କଂଗ୍ରେସରେ ତେଜିଲା କମିଟି କନ୍ଦଳ
ଦଳ ଛାଡ଼ିଥିବା ନେତାଙ୍କୁ ଫେରାଇଲେ, ସମସ୍ତଙ୍କୁ ନେଇ ଆଗକୁ ବଢ଼ିବେ ବୋଲି ଦମ୍ଭୋକ୍ତି ଦେଖାଇଥିଲେ ନୂଆ ପିସିସି ସଭାପତି ଭକ୍ତ ଦାସ। କିନ୍ତୁ ଘରେ ପଶୁ ପଶୁ ଚାଳ ବାଜିଲାଣି। ରାଜ୍ୟ କଂଗ୍ରେସ୍ କମିଟିରୁ ବାଦ୍ ପଡ଼ିଥିବା ନେତାଙ୍କୁ ନେଇ ଦଳରେ ତେଜିଛି ଅସନ୍ତୋଷ। ଓବିସିଙ୍କୁ ସରଂକ୍ଷଣ ପ୍ରସଙ୍ଗରେ ଦଳ ଦେଇଥିବା ଧାରଣାରେ ଏକାଧିକ ବରିଷ୍ଠଙ୍କ ଅନୁପସ୍ଥିତି ଜଳ ଜଳ କରି ସାମ୍ନାକୁ ଆଣିଛି କଂଗ୍ରେସ୍ ରେ ଫାଟ। ଏମିତିକି ବାଦ୍ ପଡ଼ିଥିବା କିଛି ନେତା ସିଧାସଳଖ କାର୍ଯ୍ୟକ୍ରମକୁ ବୟକଟ୍ କରିଥିବା ଚର୍ଚ୍ଚା ହେଉଛି।