କାନାଡା ପ୍ରଧାନମନ୍ତ୍ରୀ ଦୌଡ଼ରେ ଭାରତୀୟ ବଂଶୋଦ୍ଭବ ଚନ୍ଦ୍ର ଆର୍ଯ୍ୟ
ଓଟ୍ଟାଓ୍ବା,୧୧ା୧: କାନାଡା ପ୍ରଧାନମନ୍ତ୍ରୀ ଜଷ୍ଟିନ୍ ଟ୍ରୁଡୋଙ୍କ ଇସ୍ତଫା ପରେ ମାର୍ଚ୍ଚ ୯ରେ ଶାସକ ଲିବରାଲ ପାର୍ଟି ଦେଶର ନୂଆ ନେତା ବାଛିବାକୁ ଯାଉଛି। ନୂଆ ନେତା ଚୟନ ପର୍ଯ୍ୟନ୍ତ ଟ୍ରୁଡୋ କାମଚଳା ପ୍ରଧାନମନ୍ତ୍ରୀ ରହିବେ। ତେବେ ସେଣ୍ଟ୍ରାଲ ବ୍ୟାଙ୍କର ପୂର୍ବତନ ଅଧିକାରୀ ମାର୍କ କାର୍ନେୟ ଏବଂ ପୂର୍ବତନ ଅର୍ଥମନ୍ତ୍ରୀ କର୍ୟିଷ୍ଟିଆ ଫ୍ରିଲ୍ୟାଣ୍ଡ ପ୍ରଧାନମନ୍ତ୍ରୀ ଦୌଡ଼ରେ ଆଗୁଆ ଥିବାବେଳେ ଏହି ରେସ୍ରେ ସାମିଲ ହୋଇଛନ୍ତି ଭାରତୀୟ ବଂଶୋଦ୍ଭବ ଏମ୍ପି ଚନ୍ଦ୍ର ଆର୍ଯ୍ୟ। ଓଟ୍ଟାଓ୍ବାର ନେପିୟନ୍ ଆସନରୁ ନିର୍ବାଚିତ ଚନ୍ଦ୍ର […] The post କାନାଡା ପ୍ରଧାନମନ୍ତ୍ରୀ ଦୌଡ଼ରେ ଭାରତୀୟ ବଂଶୋଦ୍ଭବ ଚନ୍ଦ୍ର ଆର୍ଯ୍ୟ appeared first on Dharitri Odia News.
ଓଟ୍ଟାଓ୍ବା,୧୧ା୧: କାନାଡା ପ୍ରଧାନମନ୍ତ୍ରୀ ଜଷ୍ଟିନ୍ ଟ୍ରୁଡୋଙ୍କ ଇସ୍ତଫା ପରେ ମାର୍ଚ୍ଚ ୯ରେ ଶାସକ ଲିବରାଲ ପାର୍ଟି ଦେଶର ନୂଆ ନେତା ବାଛିବାକୁ ଯାଉଛି। ନୂଆ ନେତା ଚୟନ ପର୍ଯ୍ୟନ୍ତ ଟ୍ରୁଡୋ କାମଚଳା ପ୍ରଧାନମନ୍ତ୍ରୀ ରହିବେ। ତେବେ ସେଣ୍ଟ୍ରାଲ ବ୍ୟାଙ୍କର ପୂର୍ବତନ ଅଧିକାରୀ ମାର୍କ କାର୍ନେୟ ଏବଂ ପୂର୍ବତନ ଅର୍ଥମନ୍ତ୍ରୀ କର୍ୟିଷ୍ଟିଆ ଫ୍ରିଲ୍ୟାଣ୍ଡ ପ୍ରଧାନମନ୍ତ୍ରୀ ଦୌଡ଼ରେ ଆଗୁଆ ଥିବାବେଳେ ଏହି ରେସ୍ରେ ସାମିଲ ହୋଇଛନ୍ତି ଭାରତୀୟ ବଂଶୋଦ୍ଭବ ଏମ୍ପି ଚନ୍ଦ୍ର ଆର୍ଯ୍ୟ। ଓଟ୍ଟାଓ୍ବାର ନେପିୟନ୍ ଆସନରୁ ନିର୍ବାଚିତ ଚନ୍ଦ୍ର ଲିବରାଲ ପାର୍ଟିର ବୈଠକ ପୂର୍ବରୁ ନିଜ ପ୍ରାର୍ଥିତ୍ୱ ନେଇ ଏକ୍ସ’ରେ ଘୋଷଣା କରିଛନ୍ତି। ସେ ୨୦୧୫ରେ ହାଉସ୍ ଅଫ୍ କମନ୍ସକୁ ପ୍ରଥମ ଥର ନିର୍ବାଚିତ ହୋଇଥିଲେ।
The post କାନାଡା ପ୍ରଧାନମନ୍ତ୍ରୀ ଦୌଡ଼ରେ ଭାରତୀୟ ବଂଶୋଦ୍ଭବ ଚନ୍ଦ୍ର ଆର୍ଯ୍ୟ appeared first on Dharitri Odia News.