୧୯ରୁ ଊର୍ଦ୍ଧ୍ୱ ଗାଁକୁ ରାସ୍ତା ନାହିଁ
କେନ୍ଦୁଝର,୨୧ା୧( ନରେଶ ଚନ୍ଦ୍ର ପଟ୍ଟନାୟକ)କେନ୍ଦୁଝର ଜିଲାରେ ୧୯ ଗ୍ରାମକୁ ସବୁଦିନିଆ ରାସ୍ତା ନାହିଁ। ଉକ୍ତ ଗ୍ରାମକୁ ଯାତାୟାତ ସଂଯୋଗ ପାଇଁ ୬୧ କି.ମି ରାସ୍ତାର ଆବଶ୍ୟକତା ଥିବା ନେଇ ୨୦୨୦ ଜାନୁୟାରୀ ୨୪ ତାରିଖରେ ଜିଲା ପ୍ରଶାସନ ପକ୍ଷରୁ ରାଜ୍ୟ ସରକାରଙ୍କୁ ସୂଚନା ପ୍ରଦାନ କରାଯାଇଥିଲା। ଏହି ରାସ୍ତା ନିର୍ମାଣ ହେଲେ ୫୯୧୩ ଜଣ ଲୋକ ଉପକୃତ ହେବେ ବୋଲି ସୂଚନା ଦିଆଯାଇଥିଲା। ତେବେ କେତେ ରାସ୍ତା ଇତି ମଧ୍ୟରେ ହୋଇଛି ତାହାର ଠିକ୍ ସୂଚନା ମିଳୁ […] The post ୧୯ରୁ ଊର୍ଦ୍ଧ୍ୱ ଗାଁକୁ ରାସ୍ତା ନାହିଁ appeared first on Dharitri Odia News.
କେନ୍ଦୁଝର,୨୧ା୧( ନରେଶ ଚନ୍ଦ୍ର ପଟ୍ଟନାୟକ)କେନ୍ଦୁଝର ଜିଲାରେ ୧୯ ଗ୍ରାମକୁ ସବୁଦିନିଆ ରାସ୍ତା ନାହିଁ। ଉକ୍ତ ଗ୍ରାମକୁ ଯାତାୟାତ ସଂଯୋଗ ପାଇଁ ୬୧ କି.ମି ରାସ୍ତାର ଆବଶ୍ୟକତା ଥିବା ନେଇ ୨୦୨୦ ଜାନୁୟାରୀ ୨୪ ତାରିଖରେ ଜିଲା ପ୍ରଶାସନ ପକ୍ଷରୁ ରାଜ୍ୟ ସରକାରଙ୍କୁ ସୂଚନା ପ୍ରଦାନ କରାଯାଇଥିଲା। ଏହି ରାସ୍ତା ନିର୍ମାଣ ହେଲେ ୫୯୧୩ ଜଣ ଲୋକ ଉପକୃତ ହେବେ ବୋଲି ସୂଚନା ଦିଆଯାଇଥିଲା। ତେବେ କେତେ ରାସ୍ତା ଇତି ମଧ୍ୟରେ ହୋଇଛି ତାହାର ଠିକ୍ ସୂଚନା ମିଳୁ ନ ଥିଲେ ହେଁ ରାସ୍ତାକୁ ନେଇ ଅନେକ ସମୟରେ ଗ୍ରାମବାସୀ ଦାବି କରିବା ଏବଂ ରାସ୍ତା ନ ଥିବାରୁ ଖଟ, ଚେୟାର ବା ଭାରରେ ବୋହି ରୋଗୀଙ୍କୁ ନେବା ଆଣିବା ଖବର ଅନେକ ଗ୍ରାମକୁ ଅଦ୍ୟାବଧି ସବୁଦିନିଆ ରାସ୍ତା ନ ଥିବା ପ୍ରମାଣିତ କରୁଛି। ବାସ୍ତବରେ ଏହି ସଂଖ୍ୟା ଅଧିକ ବୋଲି ବେସରକାରୀ ଭାବରେ ମଧ୍ୟ କୁହାଯାଉଛି।
ଯେ, ଜିଲା ପ୍ରଶାସନ ପକ୍ଷରୁ ଦିଆଯାଇଥିବା ରିପୋର୍ଟକୁ ୩ ବର୍ଷ ଉପରେ ବିତିବାକୁ ବସିଲାଣି। ଏତେ ବର୍ଷ ପରେ ବି ଉଦାହରଣ ଭାବେ ତେଲକୋଇ ବ୍ଲକ୍ ଗୋଡ଼ିନର୍ଦ୍ଦା ଭଳି ଅନେକ ଦୁର୍ଗମ ଗ୍ରାମକୁ ରାସ୍ତା ନିର୍ମାଣ ହୋଇ ପାରିନାହିଁ। ଫଳରେ ଗ୍ରାମବାସୀ ଜିଲାପାଳଙ୍କ ଅଭିଯୋଗ ଶୁଣାଣିରେ ପ୍ରତିବାଦ ଜଣାଇ ରାସ୍ତା ଦାବି କରି ଆନ୍ଦୋଳନ କରୁଛନ୍ତି। ଅନ୍ୟପକ୍ଷେ ୨୦୧୮-୨୦୨୩ ଆର୍ଥିକ ବର୍ଷରେ ଜିଲା ପ୍ରଶାସନର ଅନୁମୋଦନରେ ତେଲକୋଇ ବ୍ଲକ୍ରେ ବିଭିନ୍ନ ଯୋଜନାରେ ରାସ୍ତା ନିର୍ମାଣ ବାବଦକୁ ବହୁ ଅର୍ଥ ଖର୍ଚ୍ଚ ହୋଇଛି। ମାତ୍ର ଉକ୍ତ ରାସ୍ତା ଖାତାଖତିଆନରେ ହିଁ ନିର୍ମାଣ ହୋଇ ୪୫ ଲକ୍ଷ ଟଙ୍କା ହଡ଼ପ, ଗୋଟିଏ ରାସ୍ତାକୁ ଦୁଇ ଥର ଅନୁଦାନ ପ୍ରଦାନ ଭଳି ଅଭିଯୋଗ ହୋଇଆସୁଛି। ଫଳରେ ଲୋକମାନଙ୍କୁ ସବୁଦିନିଆ ରାସ୍ତା ପାଇଁ ପେଟପାଟଣା ଓ ଜୀବିକା ଛାଡ଼ି ଆନ୍ଦୋଳନ କରିବାକୁ ପଡୁଥିବାରୁ ବିଭିନ୍ନ ମହଲରେ ଅସନ୍ତୋଷ ଦେଖାଦେଇଛି। ଜିଲାପାଳ ଆଶିଷ ଠାକ୍ରେ ମିଡିଆ ଆଗରେ କହିଛନ୍ତି, ଜିଲାରେ କିଛି ରାସ୍ତା କାମର ପ୍ରଶାସନିକ ସ୍ତରରେ ଅନୁମୋଦନ କରାଯାଇଛି। ତେବେ ରାସ୍ତା ନ ଥିବା ଗ୍ରାମକୁ ସବୁଦିନିଆ ରାସ୍ତା ଦେବାକୁ ବିଭାଗ ପକ୍ଷରୁ ପଦକ୍ଷେପ ନିଆଯାଉଛି।
ସୂଚନାଯୋଗ୍ୟ, ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ ସମସ୍ତ ଜିଲାପାଳ ଓ ପ୍ରକଳ୍ପ ନିର୍ଦ୍ଦେଶକ ଡିଆରଡିଏଙ୍କୁ ରାସ୍ତା ନ ଥିବା ଗ୍ରାମ ବା ଜନବସତି(ପଡା)କୁ ସବୁଦିନିଆ ରାସ୍ତା ନିର୍ମାଣ କରିବାକୁ ଚିଠି (ନଂ. ୨୨୯୫/ ୪ ଅଗଷ୍ଟ ୨୦୨୦) କହିଥିଲେ। ତା, ପୂର୍ବରୁ ଉକ୍ତ ବିଭାଗ ଅଣ ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କ ଯୋଜନାରେ ଗ୍ରାମ ବା ପଡ଼ାଗୁଡ଼ିକୁ ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମନିଯୁକ୍ତି ଯୋଜନାରେ ରାସ୍ତା ନିର୍ମାଣ କରିବାକୁ ଚିଠି (ସଂଖ୍ୟା ୪୮୯୩/୬ ମାର୍ଚ୍ଚ ୨୦୧୯)କରିଥିଲେ। ସେହିପରି ଶହେରୁ ଅଧିକ ଲୋକ ରହୁଥିବା ଜନବସତି ବା ଗ୍ରାମକୁ ରାସ୍ତା ନିର୍ମାଣ ନେଇ ଜିଲାପାଳ, ପିଡିଙ୍କୁ ଚିଠି (ନଂ. ୬୦୪୭/୭ ମାର୍ଚ୍ଚ ୨୦୨୦)କରିଥିଲେ। ସମସ୍ତ ଚିଠିକୁ ଦୀର୍ଘ ବର୍ଷ ବିତିଯାଇଥିଲେ ହେଁ ରାସ୍ତା ନିର୍ମାଣ ହୋଇ ନ ପାରିବା ଅତ୍ୟନ୍ତ ଦୁଃଖଦପୂର୍ଣ୍ଣ ବୋଲି ପୂର୍ବତନ ଜିଲା ଓକିଲ ସଂଘର ସଭାପତି ଅଶୋକ ଦାସ କହିଛନ୍ତି। କେନ୍ଦୁଝର ଜିଲା ପରିଷଦ ମୁଖ୍ୟ ନିର୍ବାହୀ ଅଧିକାରୀ ବିଷ୍ନୁ ପ୍ରସାଦ ଆଚାର୍ଯ୍ୟ କହିଛନ୍ତି, ବିଶେଷ କରି ବାଂଶପାଳ, ତେଲକୋଇ ଓ ହରିଚନ୍ଦନପୁର ବ୍ଲକ୍ର ଦୁର୍ଗମ ଅଞ୍ଚଳରେ ଏଭଳି ରାସ୍ତା ସମସ୍ୟା ରହିଛି। ପୂର୍ବରୁ ଚିହ୍ନଟ ହୋଇଥିବା ରାସ୍ତା ସରିଛି କି ନାହିଁ ଓ ଦୁର୍ନୀତି ସମ୍ପର୍କରେ ତାଲିକା ଦେଖିଲେ ଜଣାପଡ଼ିବ। ଏହା ଛଡା ଆଉ କିଛି ରାସ୍ତା ମିଶାଇ ପାଖାପାଖି ୫୦ ଟି ରାସ୍ତା କାମ ସବୁଦିନିଆ ବ୍ୟବହାର କରିବାକୁ ପଦକ୍ଷେପ ନିଆଯାଇଛି। କେତେକ କାମର ଅଟକଳ ସରିଛି ଏବଂ ଟେଣ୍ଡର ଆହ୍ବାନ କରାଯାଇଥିବା କହିଥିଲେ।
The post ୧୯ରୁ ଊର୍ଦ୍ଧ୍ୱ ଗାଁକୁ ରାସ୍ତା ନାହିଁ appeared first on Dharitri Odia News.