କଙ୍ଗନାଙ୍କୁ ଟକ୍କର ଦେବେ ପ୍ରିୟଙ୍କା!
ନୂଆଦିଲ୍ଲୀ,୮।୪: ହିମାଚଳ ପ୍ରଦେଶର ମଣ୍ଡି ଲୋକ ସଭା ଆସନରୁ ଭାଜପା ବଲିଉଡ ଅଭିନେତ୍ରୀ କଙ୍ଗନା ରାନାଓ୍ବତଙ୍କୁ ପ୍ରାର୍ଥୀ କରିଛି। ଭାଜପାର ଏହି ନିଷ୍ପତ୍ତି ପରେ ରାଜନୀତି ହୋଇଛି ସରଗରମ। ତେବେ କଙ୍ଗନା ଭାଜପାର ପ୍ରାର୍ଥୀ ହେବା ପରେ ଲାଗାତାର ଭାବେ କଂଗ୍ରେସ ଓ ରାହୁଲ ଗାନ୍ଧୀ ଓ ପ୍ରିୟଙ୍କା ଗାନ୍ଧୀଙ୍କୁ ଟାର୍ଗେଟ କରୁଛନ୍ତି। ନିକଟରେ କଙ୍ଗନା କହିଥିଲେ ଏହି ଦୁଇ ଜଣଙ୍କୁ ଜବରଦସ୍ତି ରାଜନୀତିକୁ ଠେଲି ଦିଆଯାଇଛି ଓ ଏମାନଙ୍କର ଏଠାରେ କିଛି ଭବିଷ୍ୟତ ନାହିଁ। ଏବେ […] The post କଙ୍ଗନାଙ୍କୁ ଟକ୍କର ଦେବେ ପ୍ରିୟଙ୍କା! appeared first on Dharitri Odia News.
ନୂଆଦିଲ୍ଲୀ,୮।୪: ହିମାଚଳ ପ୍ରଦେଶର ମଣ୍ଡି ଲୋକ ସଭା ଆସନରୁ ଭାଜପା ବଲିଉଡ ଅଭିନେତ୍ରୀ କଙ୍ଗନା ରାନାଓ୍ବତଙ୍କୁ ପ୍ରାର୍ଥୀ କରିଛି। ଭାଜପାର ଏହି ନିଷ୍ପତ୍ତି ପରେ ରାଜନୀତି ହୋଇଛି ସରଗରମ। ତେବେ କଙ୍ଗନା ଭାଜପାର ପ୍ରାର୍ଥୀ ହେବା ପରେ ଲାଗାତାର ଭାବେ କଂଗ୍ରେସ ଓ ରାହୁଲ ଗାନ୍ଧୀ ଓ ପ୍ରିୟଙ୍କା ଗାନ୍ଧୀଙ୍କୁ ଟାର୍ଗେଟ କରୁଛନ୍ତି। ନିକଟରେ କଙ୍ଗନା କହିଥିଲେ ଏହି ଦୁଇ ଜଣଙ୍କୁ ଜବରଦସ୍ତି ରାଜନୀତିକୁ ଠେଲି ଦିଆଯାଇଛି ଓ ଏମାନଙ୍କର ଏଠାରେ କିଛି ଭବିଷ୍ୟତ ନାହିଁ।
ଏବେ ଦେଖିଲେ ମଣ୍ଡି ଆସନ ପାଇଁ କଂଗ୍ରେସ କାହାକୁ ପ୍ରାର୍ଥୀ କରିବ ତାକୁ ନେଇ ଆଲୋଚନା ଚାଲିଥିବା ବେଳେ ପ୍ରିୟଙ୍କାଏଠାରୁ ଲଢିପାରନ୍ତି ବୋଲି କୁହାଯାଉଛି। ପୂର୍ବରୁ ମଣ୍ଡି ଆସନରେ କଂଗ୍ରେସ ବିଜୟୀ ହୋଇଥିବା ବେଳେ ଏଥର ବି ବିଜୟ ଲକ୍ଷ୍ୟ ନେଇ ନିର୍ବାଚନ ଲଢିବାକୁ ଦଳ ପ୍ରସ୍ତୁତ ହେଉଛି। ଏମିତିକି ମଣ୍ଡିରେ କଡା ଟକ୍କର ଦେବାକୁ ସବୁ ବଡ ବଡ ନେତାଙ୍କୁ ପ୍ରିୟଙ୍କା କହିଥିବା ବେଳେ ନିଜେବି ଏଠାରେ କଙ୍ଗନାଙ୍କୁ ହରାଇବାକୁ ଡେରା ପକାଇବେ ବୋଲି କୁହାଯାଉଛି। ତେଣୁ ସେ ନିଜେ ଯଦି ଏଠାରୁ ନିର୍ବାଚନ ଲଢନ୍ତି ତେବେ କଙ୍ଗନାଙ୍କ ସହ ତାଙ୍କର କଡା ଟକ୍କର ହେବ ବୋଲି କୁହାଯାଉଛି।
The post କଙ୍ଗନାଙ୍କୁ ଟକ୍କର ଦେବେ ପ୍ରିୟଙ୍କା! appeared first on Dharitri Odia News.