କଂଗ୍ରେସର ଆର୍ଥତ୍କ ବ୍ୟବସ୍ଥାକୁ ପଙ୍ଗୁ କରିବା ପାଇଁ ମୋଦି ଉଦ୍ୟମ କରିଛନ୍ତି: ସୋନିଆ ଗାନ୍ଧୀ

ନୂଆଦିଲ୍ଲୀ,୨୧।୩: ଲୋକ ସଭା ନିର୍ବାଚନ ପୂର୍ବରୁ କଂଗ୍ରେସର ବ୍ୟାଙ୍କ ଆକାଉଣ୍ଟକୁ ଅଚଳ କରାଯିବା ଘଟଣାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ କେନ୍ଦ୍ର ସରକାରଙ୍କ ଉପରେ କଂଗ୍ରେସ ଜୋର୍‌ଦାର ବର୍ଷିଛି। କଂଗ୍ରେସର ଆର୍ଥତ୍କ ବ୍ୟବସ୍ଥାକୁ ପଙ୍ଗୁ କରିଦେବା ପାଇଁ ପ୍ରଧାନମନ୍ତ୍ରୀ ବ୍ୟବସ୍ଥିତ ଉଦ୍ୟମ କରିଥିବା କଂଗ୍ରେସ ନେତ୍ରୀ ସୋନିଆ ଗାନ୍ଧୀ ଗୁରୁବାର କହିଛନ୍ତି। କଂଗ୍ରେସର ବ୍ୟାଙ୍କ ଆକାଉଣ୍ଟରୁ ଜବରଦସ୍ତ ଟଙ୍କା ଉଠାଇ ନିଆଯାଇଛି। କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖାର୍ଗେ ଏବଂ ରାହୁଲ ଗାନ୍ଧୀ ଖବରଦାତା ସମ୍ମିଳନୀରେ ଉଦ୍‌ବୋଧନ ଦେଇ […] The post କଂଗ୍ରେସର ଆର୍ଥତ୍କ ବ୍ୟବସ୍ଥାକୁ ପଙ୍ଗୁ କରିବା ପାଇଁ ମୋଦି ଉଦ୍ୟମ କରିଛନ୍ତି: ସୋନିଆ ଗାନ୍ଧୀ appeared first on Dharitri Odia News.

କଂଗ୍ରେସର ଆର୍ଥତ୍କ ବ୍ୟବସ୍ଥାକୁ ପଙ୍ଗୁ କରିବା ପାଇଁ ମୋଦି ଉଦ୍ୟମ କରିଛନ୍ତି: ସୋନିଆ ଗାନ୍ଧୀ

ନୂଆଦିଲ୍ଲୀ,୨୧।୩: ଲୋକ ସଭା ନିର୍ବାଚନ ପୂର୍ବରୁ କଂଗ୍ରେସର ବ୍ୟାଙ୍କ ଆକାଉଣ୍ଟକୁ ଅଚଳ କରାଯିବା ଘଟଣାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ କେନ୍ଦ୍ର ସରକାରଙ୍କ ଉପରେ କଂଗ୍ରେସ ଜୋର୍‌ଦାର ବର୍ଷିଛି। କଂଗ୍ରେସର ଆର୍ଥତ୍କ ବ୍ୟବସ୍ଥାକୁ ପଙ୍ଗୁ କରିଦେବା ପାଇଁ ପ୍ରଧାନମନ୍ତ୍ରୀ ବ୍ୟବସ୍ଥିତ ଉଦ୍ୟମ କରିଥିବା କଂଗ୍ରେସ ନେତ୍ରୀ ସୋନିଆ ଗାନ୍ଧୀ ଗୁରୁବାର କହିଛନ୍ତି।

କଂଗ୍ରେସର ବ୍ୟାଙ୍କ ଆକାଉଣ୍ଟରୁ ଜବରଦସ୍ତ ଟଙ୍କା ଉଠାଇ ନିଆଯାଇଛି। କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖାର୍ଗେ ଏବଂ ରାହୁଲ ଗାନ୍ଧୀ ଖବରଦାତା ସମ୍ମିଳନୀରେ ଉଦ୍‌ବୋଧନ ଦେଇ ଦଳର ସବୁ ବ୍ୟାଙ୍କ ଆକାଉଣ୍ଟକୁ ଅଚଳ କରିଦିଆଯାଇଥିବା ଅଭିଯୋଗ କରିଥିଲେ। ଆୟକର ରିଟର୍ଣ୍ଣ ଦାଖଲ ପ୍ରସଙ୍ଗରେ ଆକାଉଣ୍ଟ ଅଚଳ କରିଦିଆଯାଇଥିବାରୁ ଆମେ ନିର୍ବାଚନ ପ୍ରଚାର କରିପାରୁ ନାହୁଁ। ନିର୍ବାଚନ ଲଢ଼ିବା ପାଇଁ ଆମ କ୍ଷମତାକୁ ନଷ୍ଟ କରିଦିଆଯାଇଛି ବୋଲି ଦଳର ପୂର୍ବତନ ଅଧ୍ୟକ୍ଷ ରାହୁଲ କହିଥିଲେ। ଏହା ଅତ୍ୟନ୍ତ ଗମ୍ଭୀର ପ୍ରସଙ୍ଗ। ଏହା କେବଳ କଂଗ୍ରେସକୁ ପ୍ରଭାବିତ କରିନାହିଁ ବରଂ ଆମ ଗଣତନ୍ତ୍ରକୁ ପ୍ରଭାବିତ କରିଛି ବୋଲି ସୋନିଆ କହିଥିଲେ।

ଇଲେକ୍ଟୋରାଲ ବଣ୍ଡ୍‌ ପଛରେ ଥିବା ବିବାଦକୁ ନେଇ ପୂର୍ବତନ କଂଗ୍ରେସ ଅଧ୍ୟକ୍ଷା କେନ୍ଦ୍ରକୁ ସମାଲୋଚନା କରିଥିଲେ। ବିବାଦୀୟ ନିର୍ବାଚନୀ ବଣ୍ଡରୁ ଭାଜପା ସର୍ବାଧିକ ଫାଇଦା ଉଠାଇଥିଲାବେଳେ ମୁଖ୍ୟ ବିରୋଧୀ ଦଳର ଅର୍ଥବ୍ୟବସ୍ଥାକୁ ପଙ୍ଗୁ କରିଦିଆଯାଇଥିବା ସୋନିଆ କହିଛନ୍ତି।

The post କଂଗ୍ରେସର ଆର୍ଥତ୍କ ବ୍ୟବସ୍ଥାକୁ ପଙ୍ଗୁ କରିବା ପାଇଁ ମୋଦି ଉଦ୍ୟମ କରିଛନ୍ତି: ସୋନିଆ ଗାନ୍ଧୀ appeared first on Dharitri Odia News.