କଙ୍ଗନାଙ୍କୁ ଚାପୁଡା ମାରିବା ଘଟଣାରେ CISF କନଷ୍ଟେବଳଙ୍କ ଉପରେ ଆକ୍ସନ, ବେଙ୍ଗାଲୁରୁକୁ ବଦଳି

ନୂଆଦିଲ୍ଲୀ: ଚଣ୍ଡିଗଡ଼ ଏୟାରପୋର୍ଟରେ ସାଂସଦ କଙ୍ଗନା ରାଣାୱତଙ୍କୁ ଚାପୁଡ଼ା ମାରିଥିବା ସିଆଇଏସଏଫ କନଷ୍ଟେବଳ କୁଲବିନ୍ଦର କୌରଙ୍କୁ ବେଙ୍ଗାଲୁରୁକୁ ବଦଳି କରାଯାଇଛି। ଚାପୁଡ଼ା ମାରିବା ଘଟଣା ପରେ କୌରଙ୍କୁ ନିଲମ୍ବିତ କରାଯାଇଥିଲା। ପୋଲିସ ତାଙ୍କ ବିରୋଧରେ ଏକାଧିକ ଧାରାରେ ମାମଲା ରୁଜୁ କରିଥିଲା। କୌରଙ୍କ ନିଲମ୍ବନ ଏବଂ ମାମଲା ବିରୋଧରେ କୃଷକ ସଂଗଠନ ବିକ୍ଷୋଭ ପ୍ରଦର୍ଶନ କରିଥିଲେ।ଏହି ଘଟଣା ଗତ ଜୁନ୍ ୬ରେ ଘଟିଥିଲା। ଦିଲ୍ଲୀରେ ହେବାକୁ ଥିବା ବିଜେପି ସଂସଦୀୟ ଦଳ ବୈଠକରେ ଯୋଗଦେବା ପାଇଁ କଙ୍ଗନା ରାଣାୱତ ଚଣ୍ଡିଗଡ଼ ବିମାନବନ୍ଦରରୁ ଦିଲ୍ଲୀ ଅଭିମୁଖେ ଯାଉଥିଲେ। ବିମାନବନ୍ଦରରେ ଯାଞ୍ଚ ବେଳେ CISF ମହିଳା କନଷ୍ଟେବଳ କୁଲବିନ୍ଦର କୌର ତାଙ୍କୁ ଚାପୁଡ଼ା ମାରିଥିଲେ। ଏହି ଘଟଣା ପରେ କୌର କହିଥିଲେ ଯେ କଙ୍ଗନା କୃଷକଙ୍କ ଆନ୍ଦୋଳନ ଉପରେ ମନ୍ତବ୍ୟ ଦେଇଛନ୍ତି, ଯେଉଁଥିପାଇଁ ସେ ମର୍ମାହତ ହୋଇପଡ଼ିଥିଲେ।ପଞ୍ଜାବର ସୁଲତାନପୁର ନିବାସୀ କୁଲୱିନ୍ଦର କହିଛନ୍ତି ଯେ ତାଙ୍କ ପରିବାର କୃଷକ ଆନ୍ଦୋଳନ ସହ ଜଡିତ ଅଛନ୍ତି। କୃଷକଙ୍କ ଆନ୍ଦୋଳନ ସମ୍ପର୍କରେ କଙ୍ଗନା କହିଥିଲେ ଯେ ମହିଳାମାନେ ୧୦୦ ଟଙ୍କା ପାଇଁ କୃଷକ ଆନ୍ଦୋଳନରେ ବସିଛନ୍ତି। ସେ (କଙ୍ଗନା) ସେଠାରେ ବସିଥିଲେ କି? ମୋ ମା ସେଠାରେ ବସିଥିଲେ।ଏହି ଘଟଣା ପରେ କଙ୍ଗନା ରାଣାୱତ ଏକ ଭିଡିଓ ଜାରି କରି ନିଜର ମତ ରଖିଥିଲେ। ସେ କହିଥିଲେ ଯେ ବିମାନବନ୍ଦରରେ ଘଟିଥିବା ଘଟଣା ସୁରକ୍ଷା ଯାଞ

