ଔଷଧ ଦୋକାନରେ ପଶିଲା ଜଙ୍ଗଲୀ ବାରହା, ଉଦ୍ଧାର କଲା ବନ ବିଭାଗ

କେନ୍ଦୁଝର : ମେଡିସିନ ଷ୍ଟୋରରେ ପଶିଲା ଜଙ୍ଗଲୀ ବାରହା। କେନ୍ଦୁଝର ସହର କୋର୍ଟ ସମ୍ମୁଖରେ ଥିବା ଆପୋଲୋ ଫାର୍ମାସୀ ନାମକ ଏକ ଔଷଧ ଦୋକାନରେ ଆଜି ସକାଳେ ୯.୩୦ରେ ଏକ ଜଙ୍ଗଲୀ ବାରହା ପଶିଯାଇଥିଲା ।ଦୋକାନୀ ଭୟଭୀତ ହୋଇ ବାହାରକୁ ଚାଲି ଆସି କବାଟ ବନ୍ଦ କରିଦେଇଥିଲେ। ଏହାପରେ ସ୍ଥାନୀୟ ଲୋକେ ବନ ବିଭାଗକୁ ଏନେଇ ଖବର ଦେଇଥିଲେ। ବନ ବିଭାଗର କ୍ଵିକ୍‌ ରେସପନ୍ସ ଟିମ ଜନ୍ତା ସହିତ ସେଠାରେ ପହଞ୍ଚି ବାରହାଟିକୁ ଉଦ୍ଧାର କରିଥିଲେ। ବାରହା  ଟିର […]

ଔଷଧ ଦୋକାନରେ ପଶିଲା ଜଙ୍ଗଲୀ ବାରହା, ଉଦ୍ଧାର କଲା ବନ ବିଭାଗ
a wild boar enter in a drug store

କେନ୍ଦୁଝର : ମେଡିସିନ ଷ୍ଟୋରରେ ପଶିଲା ଜଙ୍ଗଲୀ ବାରହା। କେନ୍ଦୁଝର ସହର କୋର୍ଟ ସମ୍ମୁଖରେ ଥିବା ଆପୋଲୋ ଫାର୍ମାସୀ ନାମକ ଏକ ଔଷଧ ଦୋକାନରେ ଆଜି ସକାଳେ ୯.୩୦ରେ ଏକ ଜଙ୍ଗଲୀ ବାରହା ପଶିଯାଇଥିଲା ।ଦୋକାନୀ ଭୟଭୀତ ହୋଇ ବାହାରକୁ ଚାଲି ଆସି କବାଟ ବନ୍ଦ କରିଦେଇଥିଲେ। ଏହାପରେ ସ୍ଥାନୀୟ ଲୋକେ ବନ ବିଭାଗକୁ ଏନେଇ ଖବର ଦେଇଥିଲେ।

ବନ ବିଭାଗର କ୍ଵିକ୍‌ ରେସପନ୍ସ ଟିମ ଜନ୍ତା ସହିତ ସେଠାରେ ପହଞ୍ଚି ବାରହାଟିକୁ ଉଦ୍ଧାର କରିଥିଲେ। ବାରହା  ଟିର ଥୋଡ଼ିରେ କ୍ଷତ ହୋଇ ରକ୍ତ ବାହାରୁଥିବା ଦେଖାଯାଇଛି। ଉଦ୍ଧାର ବାରହାକୁ କେନ୍ଦୁଝର ରେଞ୍ଜ କାର୍ଯ୍ୟାଳୟକୁ ନିଆ ଯାଇଛି। ସେଠାରେ ତାର ଚିକିତ୍ସା କରାଯିବ। ସୁସ୍ଥ ହେବାପରେ ବାରହାଟିକୁ ନରଣପୁର ସଂରକ୍ଷିତ ଜଙ୍ଗଲରେ ଛଡା ଯିବ ବୋଲି କେନ୍ଦୁଝର ଡିଏଫଓ ଧନରାଜ ଏଚଡି କହିଛନ୍ତି। ବାରହାଟି ଏକ ବଡ଼ ମାଇ ବରାହା ଏବଂ ନରଣପୁର ଜଙ୍ଗଲରୁ ରାତ୍ରିରେ ଚାଲି ଆସି ସମ୍ଭବତଃ ଜଙ୍ଗଲକୁ ଫେରି ପାରିନି ବୋଲି ଡିଏଫଓ କହିଛନ୍ତି।