କଠୋର ହେଲା ପ୍ରଶାସନ, ଶିଳ୍ପନଗରୀରେ ବାଜିବନି ଡିଜେ

ତାଳଚେର,୧୨ା୯(ମନୋଜ ନନ୍ଦ): ଶିଳ୍ପ ନଗରୀ ତାଳଚେରରେ ବାଜି ପାରିବନି ଡିଜେ ସାଉଣ୍ଡ। ଶିଳ୍ପ ନଗରୀ ତାଳଚେରରେ ବର୍ତ୍ତମାନ ଗଣେଶ ପୂଜା ଚାଲିଥିଲା ବେଳେ ଚଳିତ ମାସର ୭ ତାରିଖଠାରୁ ଗଜାନନଙ୍କ ପୂଜା ଆରମ୍ଭ ହୋଇ ଦୀର୍ଘ ୧୧ ଦିନ ବ୍ୟାପୀ ମଣ୍ଡପରେ ପୂଜା ପଇସାରିଲା ପରେ ପ୍ରଭୁ ଗଜାନନ ତାଳଚେରବାସୀଙ୍କଠାରୁ ଆସନ୍ତା ୧୮ ତାରିଖ ଦିନ ଭସାଣି ଶୋଭାଯାତ୍ରା ମାଧ୍ୟମରେ ଅନ୍ତିମ ବିଦାୟ ନେବେ। ତେବେ ଇତିମଧ୍ୟରେ ଗଜାନନଙ୍କ ଭସାଣି ଶୋଭାଯାତ୍ରା ନିମନ୍ତେ କଠୋର ଭୂମିକା ଗ୍ରହଣ […] The post କଠୋର ହେଲା ପ୍ରଶାସନ, ଶିଳ୍ପନଗରୀରେ ବାଜିବନି ଡିଜେ appeared first on Dharitri Odia News.

କଠୋର ହେଲା ପ୍ରଶାସନ, ଶିଳ୍ପନଗରୀରେ ବାଜିବନି ଡିଜେ

ତାଳଚେର,୧୨ା୯(ମନୋଜ ନନ୍ଦ): ଶିଳ୍ପ ନଗରୀ ତାଳଚେରରେ ବାଜି ପାରିବନି ଡିଜେ ସାଉଣ୍ଡ। ଶିଳ୍ପ ନଗରୀ ତାଳଚେରରେ ବର୍ତ୍ତମାନ ଗଣେଶ ପୂଜା ଚାଲିଥିଲା ବେଳେ ଚଳିତ ମାସର ୭ ତାରିଖଠାରୁ ଗଜାନନଙ୍କ ପୂଜା ଆରମ୍ଭ ହୋଇ ଦୀର୍ଘ ୧୧ ଦିନ ବ୍ୟାପୀ ମଣ୍ଡପରେ ପୂଜା ପଇସାରିଲା ପରେ ପ୍ରଭୁ ଗଜାନନ ତାଳଚେରବାସୀଙ୍କଠାରୁ ଆସନ୍ତା ୧୮ ତାରିଖ ଦିନ ଭସାଣି ଶୋଭାଯାତ୍ରା ମାଧ୍ୟମରେ ଅନ୍ତିମ ବିଦାୟ ନେବେ। ତେବେ ଇତିମଧ୍ୟରେ ଗଜାନନଙ୍କ ଭସାଣି ଶୋଭାଯାତ୍ରା ନିମନ୍ତେ କଠୋର ଭୂମିକା ଗ୍ରହଣ କରିଛି ଉପଖଣ୍ଡ ପୋଲିସ ପ୍ରଶାସନ।

ପ୍ରଭୁ ଗଜାନନଙ୍କ ଭସାଣି ଶୋଭାଯାତ୍ରା ବେଳେ ତାଳଚେର ଅଞ୍ଚଳରେ ଡିଜେ ସାଉଣ୍ଡ ବାଜି ପାରିବ ନାହିଁ ବୋଲି ରୋକଠୋକ ଶୁଣାଇଛନ୍ତି ତାଳଚେର ଏସ୍‌ଡିପିଓ ମାନସ ରଞ୍ଜନ ବାରିକ। ଏପରିକି ଆଇନ ଅନୁସାରେ ଯାହା ନିୟମ କରାଯାଇଛି ସାଉଣ୍ଡ ସିଷ୍ଟମଗୁଡ଼ିକ ପାଇଁ ସେମାନେ ସେହି ହାର ଓ ଅନୁପାତରେ ସାଉଣ୍ଡ ସିଷ୍ଟମ ଆଣିବେ ଭସାଣି ଶୋଭାଯାତ୍ରାରେ ଏବଂ ଡିଜେ ସାଉଣ୍ଡକୁ ସମ୍ପୂର୍ଣ୍ଣ ବନ୍ଦ କରାଯାଇଥିବା ହେତୁ ତାକୁ କୌଣସି ବି ଭସାଣି ଶୋଭାଯାତ୍ରାରେ ସାମିଲ କରାଯାଇପାରିବ ନାହିଁ ବୋଲି ସିଧାସଳଖ ଭାବେ ଏସ୍‌ଡିପିଓ ଶୁଣାଇ ଦେଇଛନ୍ତି।

The post କଠୋର ହେଲା ପ୍ରଶାସନ, ଶିଳ୍ପନଗରୀରେ ବାଜିବନି ଡିଜେ appeared first on Dharitri Odia News.