କଙ୍ଗନାଙ୍କୁ ଚାପୁଡା ମାରିବା ଘଟଣାରେ CISF କନଷ୍ଟେବଳଙ୍କ ଉପରେ ଆକ୍ସନ, ବେଙ୍ଗାଲୁରୁକୁ ବଦଳି

ନୂଆଦିଲ୍ଲୀ: ଚଣ୍ଡିଗଡ଼ ଏୟାରପୋର୍ଟରେ ସାଂସଦ କଙ୍ଗନା ରାଣାୱତଙ୍କୁ ଚାପୁଡ଼ା ମାରିଥିବା ସିଆଇଏସଏଫ କନଷ୍ଟେବଳ କୁଲବିନ୍ଦର କୌରଙ୍କୁ ବେଙ୍ଗାଲୁରୁକୁ ବଦଳି କରାଯାଇଛି। ଚାପୁଡ଼ା ମାରିବା ଘଟଣା ପରେ କୌରଙ୍କୁ ନିଲମ୍ବିତ କରାଯାଇଥିଲା। ପୋଲିସ ତାଙ୍କ ବିରୋଧରେ ଏକାଧିକ ଧାରାରେ ମାମଲା ରୁଜୁ କରିଥିଲା। କୌରଙ୍କ ନିଲମ୍ବନ ଏବଂ ମାମଲା ବିରୋଧରେ କୃଷକ ସଂଗଠନ ବିକ୍ଷୋଭ ପ୍ରଦର୍ଶନ କରିଥିଲେ।

ଏହି ଘଟଣା ଗତ ଜୁନ୍ ୬ରେ ଘଟିଥିଲା। ଦିଲ୍ଲୀରେ ହେବାକୁ ଥିବା ବିଜେପି ସଂସଦୀୟ ଦଳ ବୈଠକରେ ଯୋଗଦେବା ପାଇଁ କଙ୍ଗନା ରାଣାୱତ ଚଣ୍ଡିଗଡ଼ ବିମାନବନ୍ଦରରୁ ଦିଲ୍ଲୀ ଅଭିମୁଖେ ଯାଉଥିଲେ। ବିମାନବନ୍ଦରରେ ଯାଞ୍ଚ ବେଳେ CISF ମହିଳା କନଷ୍ଟେବଳ କୁଲବିନ୍ଦର କୌର ତାଙ୍କୁ ଚାପୁଡ଼ା ମାରିଥିଲେ। ଏହି ଘଟଣା ପରେ କୌର କହିଥିଲେ ଯେ କଙ୍ଗନା କୃଷକଙ୍କ ଆନ୍ଦୋଳନ ଉପରେ ମନ୍ତବ୍ୟ ଦେଇଛନ୍ତି, ଯେଉଁଥିପାଇଁ ସେ ମର୍ମାହତ ହୋଇପଡ଼ିଥିଲେ।

ପଞ୍ଜାବର ସୁଲତାନପୁର ନିବାସୀ କୁଲୱିନ୍ଦର କହିଛନ୍ତି ଯେ ତାଙ୍କ ପରିବାର କୃଷକ ଆନ୍ଦୋଳନ ସହ ଜଡିତ ଅଛନ୍ତି। କୃଷକଙ୍କ ଆନ୍ଦୋଳନ ସମ୍ପର୍କରେ କଙ୍ଗନା କହିଥିଲେ ଯେ ମହିଳାମାନେ ୧୦୦ ଟଙ୍କା ପାଇଁ କୃଷକ ଆନ୍ଦୋଳନରେ ବସିଛନ୍ତି। ସେ (କଙ୍ଗନା) ସେଠାରେ ବସିଥିଲେ କି? ମୋ ମା ସେଠାରେ ବସିଥିଲେ।

ଏହି ଘଟଣା ପରେ କଙ୍ଗନା ରାଣାୱତ ଏକ ଭିଡିଓ ଜାରି କରି ନିଜର ମତ ରଖିଥିଲେ। ସେ କହିଥିଲେ ଯେ ବିମାନବନ୍ଦରରେ ଘଟିଥିବା ଘଟଣା ସୁରକ୍ଷା ଯାଞ୍ଚ ସମୟରେ ଘଟିଛି। ସୁରକ୍ଷା ଯାଞ୍ଚ ପରେ ମୁଁ ବାହାରକୁ ଆସିବା ମାତ୍ରେ ଅନ୍ୟ କ୍ୟାବିନରେ ବସିଥିବା ସିଆଇଏସ୍ଏଫ୍ ସୁରକ୍ଷା କର୍ମୀ ମୋତେ ମୁହଁକୁ ପିଟିବା ସହ ଦୁର୍ବ୍ୟବହାର ଆରମ୍ଭ କରିଥିଲେ। ମୁଁ ଯେତେବେଳେ ପଚାରିଲି ସେ କାହିଁକି ଏପରି କଲେ, ସେ କହିଥିଲେ ଯେ ସେ କୃଷକଙ୍କ ବିରୋଧକୁ ସମର୍ଥନ କରୁଛନ୍ତି। କଙ୍ଗନା ଆହୁରି କୁହନ୍ତି, ମୁଁ ତାଙ୍କୁ ପଚାରିଲି, ସେ ଏହା କାହିଁକି କଲେ? ସେ କହିଛନ୍ତି ଯେ ସେ କୃଷକଙ୍କ ଆନ୍ଦୋଳନକୁ ସମର୍ଥନ କରୁଛନ୍ତି।