କଣ ଏହି ‘ଗଜଗାମିନୀ’ ଚାଲି? ଅଦିତିଙ୍କ ବାସ ୧୦ ସେକେଣ୍ଡର ଝଲକ୍ରେ ଲୋକେ ହେଉଛନ୍ତି ଦିୱାନା
ଫ୍ୟାଶନ ଦୁନିଆରେ ‘କ୍ୟାଟୱାକ’ ବିଷୟରେ ଆପଣ ନିଶ୍ଚୟ ବହୁତ ଶୁଣିଥିବେ। କିନ୍ତୁ କେବେ ସ୍ବାନ ଓ୍ବାକ୍ କିମ୍ବା ଗଜ ଗାମିନୀ ବିଷୟରେ ଶୁଣିଛନ୍ତି କି? ପ୍ରାୟତ ସବୁ ଅଭିନେତ୍ରୀଙ୍କ ଠାରୁ ଆରମ୍ଭ କରି ମଡେଲମାନେ ପରଫେକ୍ଟ କ୍ୟାଟୱାକ କରିବା ପାଇଁ ଚେଷ୍ଟା କରିଥାନ୍ତି। ନିକଟରେ ଓ୍ବେବ ସିରିଜ ‘ହିରାମଣ୍ଡି’ର ଏକ ୧୦ ସେକେଣ୍ଡର ଭିଡିଓ ଭାଇରାଲ ହୋଇଛି। ଯେଉଁଥିରେ ଅଭିନେତ୍ରୀ Aditi Rao Hydari ଙ୍କୁ swan walk କରୁଥିବାର ଦେଖାଯାଇଛି। ଯାହା ସୋସିଆଲ ମିଡିଆରେ ଖୁବ୍ […] The post କଣ ଏହି ‘ଗଜଗାମିନୀ’ ଚାଲି? ଅଦିତିଙ୍କ ବାସ ୧୦ ସେକେଣ୍ଡର ଝଲକ୍ରେ ଲୋକେ ହେଉଛନ୍ତି ଦିୱାନା appeared first on Dharitri Odia News.
ଫ୍ୟାଶନ ଦୁନିଆରେ ‘କ୍ୟାଟୱାକ’ ବିଷୟରେ ଆପଣ ନିଶ୍ଚୟ ବହୁତ ଶୁଣିଥିବେ। କିନ୍ତୁ କେବେ ସ୍ବାନ ଓ୍ବାକ୍ କିମ୍ବା ଗଜ ଗାମିନୀ ବିଷୟରେ ଶୁଣିଛନ୍ତି କି? ପ୍ରାୟତ ସବୁ ଅଭିନେତ୍ରୀଙ୍କ ଠାରୁ ଆରମ୍ଭ କରି ମଡେଲମାନେ ପରଫେକ୍ଟ କ୍ୟାଟୱାକ କରିବା ପାଇଁ ଚେଷ୍ଟା କରିଥାନ୍ତି। ନିକଟରେ ଓ୍ବେବ ସିରିଜ ‘ହିରାମଣ୍ଡି’ର ଏକ ୧୦ ସେକେଣ୍ଡର ଭିଡିଓ ଭାଇରାଲ ହୋଇଛି। ଯେଉଁଥିରେ ଅଭିନେତ୍ରୀ Aditi Rao Hydari ଙ୍କୁ swan walk କରୁଥିବାର ଦେଖାଯାଇଛି। ଯାହା ସୋସିଆଲ ମିଡିଆରେ ଖୁବ୍ ଟ୍ରେଣ୍ଡିଂ କରୁଛି।
କିନ୍ତୁ ଆପଣ ଜାଣିଛନ୍ତି କି, ଅଦିତିଙ୍କ ଏହି ଓ୍ବାକ୍ ଆମ ଶାସ୍ତ୍ରନୁସାରେ ଗଜଗାମିନୀ ଚାଲି ଭାବରେ ଜଣାଶୁଣା। ଆପଣ ହୁଏତ ଭାବୁଥିବେ, ଏହା ତ ସମସ୍ତଙ୍କ ପରି ସାଧାରଣ ଚାଲି। କିନ୍ତୁ ନା ଏହାକୁ ଶହଶହ ବର୍ଷ ପୂର୍ବରୁ ଆଚାର୍ଯ୍ୟ ବିତ୍ସାୟନ ତାଙ୍କ ‘କାମସୂତ୍ର’ରେ ଉଲ୍ଲେଖ କରିଥିଲେ। ଯାହାକୁ ସେ ଗଜ ଗାମିନୀ ବୋଲି ଉଲ୍ଲେଖ କରୁଥିଲେ। ଯାହାକୁ ଆଜିକାଲି ସ୍ବାନ ଓ୍ବାକ୍ ମଧ୍ୟ କୁହାଯାଉଛି।
