ ଫଟୋ ସହିତ ଅନେକ ଭିଡିଓର ରିଭ୍ୟୁ କରିବା ପରେ ଜଣାପଡ଼ିଛି ଯେ, ଏହି ଆକ୍ରମଣରେ ପାକିସ୍ତାନୀ ସେନାର ତିନୋଟି ହ୍ୟାଙ୍ଗର, ଦୁଇଟି ରନଓ୍ୱେ ଏବଂ ବାୟୁସେନା ତରଫରୁ ବ୍ୟବହାର କରାଯାଉଥିବା ଦୁଇଟି କୋଠା କ୍ଷତିଗ୍ରସ୍ତ ହୋଇଛି । କିଛି କିଛି ଜାଗାରେ ଭାରତ, ପାକିସ୍ତାନର ୧୦୦ ମାଇଲ୍ ଭିତରେ ପଶି ଆକ୍ରମଣ କରିଛି ବୋଲି ଏହି ଆମେରିକୀୟ ଖବରକାଗଜ ସୂଚନା ଦେଇ କହିଛି । 

ଏହାସହିତ ଏହି ଖବରକାଗଜ ଆହୁରି ମଧ୍ୟ ଦାବି କରିଛି ଯେ, ପରମାଣୁ ଶକ୍ତି ସମ୍ପନ୍ନ ଏହି ଦୁଇଟି ଦେଶ, ପରମାଣୁ ଯୁଦ୍ଧର ବହୁତ ନିକଟତର ହୋଇଯାଇଥିଲେ । ଯାହାକୁ ନେଇ ଚିନ୍ତାରେ ଥିଲା ଆମେରିକା । ତେବେ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ମଧ୍ୟସ୍ଥତା ପରେ କିନ୍ତୁ, ଦୁଇ ଦେଶ ଯୁଦ୍ଧ ବିରତି ଘୋଷଣା କରିଥିଲେ ।