କଂଗ୍ରେସ ବିଧାୟକ ପ୍ରାର୍ଥୀଙ୍କୁ ଆକ୍ରମଣ

ପୁରୀ : ନାମାଙ୍କନ ବେଳେ ହାତାହାତି ହେଲେ ଦୁଇ ପ୍ରାର୍ଥୀ I ପୁରୀ ଉପଜିଲ୍ଲାପାଳଙ୍କ ଅଫିସରେ କଂଗ୍ରେସ ବିଧାୟକ ପ୍ରାର୍ଥୀ ଉମାବଲ୍ଲଭ ରଥ ଓ ଟିକେଟ କଟିଥିବା ସୁଜିତ୍ ମହାପାତ୍ର ହାତାହାତି ହୋଇଛନ୍ତି। ନାମାଙ୍କନ କରିବାକୁ ଯାଇଥିଲା ବେଳେ ୨ ନେତା ଓ ସମର୍ଥକ ହାତାହାତି ହୋଇଥିଲେ। ପରସ୍ପରଙ୍କ ମଧ୍ୟରେ ଠେଲାପେଲା ସହ ମୁଥ ମରାମରି ହୋଇଥିବା ସୂଚନା ମିଳିଛି। ଉମା କଂଗ୍ରେସରୁ ଓ ସୁଜିତ ସ୍ୱାଧୀନ ଭାବେ ନୋମିନେସନ୍ କରିବାକୁ ଯାଇଥିଲେ। ଏହି ସମୟରେ ଉଭୟଙ୍କ […]

କଂଗ୍ରେସ ବିଧାୟକ ପ୍ରାର୍ଥୀଙ୍କୁ ଆକ୍ରମଣ
କଂଗ୍ରେସ ବିଧାୟକ ପ୍ରାର୍ଥୀଙ୍କୁ ଆକ୍ରମଣ

ପୁରୀ : ନାମାଙ୍କନ ବେଳେ ହାତାହାତି ହେଲେ ଦୁଇ ପ୍ରାର୍ଥୀ I ପୁରୀ ଉପଜିଲ୍ଲାପାଳଙ୍କ ଅଫିସରେ କଂଗ୍ରେସ ବିଧାୟକ ପ୍ରାର୍ଥୀ ଉମାବଲ୍ଲଭ ରଥ ଓ ଟିକେଟ କଟିଥିବା ସୁଜିତ୍ ମହାପାତ୍ର ହାତାହାତି ହୋଇଛନ୍ତି। ନାମାଙ୍କନ କରିବାକୁ ଯାଇଥିଲା ବେଳେ ୨ ନେତା ଓ ସମର୍ଥକ ହାତାହାତି ହୋଇଥିଲେ। ପରସ୍ପରଙ୍କ ମଧ୍ୟରେ ଠେଲାପେଲା ସହ ମୁଥ ମରାମରି ହୋଇଥିବା ସୂଚନା ମିଳିଛି। ଉମା କଂଗ୍ରେସରୁ ଓ ସୁଜିତ ସ୍ୱାଧୀନ ଭାବେ ନୋମିନେସନ୍ କରିବାକୁ ଯାଇଥିଲେ। ଏହି ସମୟରେ ଉଭୟଙ୍କ ମଧ୍ୟରେ ଠେଲାପେଲା, ମୁଥ ମରା ମରି ପରିସ୍ଥିତି ସୃଷ୍ଟି ହୋଇଥିଲା

ଖବର ଅନୁଯାୟୀ ପୁରୀ କଂଗ୍ରେସ ପ୍ରାର୍ଥୀ ଉମାବଲ୍ଲଭ ରଥଙ୍କ ଉପରେ ରବିବାର ଅପରାହ୍ନରେ ଆକ୍ରମଣ ହୋଇଥିଲା। ସେ ବସ୍‌ଷ୍ଟାଣ୍ଡରେ ବୁଲୁଥିବା ବେଳେ କିଛି ଦୁର୍ବୃତ୍ତ ତାଙ୍କୁ ଆକ୍ରମଣ କରିଥିବା କୁହାଯାଉଛି। ଉମାବଲ୍ଲଭଙ୍କ ମୁଣ୍ଡ ଫାଟିଥିବା ଓ ମୁହଁରେ ଆଘାତ ସୂଚନା ମିଳିଛି। ଆକ୍ରମଣ ସଂପର୍କରେ କୁମ୍ଭାରପଡ଼ା ଥାନାରେ ଏତଲା ଦେଇଥିଲେ ଉମା।ସୂଚନାଯୋଗ୍ୟ,ରବିବାର କଂଗ୍ରେସ ସୁଜିତ ମହାପାତ୍ରଙ୍କ ଜାଗାରେ ଉମାଙ୍କୁ ପ୍ରାର୍ଥୀ କରିଥିଲା। ଆଉ ଏହାର କିଛି ଘଣ୍ଟା ପରେ ଉମାଙ୍କ ଉପରେ ଆକ୍ରମଣ ହୋଇଥିଲା । ତେବେ ସୁଜିତ ମହାପାତ୍ରଙ୍କ ଟିକେଟ୍‌ କଟିବା ପରେ ପୁରୀ ଜିଲ୍ଲା କଂଗ୍ରେସ କାର୍ଯ୍ୟାଳୟରେ ଭଙ୍ଗାରୁଜା ହୋଇଥିଲା । ସୁଜିତ ମହାପାତ୍ରଙ୍କ ଟିକେଟ କଟିବା ପରେ ପୁରୀ ଜିଲ୍ଲା କଂଗ୍ରେସ ଅଫିସ୍‌ରେ ପଶି ପାଟିତୁଣ୍ଡ ସହ ଭଙ୍ଗାରୁଜା କରିଥିଲେ ସୁଜିତଙ୍କ ସମର୍ଥକ ।