ନିର୍ଦ୍ଦେଶକ ସଞ୍ଜୟ ଲୀଲା ଭନସାଲୀଙ୍କ ପ୍ରଥମ ୱେବ ସିରିଜ ‘ହିରାମାଣ୍ଡି’ ଖୁବ୍ ଚର୍ଚ୍ଚାରେ ରହିଛି। ପାକିସ୍ତାନ ଲାହୋରର ଏହି କୁଖ୍ୟାତ ‘ହିରାମାଣ୍ଡି’ରେ ବେବୋଜାନଙ୍କ ଠାରୁ ଆରମ୍ଭ କରି ମଲାଇକାଜାନ ପର୍ଯ୍ୟନ୍ତ ସମସ୍ତଙ୍କ ଅଭିନୟକୁ ଦର୍ଶକ ଖୁବ୍ ପ୍ରଶଂସା କରିଛନ୍ତି। ଏହି ସିରିଜରେ ବେବୋଜାନ ଭୂମିକାରେ ଅଭିନୟ କରିଥିବା ଅଦିତିଙ୍କ ୩୦ ସେକେଣ୍ଡର କ୍ଲିପ ଇଣ୍ଟରନେଟରେ ଭାଇରାଲ ହୋଇଛି।
‘କାମ ସୂତ୍ର’ ଭାରତର ସର୍ବ ପୁରାତନ ହିନ୍ଦୁ ଗ୍ରନ୍ଥ ମଧ୍ୟରୁ ଅନ୍ୟତମ। କାମସୂତ୍ର ଅନୁଯାୟୀ, ହସ୍ତୀନୀ କିମ୍ବା ମହିଳା ହାତୀର ଚାଲିକୁ କାମ ସୂତ୍ରରେ ଅତି ସୁନ୍ଦର ବା ଆକର୍ଷକ ବୋଲି କୁହାଯାଇଥାଏ। ଯେଉଁଥିରେ ଏହି ଗଜଗାମିନୀ ଚାଲିର ସୃଷ୍ଟି ହୋଇଛି।
ମହାଭାରତରେ ମଧ୍ୟ ‘ଗଜଗାମିନୀ’ ଶବ୍ଦ ବ୍ୟବହୃତ ହୋଇଛି। ଦେବଦତ୍ତ ପଟ୍ଟନାୟକ ତାଙ୍କ ପୁସ୍ତକରେ ଲେଖିଛନ୍ତି, ମହାଭାରତରେ ଦ୍ରୋପଦୀଙ୍କ ପରି ରାଣୀମାନଙ୍କୁ ଗଜ-ଗାମିନୀ ଚାଲିରେ ଗତି କରୁଥିବା ମହିଳା ବୋଲି ସମ୍ବୋଧିତ କରାଯାଏ। ‘ଗଜଗାମିନୀ’ ଶୈଳୀ ପ୍ରଖ୍ୟାତ ଚିତ୍ରକାର ଏମ. ହୁସେନଙ୍କୁ ମଧ୍ୟ ଆକର୍ଷିତ କରିଥିଲେ। ଯେଉଁଥିପାଇଁ ସେ ୨୦୦୦ ମସିହାରେ ଫିଲ୍ମ ‘ଗଜଗାମିନୀ’ ନିର୍ମାଣ କରିଥିଲେ। ଯେଉଁଥିରେ ଅଭିନେତ୍ରୀ ମାଧୁରୀ ଦୀକ୍ଷିତ ଅଭିନୟ କରିଥିଲେ।
The post କଣ ଏହି ‘ଗଜଗାମିନୀ’ ଚାଲି? ଅଦିତିଙ୍କ ବାସ ୧୦ ସେକେଣ୍ଡର ଝଲକ୍ରେ ଲୋକେ ହେଉଛନ୍ତି ଦିୱାନା appeared first on Dharitri Odia News.