କଂଗ୍ରେସକୁ ବଡ଼ ଝଟ୍କା: ଭାଜପା ହାତ ଧରିଲେ ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ସ୍ତ୍ରୀ
ନୂଆଦିଲ୍ଲୀ,୧୪।୩: ଲୋକ ସଭା ନିର୍ବାଚନକୁ ନେଇ ରାଜନୀତି ଜୋର ଧରିଥିବାବେଳେ ପଞ୍ଜାବରେ କଂଗ୍ରେସ ଏକ ବଡ଼ ଝଟ୍କା ଲାଗିଛି। କ୍ୟାପଟେନ ଅମରିନ୍ଦର ସିଂଙ୍କ ସ୍ତ୍ରୀ ତଥା ଏମ୍ପି ପ୍ରୀତି କୌର ଭାଜପାରେ ଯୋଗ ଦେଇଛନ୍ତି। ଏହାପୂର୍ବରୁ ପ୍ରୀତିର ଭାରତୀୟ ଜାତୀୟ କଂଗ୍ରେସର ପ୍ରାଥମିକ ସଦସ୍ୟତାରୁ ଇସ୍ତଫା ଦେଇଥିଲେ। ସେବେଠାରୁ ସେ ଖୁବ ଶୀଘ୍ର ଭାଜପାରେ ଯୋଗ ଦେଇପାରନ୍ତି ବୋଲି ଅନୁମାନ କରାଯାଉଥିଲା। ପ୍ରୀତି ହେଉଛନ୍ତି କ୍ୟାପଟେନ ଅମରିନ୍ଦର ସିଂଙ୍କ ସ୍ତ୍ରୀ। ସେ ପଞ୍ଜାବର ‘ରାଜକୀୟ ଆସନ’ ପଟିଆଲାରୁ […] The post କଂଗ୍ରେସକୁ ବଡ଼ ଝଟ୍କା: ଭାଜପା ହାତ ଧରିଲେ ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ସ୍ତ୍ରୀ appeared first on Dharitri Odia News.
ନୂଆଦିଲ୍ଲୀ,୧୪।୩: ଲୋକ ସଭା ନିର୍ବାଚନକୁ ନେଇ ରାଜନୀତି ଜୋର ଧରିଥିବାବେଳେ ପଞ୍ଜାବରେ କଂଗ୍ରେସ ଏକ ବଡ଼ ଝଟ୍କା ଲାଗିଛି। କ୍ୟାପଟେନ ଅମରିନ୍ଦର ସିଂଙ୍କ ସ୍ତ୍ରୀ ତଥା ଏମ୍ପି ପ୍ରୀତି କୌର ଭାଜପାରେ ଯୋଗ ଦେଇଛନ୍ତି। ଏହାପୂର୍ବରୁ ପ୍ରୀତିର ଭାରତୀୟ ଜାତୀୟ କଂଗ୍ରେସର ପ୍ରାଥମିକ ସଦସ୍ୟତାରୁ ଇସ୍ତଫା ଦେଇଥିଲେ। ସେବେଠାରୁ ସେ ଖୁବ ଶୀଘ୍ର ଭାଜପାରେ ଯୋଗ ଦେଇପାରନ୍ତି ବୋଲି ଅନୁମାନ କରାଯାଉଥିଲା।
ପ୍ରୀତି ହେଉଛନ୍ତି କ୍ୟାପଟେନ ଅମରିନ୍ଦର ସିଂଙ୍କ ସ୍ତ୍ରୀ। ସେ ପଞ୍ଜାବର ‘ରାଜକୀୟ ଆସନ’ ପଟିଆଲାରୁ ଚାରିଥର କଂଗ୍ରେସ ଏମ୍ପି ହୋଇଛନ୍ତି। ସେ ବର୍ତ୍ତମାନ ଭାରତୀୟ ଜନତା ପାର୍ଟିରେ ଯୋଗ ଦେଇଛନ୍ତି। ଭାଜପାରେ ଯୋଗଦେବା ପରେ ସେ କହିଛନ୍ତି, ମୁଁ ଆଜି ଭାଜପାରେ ଯୋଗ ଦେଉଛି। ମୁଁ ଗତ ୨୫ ବର୍ଷ ଧରି ଗଣତନ୍ତ୍ର ପାଇଁ କାର୍ଯ୍ୟ କରିଛି। ଆଜି ହେଉଛି ସେହି ସମୟ ଯାହା ଆମ ପିଲାମାନଙ୍କର ଆସନ୍ତାକାଲିକୁ ଭଲ କରିପାରେ।
ସେ ଆହୁରି କହିଛନ୍ତି ଯେ,ମୋଦି ଜୀଙ୍କର କାର୍ଯ୍ୟ ଏବଂ ନୀତି ଦେଖିବା ପରେ ଏବଂ ମୁଁ ଚାଲିଥିବା ବିକଶିତ ଭାରତର କାର୍ଯ୍ୟକ୍ରମରେ ପ୍ରଭାବିତ ହେବା ପରେ ମୁଁ ଭାଜପାରେ ଯୋଗ ଦେଉଛି। କେବଳ ମୋଦି ଜିଙ୍କ ନେତୃତ୍ୱରେ ଆମେ ଆମର ପିଲା ଏବଂ ଦେଶକୁ ସୁରକ୍ଷିତ ରଖିପାରିବା। ମୁଁ ପ୍ରଧାନମନ୍ତ୍ରୀ ମୋଦି, ଜେପି ନଡା ଏବଂ ଭାଜପାକୁ ଧନ୍ୟବାଦ ଦେଉଛି। ଜଣାଶୁଣା ଯେ ପ୍ରୀତି କୌର ଗତ ୨୫ ବର୍ଷ ଧରି ପଟିଆଲା ଲୋକସଭା ଆସନରୁ ନିର୍ବଚନ ଲଢୁଛନ୍ତି।
The post କଂଗ୍ରେସକୁ ବଡ଼ ଝଟ୍କା: ଭାଜପା ହାତ ଧରିଲେ ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ସ୍ତ୍ରୀ appeared first on Dharitri Odia News.