କଂଗ୍ରେସ ଆରମ୍ଭ କଲା ‘ଏକ ନୋଟ୍ ଏକ ଭୋଟ୍’ ଅଭିଯାନ, ଭୋଟ୍ ସହ ଚାନ୍ଦା ମାଗିଲେ ନେତା
ନୂଆଦିଲ୍ଲୀ: ଲୋକସଭା ନିର୍ବାଚନ ପାଖେଇବା ସହ ପ୍ରତିପକ୍ଷକୁ କେମିତି ମାତ୍ ଦିଆଯାଇ ପାରିବ ତାକୁ ନେଇ ଭିନ୍ନ ଭିନ୍ନ ତରିକା ଆପଣେଉଛନ୍ତି ରାଜନୈତିକ ଦଳ। ଏହି କ୍ରମରେ ଏମିତି ଏକ ଅଭିନବ ତରିକା ଦେଖିବାକୁ ମିଳିଛି ମଧ୍ୟପ୍ରଦେଶରେ। ମଧ୍ୟ ପ୍ରଦେଶ ରାଜ୍ୟ କଂଗ୍ରେସ ଲୋକସଭା ନିର୍ବାଚନ ପାଇଁ ରବିବାର ‘ଏକ ନୋଟ୍ ଏକ ଭୋଟ୍’ ଅଭିଯାନ ଆରମ୍ଭ କରିଛି। ପାର୍ଟି ଦାବି କରିଛି କେନ୍ଦ୍ର ସରକାର ପାର୍ଟିର ବ୍ୟାଙ୍କ ଖାତାର ନେଣଦେଣ ଉପରେ କଟକଣା ଲଗାଇଛି। ତେଣୁ ଦଳ ପାଖରେ ନିର୍ବାଚନ ଲଢିବା ପାଇଁ ପଇସା ନାହିଁ। ତେଣୁ ଦଳ ଏହି ଅଭିନବ ଅଭିଯାନ ଆରମ୍ଭ କରି ଭୋଟ୍ ସହ ଚାନ୍ଦା ଦେବାକୁ ଅନୁରୋଧ କରିଛି। Also read: ବିଜେଡିରୁ ଇସ୍ତଫା ଦେଲେ ସନ୍ଧ୍ୟାବତୀ ପ୍ରଧାନ, ସଭାପତିଙ୍କୁ ପଠାଇଲେ ଇସ୍ତଫା ପତ୍ରମଧ୍ୟ ପ୍ରଦେଶ କଂଗ୍ରେସ ରାଜ୍ୟ ସଭାପତି ଜିତୁ ପଟଓ୍ଵାରୀ କହିଛନ୍ତି, ନିର୍ବାଚନ ଆଚରଣ ବିଧି ଲାଗୁ ହେବା ପରେ କଂଗ୍ରେସର ବ୍ୟାଙ୍କ ଖାତା ଉପରେ କଟକଣା ଲଗାଇଛନ୍ତି କେନ୍ଦ୍ର ସରକାର। ଏହାର ଉଦ୍ଦେଶ୍ୟ ନିର୍ବାଚନ ପୂର୍ବରୁ ପାର୍ଟିକୁ ଆର୍ଥିକ ଭାବେ ଦୁର୍ବଳ କରିବା, ଯଦ୍ଵାରା ବିରୋଧୀ ଦଳ ପୂରା ଦମରେ ନିର୍ବାଚନ ଲଢି ପାରିବ ନାହିଁ। ମଧ୍ୟ ପ୍ରଦେଶ କଂଗ୍ରେସ ଏକ ନୋଟ୍ ଏକ ଭୋଟ୍ ଅଭିଯାନ ଭୋପାଳର ରୋଶନାପୁର ଛକରୁ ଆରମ୍ଭ କରିଛି। ଏଠାରେ ଭୋପାଳରୁ ପାର୍ଟିର ପ୍ରାର୍ଥୀ ଅରୁଣ ଶ୍ରୀବାସ୍ତବ ଓ ଜବଲପୁର ପ୍ରାର୍ଥୀ ଦିନେଶ ଯାଦବ ହାତରେ ବକ୍ସ
ନୂଆଦିଲ୍ଲୀ: ଲୋକସଭା ନିର୍ବାଚନ ପାଖେଇବା ସହ ପ୍ରତିପକ୍ଷକୁ କେମିତି ମାତ୍ ଦିଆଯାଇ ପାରିବ ତାକୁ ନେଇ ଭିନ୍ନ ଭିନ୍ନ ତରିକା ଆପଣେଉଛନ୍ତି ରାଜନୈତିକ ଦଳ। ଏହି କ୍ରମରେ ଏମିତି ଏକ ଅଭିନବ ତରିକା ଦେଖିବାକୁ ମିଳିଛି ମଧ୍ୟପ୍ରଦେଶରେ। ମଧ୍ୟ ପ୍ରଦେଶ ରାଜ୍ୟ କଂଗ୍ରେସ ଲୋକସଭା ନିର୍ବାଚନ ପାଇଁ ରବିବାର ‘ଏକ ନୋଟ୍ ଏକ ଭୋଟ୍’ ଅଭିଯାନ ଆରମ୍ଭ କରିଛି। ପାର୍ଟି ଦାବି କରିଛି କେନ୍ଦ୍ର ସରକାର ପାର୍ଟିର ବ୍ୟାଙ୍କ ଖାତାର ନେଣଦେଣ ଉପରେ କଟକଣା ଲଗାଇଛି। ତେଣୁ ଦଳ ପାଖରେ ନିର୍ବାଚନ ଲଢିବା ପାଇଁ ପଇସା ନାହିଁ। ତେଣୁ ଦଳ ଏହି ଅଭିନବ ଅଭିଯାନ ଆରମ୍ଭ କରି ଭୋଟ୍ ସହ ଚାନ୍ଦା ଦେବାକୁ ଅନୁରୋଧ କରିଛି।
Also read: ବିଜେଡିରୁ ଇସ୍ତଫା ଦେଲେ ସନ୍ଧ୍ୟାବତୀ ପ୍ରଧାନ, ସଭାପତିଙ୍କୁ ପଠାଇଲେ ଇସ୍ତଫା ପତ୍ର
ମଧ୍ୟ ପ୍ରଦେଶ କଂଗ୍ରେସ ରାଜ୍ୟ ସଭାପତି ଜିତୁ ପଟଓ୍ଵାରୀ କହିଛନ୍ତି, ନିର୍ବାଚନ ଆଚରଣ ବିଧି ଲାଗୁ ହେବା ପରେ କଂଗ୍ରେସର ବ୍ୟାଙ୍କ ଖାତା ଉପରେ କଟକଣା ଲଗାଇଛନ୍ତି କେନ୍ଦ୍ର ସରକାର। ଏହାର ଉଦ୍ଦେଶ୍ୟ ନିର୍ବାଚନ ପୂର୍ବରୁ ପାର୍ଟିକୁ ଆର୍ଥିକ ଭାବେ ଦୁର୍ବଳ କରିବା, ଯଦ୍ଵାରା ବିରୋଧୀ ଦଳ ପୂରା ଦମରେ ନିର୍ବାଚନ ଲଢି ପାରିବ ନାହିଁ। ମଧ୍ୟ ପ୍ରଦେଶ କଂଗ୍ରେସ ଏକ ନୋଟ୍ ଏକ ଭୋଟ୍ ଅଭିଯାନ ଭୋପାଳର ରୋଶନାପୁର ଛକରୁ ଆରମ୍ଭ କରିଛି। ଏଠାରେ ଭୋପାଳରୁ ପାର୍ଟିର ପ୍ରାର୍ଥୀ ଅରୁଣ ଶ୍ରୀବାସ୍ତବ ଓ ଜବଲପୁର ପ୍ରାର୍ଥୀ ଦିନେଶ ଯାଦବ ହାତରେ ବକ୍ସ ଧରି ପ୍ରତ୍ୟେକ ଲୋକଙ୍କଠୁ ଟଙ୍କାଟିଏ ମାଗି ଭୋଟ୍ ଦେବାକୁ ଅନୁରୋଧ କରିଛନ୍ତି। ମଧ୍ୟପ୍ରଦେଶରେ ଅନ୍ୟ ସିଟ୍ରୁ କଂଗ୍ରେସ ପ୍ରାର୍ଥୀ ମଧ୍ୟ ଏହି ଅଭିଯାନରେ ସାମିଲ ହୋଇଛନ୍ତି।
ଅନ୍ୟପଟେ ଲୋକସଭା ନିର୍ବାଚନ ସମୟରେ ଇନକମ ଟ୍ୟାକ୍ସ ପକ୍ଷରୁ ପଠାଯାଇଥିବା ନୋଟିସ୍ ମାମଲାରେ ଆଜି କଂଗ୍ରେସକୁ ବଡ଼ ଆଶ୍ଵସ୍ତି ମିଳିଛି। ସୁପ୍ରିମକୋର୍ଟରେ ଶୁଣାଣି ସମୟରେ ଆଜି ଆୟକର ବିଭାଗ କହିଛି ଯେ ନିର୍ବାଚନ ସମୟରେ କଂଗ୍ରେସ ପାର୍ଟିଠୁ ୧୭୦୦ କୋଟି ଟଙ୍କା ଆଦାୟ ପାଇଁ କୌଣସି ପଦକ୍ଷେପ ନିଆଯିବ ନାହିଁ। ବିଭାଗର ଏହି ବୟାନ ପରେ କଂଗ୍ରେସ ପାର୍ଟିକୁ ବଡ଼ ଆଶ୍ଵସ୍ତି ମିଳିଛି।