ନେହେରୁଙ୍କୁ ନେଇ ସୀତାରାମନ-ଖାର୍ଗେ ମୁହାଁମୁହିଁ
ନୂଆଦିଲ୍ଲୀ,୧୭ା୧୨: ୧୯୫୧ରେ ତତ୍କାଳୀନ ପ୍ରଧାନମନ୍ତ୍ରୀ ଜବାହରଲାଲ୍ ନେହେରୁ ସମ୍ବିଧାନ ସଂଶୋଧନ କରି ବାକ୍ ସ୍ବାଧୀନତା ଉପରେ ଅଙ୍କୁଶ ଲଗାଇଥିଲେ ବୋଲି କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ୍ ସୋମବାର ରାଜ୍ୟ ସଭାରେ ସମ୍ବିଧାନ ଉପରେ ଆଲୋଚନାରେ ଭାଗ ନେଇ କହିଥିଲେ। ୧୯୪୯ରେ କବି ଏବଂ ଗୀତିକାର ମଜରୁହ ସୁଲତାନପୁରୀ ଏବଂ ଅଭିନେତା ବଲରାଜ ସାହନିଙ୍କୁ ଗିରଫ କରି ଜେଲ ପଠାଯିବା ସହ ସେମାନଙ୍କ ପୁସ୍ତକକୁ ବେଆଇନ ଘୋଷଣା କରାଯାଇଥିଲା। କଂଗ୍ରେସ ଏବଂ ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀ ଗଣତନ୍ତ୍ରକୁ ମଜଭୁତ […] The post ନେହେରୁଙ୍କୁ ନେଇ ସୀତାରାମନ-ଖାର୍ଗେ ମୁହାଁମୁହିଁ appeared first on Dharitri Odia News.
ନୂଆଦିଲ୍ଲୀ,୧୭ା୧୨: ୧୯୫୧ରେ ତତ୍କାଳୀନ ପ୍ରଧାନମନ୍ତ୍ରୀ ଜବାହରଲାଲ୍ ନେହେରୁ ସମ୍ବିଧାନ ସଂଶୋଧନ କରି ବାକ୍ ସ୍ବାଧୀନତା ଉପରେ ଅଙ୍କୁଶ ଲଗାଇଥିଲେ ବୋଲି କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ୍ ସୋମବାର ରାଜ୍ୟ ସଭାରେ ସମ୍ବିଧାନ ଉପରେ ଆଲୋଚନାରେ ଭାଗ ନେଇ କହିଥିଲେ। ୧୯୪୯ରେ କବି ଏବଂ ଗୀତିକାର ମଜରୁହ ସୁଲତାନପୁରୀ ଏବଂ ଅଭିନେତା ବଲରାଜ ସାହନିଙ୍କୁ ଗିରଫ କରି ଜେଲ ପଠାଯିବା ସହ ସେମାନଙ୍କ ପୁସ୍ତକକୁ ବେଆଇନ ଘୋଷଣା କରାଯାଇଥିଲା। କଂଗ୍ରେସ ଏବଂ ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀ ଗଣତନ୍ତ୍ରକୁ ମଜଭୁତ କରିବା ପାଇଁ ନୁହେଁ ବରଂ କ୍ଷମତାରେ ଥିବା ବ୍ୟକ୍ତିଙ୍କୁ ସୁରକ୍ଷା ଦେବା ପାଇଁ ସମ୍ବିଧାନ ସଂଶୋଧନ କରୁଥିଲେ ବୋଲି ସୀତାରାମନ୍ କହିଥିଲେ।
ରାଜ୍ୟ ସଭାର ବିରୋଧୀ ଦଳ ନେତା ମଲ୍ଲିକାର୍ଜୁନ ଖାର୍ଗେ ଏହାର କଡ଼ା ଜବାବ ଦେଇଛନ୍ତି। ସୀତାରାମନ ନିଜେ ଜବାହରଲାଲ୍ ନେହେରୁ ୟୁନିଭର୍ସିଟି (ଜେଏନ୍ୟୁ)ରେ ଶିକ୍ଷାଗ୍ରହଣ କରିଥିଲେ। ସେ ଇଂଲିଶ ଓ ହିନ୍ଦୀରେ ବହୁତ ଭଲ, କିନ୍ତୁ ତାଙ୍କ କାର୍ଯ୍ୟ ଭଲ ନୁହେଁ ବୋଲି ଖାର୍ଗେ କହିଛନ୍ତି। ଗାନ୍ଧୀ ପରିବାରକୁ ଭାଜପା ଅସମ୍ମାନିତ କରିବା ସହ ସାମ୍ବିଧାନିକ ମୂଲ୍ୟବୋଧ ପ୍ରତି କଂଗ୍ରେସର ପ୍ରତିଶ୍ରୁତିବଦ୍ଧତା ଉପରେ ପ୍ରଶ୍ନ ଉଠାଉଥିବା ଖାର୍ଗେ ଅଭିଯୋଗ କରିଛନ୍ତି। ଯେଉଁମାନେ ଦିନେ ତ୍ରିରଙ୍ଗା, ଅଶୋକ ଚକ୍ର ଏବଂ ସମ୍ବିଧାନକୁ ଘୃଣା କରୁଥିଲେ, ସେମାନେ ଏବେ ଆମକୁ ଶିକ୍ଷା ଦେଉଛନ୍ତି ବୋଲି ଖାର୍ଗେ ସମାଲୋଚନା କରିଥିଲେ। ଭାରତର ସମ୍ବିଧାନ ମନୁସ୍ମୃତି ଆଧାରରେ ଲେଖାଯାଇ ନ ଥିବାରୁ ଭାଜପା ଏବଂ ଆର୍ଏସ୍ଏସ୍ ଏହାର ବିରୋଧ କରୁଥିବା ସେ ଅଭିଯୋଗ କରିଥିଲେ। ନେହେରୁ ରାଜ୍ୟଗୁଡ଼ିକୁ ଲେଖିଥିବା ଏକ ପତ୍ରକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭୁଲ୍ ଉପସ୍ଥାପନ କରି ଜନସାଧାରଣଙ୍କୁ ବିଭ୍ରାନ୍ତ କରାଉଥିବା କଂଗ୍ରେସ ଅଧ୍ୟକ୍ଷ ଖାର୍ଗେ ଅଭିଯୋଗ କରିବା ସହ ତାଙ୍କୁ ନିନ୍ଦା କରିଛନ୍ତି। ଏଥିପାଇଁ ପ୍ରଧାନମନ୍ତ୍ରୀ କ୍ଷମା ମାଗନ୍ତୁ ବୋଲି ଖାର୍ଗେ ଦାବି କରିଛନ୍ତି।
ଗଣତନ୍ତ୍ରର ସ୍ଥିତିକୁ ନେଇ ରାଜ୍ୟ ସଭା ସଦସ୍ୟ କପିଲ ସିବଲ ଗଭୀର ଚିନ୍ତାବ୍ୟକ୍ତ କରିବା ସହ ସାମ୍ପ୍ରତିକ ରାଜନୈତିକ ଦୃଶ୍ୟପଟ୍ଟକୁ ନେଇ ସରକାରଙ୍କୁ ସମାଲୋଚନା କରିଛନ୍ତି। ବୈଶ୍ୱିକ ପ୍ରଯୁକ୍ତି ଶକ୍ତିଗୁଡ଼ିକଠାରୁ ବିପଦ ସମ୍ଭାବନା ରହିଥିବା ସେ ସତର୍କ କରାଇ ଦେଇଛନ୍ତି। ଦେଶର ଗଣତାନ୍ତ୍ରିକ ଅନୁଷ୍ଠାନଗୁଡ଼ିକ ବିଭିନ୍ନ ଆହ୍ବାନର ସମ୍ମୁଖୀନ। ଅର୍ଥନୈତିକ ଅସମାନତା ଉଦ୍ବେଗଜନକ ଭାବେ ବଢ଼ୁଛି। ଦେଶର ୧ ପ୍ରତିଶତ ଅତି ଧନୀଙ୍କ ପାଖରେ ଦେଶର ୪୦ରୁ ୫୦ ପ୍ରତିଶତ ସମ୍ପତ୍ତି ରହିଥିବା ସେ କହିଛନ୍ତି। ଦଳିତଙ୍କ ପ୍ରତି ହିଂସା ବଢ଼ୁଥିବାରୁ ସାମାଜିକ ନ୍ୟାୟକୁ ନେଇ ସିବଲ ଚିନ୍ତା ପ୍ରକଟ କରିଛନ୍ତି। ଅନ୍ୟପକ୍ଷରେ ଭାଜପା ସାମ୍ବିଧାନିକ ମୂଲ୍ୟବୋଧକୁ ନେଇ କଂଗ୍ରେସକୁ ସମାଲୋଚନା କରିଛି। ସର୍ବପୁରାତନ ଦଳ କ୍ଷମତାରେ ଥିବାବେଳେ ଗୋଟିଏ ପରିବାରକୁ ସାହାଯ୍ୟ କରିବା ପାଇଁ ସମ୍ବିଧାନ ସଂଶୋଧନ କରିଆସୁଥିଲା ବୋଲି ଭାଜପା କହିଛି।
ପୂର୍ବତନ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ପ୍ରଧାନମନ୍ତ୍ରୀଙ୍କ ସଂଗ୍ରହାଳୟ ଏବଂ ଲାଇବ୍ରେରିରୁ ନେହେରୁଙ୍କ କେତେକ ପତ୍ରକୁ ନେଇଯାଇଥିବାରୁ ସେଗୁଡ଼ିକୁ ଫେରାଇବା ପାଇଁ ଭାଜପା ସୋମବାର କହିଛି। ଏହି ଐତିହାସିକ ଦସ୍ତାବିଜ୍ଗୁଡ଼ିକ ଦେଶର ସମ୍ପତ୍ତି, କାହାର ବ୍ୟକ୍ତିଗତ ନୁହେଁ ବୋଲି ଭାଜପା ମୁଖପାତ୍ର ସମ୍ବିତ୍ ପାତ୍ର କହିଛନ୍ତି।
The post ନେହେରୁଙ୍କୁ ନେଇ ସୀତାରାମନ-ଖାର୍ଗେ ମୁହାଁମୁହିଁ appeared first on Dharitri Odia News.