କଟକ ଧବଳେଶ୍ୱର ସରକାରୀ ଜମି ବିକ୍ରିର ହେବ ଯାଞ୍ଚ: କଟକ ଜିଲାପାଳ
କଟକ,୨୭।୧୨: କଟକ ଧବଳେଶ୍ୱର ସରକାରୀ ଜମି ବିକ୍ରିର ଯାଞ୍ଚ ହେବ ବୋଲି ଶୁକ୍ରବାର କଟକ ଜିଲାପାଳ ଦତ୍ତାତ୍ରେୟ ଭାଉସାହେବ ସିନ୍ଦେ ଗଣମାଧ୍ୟମ ଆଗରେ ପ୍ରକାଶ କରିଛନ୍ତି। ଏପରିକି ଘଟଣାସ୍ଥଳକୁ ଅଧିକାରୀ ଯାଇ ଯାଞ୍ଚ କରିବେ ବୋଲି ସେ କହିଛନ୍ତି। ଯଦି କୌଣସି ଅନିୟମିତତା ଧରାପଡେ ସେନେଇ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଠକାମୀର ଶିକାର ହୋଇଥିବା ବ୍ୟକ୍ତି ଥାନାରେ ଅଭିଯୋଗ କରନ୍ତୁ। ଅଭିଯୋଗକୁ ଭିତ୍ତି କରି ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଜିଲାପାଳ ସୂଚନା ଦେଇଛନ୍ତି। […] The post କଟକ ଧବଳେଶ୍ୱର ସରକାରୀ ଜମି ବିକ୍ରିର ହେବ ଯାଞ୍ଚ: କଟକ ଜିଲାପାଳ appeared first on Dharitri Odia News.
କଟକ,୨୭।୧୨: କଟକ ଧବଳେଶ୍ୱର ସରକାରୀ ଜମି ବିକ୍ରିର ଯାଞ୍ଚ ହେବ ବୋଲି ଶୁକ୍ରବାର କଟକ ଜିଲାପାଳ ଦତ୍ତାତ୍ରେୟ ଭାଉସାହେବ ସିନ୍ଦେ ଗଣମାଧ୍ୟମ ଆଗରେ ପ୍ରକାଶ କରିଛନ୍ତି। ଏପରିକି ଘଟଣାସ୍ଥଳକୁ ଅଧିକାରୀ ଯାଇ ଯାଞ୍ଚ କରିବେ ବୋଲି ସେ କହିଛନ୍ତି। ଯଦି କୌଣସି ଅନିୟମିତତା ଧରାପଡେ ସେନେଇ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଠକାମୀର ଶିକାର ହୋଇଥିବା ବ୍ୟକ୍ତି ଥାନାରେ ଅଭିଯୋଗ କରନ୍ତୁ। ଅଭିଯୋଗକୁ ଭିତ୍ତି କରି ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଜିଲାପାଳ ସୂଚନା ଦେଇଛନ୍ତି।
ଅନ୍ୟପକ୍ଷେ କିଛି ବ୍ୟକ୍ତିଙ୍କ ନାଁରେ ପୋଲିସ ନିଜ ଆଡୁ ମାମଲା ରୁଜୁ କରିଛି। ବେଆଇନ ଭାବେ ଜାଗା କିଣି ଘର କରିଥିଲେ, ପ୍ରଶାସନ ପକ୍ଷରୁ ଉଚ୍ଛେଦ କରାଯିବ ବୋଲି ସେ କହିଛନ୍ତି।
The post କଟକ ଧବଳେଶ୍ୱର ସରକାରୀ ଜମି ବିକ୍ରିର ହେବ ଯାଞ୍ଚ: କଟକ ଜିଲାପାଳ appeared first on Dharitri Odia News.