କଟକରେ ଶୋଭାଯାତ୍ରା ବେଳେ ଉଡିଲା ପାଲେଷ୍ଟାଇନ୍ ପତାକା

ଜୁଲୁସ ଶୋଭାଯାତ୍ରା ଚାଲିଥିବା ବେଳେ ଜଣେ ଯୁବକ ପତାକା ଉଡାଉଥିବା ଅଭିଯୋଗ ହୋଇଥିଲା । ଘଟଣାସ୍ଥଳରେ ଦରଘାବଜାର ପୋଲିସ ପହଞ୍ଚି ସଂପୃକ୍ତ ଯୁବକଙ୍କୁ ତାଗିଦ କରିବା ସହ ପତାକାକୁ ଜବତ କରିଥିଲା ।

କଟକରେ ଶୋଭାଯାତ୍ରା ବେଳେ ଉଡିଲା ପାଲେଷ୍ଟାଇନ୍ ପତାକା

ମହାପୁରୁଷ ମହମ୍ମଦ ଜୟନ୍ତୀ ଅବସରରେ କଟକରେ ଜୁଲୁସ ଶୋଭାଯାତ୍ରା ବେଳେ ପାଲେଷ୍ଟାଇନ ପତାକା ଉଡିଥିବା ଅଭିଯୋଗ ହୋଇଛି। ଦରଘାବଜାର ଥାନା ଅଞ୍ଚଳରେ ଜୁଲୁସ ଶୋଭାଯାତ୍ରା ଚାଲିଥିବା ବେଳେ ଜଣେ ଯୁବକ ପତାକା ଉଡାଉଥିବା ଅଭିଯୋଗ ହୋଇଥିଲା । ଘଟଣାସ୍ଥଳରେ ଦରଘାବଜାର ପୋଲିସ ପହଞ୍ଚି ସଂପୃକ୍ତ ଯୁବକଙ୍କୁ ତାଗିଦ କରିବା ସହ ପତାକାକୁ ଜବତ କରିଥିଲା ।

ଅଧିକ ପଢନ୍ତୁ : ରାଜଧାନୀରେ ଲାଇସେନ୍ସପ୍ରାପ୍ତ ଦୋକାନରୁ ଜବତ ହେଲା ନକଲି ମଦ

ତେବେ ଏହି ଘଟଣାକୁ ନେଇ ନେଇ କିଛି ସମୟ ପାଇଁ ଜୁଲୁସ ଶୋଭାଯାତ୍ରା ବନ୍ଦ ମଧ୍ୟ ହୋଇଥିଲା । ଘଟଣାସ୍ଥଳରେ ବରିଷ୍ଠ ପୋଲିସ ଅଧିକାରୀ ପହଞ୍ଚି ବୁଝାସୁଝା କରିବା ପରେ ଜୁଲୁସ ଶୋଭାଯାତ୍ରା ପୁଣି ଆରମ୍ଭ ହୋଇଥିଲା । ଆଡସିନାଲ ଡିସିପି ଅନୀଲ ମିଶ୍ର କହିଛନ୍ତି ପାଲେଷ୍ଟାଇନ ପତାକା ଜଣେ ଯୁବକ ଉଡାଉଥିବା ଅଭିଯୋଗ ହୋଇଥିଲା । ତେବେ ତାହା ପାଲେଷ୍ଟାଇନ ପତକା ବୋଲି ଜଣାପଡୁନାହିଁ । ସେହିଭଳି ପତକା ବୋଲି ସନ୍ଦେହ କରାଯାଉଛି। ଏହାକୁ ନେଇ ବିବାଦ ଯେପରି ନ ହେବ ସେଥିପାଇଁ ପତାକା ଜବତ କରାଯାଇଛି ।