କ'ଣ ଜେଲ୍ ଯିବେ କି କଙ୍ଗନା ? ଜାଭେଦ ଅଖତରଙ୍କ ଓକିଲଙ୍କ ବଡ ବୟାନ

ମୁମ୍ଵାଇ ୨୧।୦୭: ବିବାଦ ସହିତ ବଲିଉଡ ଅଭିନେତ୍ରୀ କଙ୍ଗନା ରାନାୱତଙ୍କର ଏକ ପୁରୁଣା ସମ୍ପର୍କ । କଙ୍ଗନା ଫିଲ୍ମ ଇଣ୍ଡଷ୍ଟ୍ରି ଛାଡି ରାଜନୀତି ଆଡକୁ ମୁହାଁଇଛନ୍ତି। କିନ୍ତୁ କିଛି ବିବାଦ କଙ୍ଗନାଙ୍କ ପଛ ଛାଡୁ ନାହିଁ । ଜଣାଶୁଣା ଗୀତିକାର ଜାଭେଦ ଅଖତର କଙ୍ଗନାଙ୍କ ବିରୋଧରେ ଜାମିନ ବିହୀନ ୱାରେଣ୍ଟ ଜାରି କରିବାକୁ ଦାବି କରିଛନ୍ତି। ବିଜେପି ନେତା ତଥା ମଣ୍ଡି ଲୋକସଭା ସାଂସଦ କଙ୍ଗନାଙ୍କ ଅସୁବିଧା ବଢିପାରେ । କଙ୍ଗନା ଙ୍କୁ ଶନିବାର କୋର୍ଟରେ ହାଜର ହେବାକୁ ଥିଲା। ଜାଭେଦଙ୍କ ଓକିଲ ଜୟ ଭରଦ୍ୱାଜଙ୍କ ଅନୁଯାୟୀ କଙ୍ଗନା ହାଜର ନହେବା ପାଇଁ କୋର୍ଟରୁ ଛୁଟି ମାଗିଥିଲେ କିନ୍ତୁ କଙ୍ଗନାଙ୍କ ଆବେଦନକୁ କୋର୍ଟ ପ୍ରତ୍ୟାଖ୍ୟାନ କରିଥିଲେ। ଏହା ସତ୍ତ୍ଵେ କଙ୍ଗନା କୋର୍ଟରେ ହାଜର ହୋଇନଥିଲେ। ଜୟ ଭରଦ୍ୱାଜ କହିଛନ୍ତି ଯେ କଙ୍ଗନାଙ୍କ ଦାବିକୁ ପ୍ରତ୍ୟାଖ୍ୟାନ କରାଯିବା ସତ୍ତ୍ଵେ ଅଭିନେତ୍ରୀ ପୂର୍ବ ତାରିଖରେ କୋର୍ଟରେ ପହଞ୍ଚି ନଥିଲେ। ମାର୍ଚ୍ଚ ୧, ୨୦୨୧ରେ କଙ୍ଗନା ବିରୋଧରେ ଜାମିନ ଆବେଦନ ମଧ୍ୟ ଜାରି କରାଯାଇଥିଲା। ତେବେ କଙ୍ଗନା ଏହାକୁ ବାତିଲ କରିଦେଲେ ।କଙ୍ଗନା ବିରୋଧରେ ୱାରେଣ୍ଟ ଜାରି କରାଯିବ କି?ଅଦାଲତରେ ଶୁଣାଣି ବେଳେ ଜୟ ଭରଦ୍ୱାଜ କୋର୍ଟଙ୍କୁ କହିଛନ୍ତି ଯେ ଅଭିଯୁକ୍ତମାନେ କୋର୍ଟର ଶୁଣାଣି ବିଳମ୍ବ କରିବାକୁ ବାରମ୍ବାର ଚେଷ୍ଟା କରୁଛନ୍ତି। ଅଭିଯୁକ୍ତଙ୍କ ବିରୋଧରେ ଜାମିନବିହୀନ ୱାରେଣ୍ଟ ଜାରି କରିବା ବ୍ୟତୀତ ଅନ୍ୟ କୌଣସି ବ

କ'ଣ ଜେଲ୍ ଯିବେ କି କଙ୍ଗନା ? ଜାଭେଦ ଅଖତରଙ୍କ ଓକିଲଙ୍କ ବଡ ବୟାନ

ମୁମ୍ଵାଇ ୨୧।୦୭: ବିବାଦ ସହିତ ବଲିଉଡ ଅଭିନେତ୍ରୀ କଙ୍ଗନା ରାନାୱତଙ୍କର ଏକ ପୁରୁଣା ସମ୍ପର୍କ । କଙ୍ଗନା ଫିଲ୍ମ ଇଣ୍ଡଷ୍ଟ୍ରି ଛାଡି ରାଜନୀତି ଆଡକୁ ମୁହାଁଇଛନ୍ତି। କିନ୍ତୁ କିଛି ବିବାଦ କଙ୍ଗନାଙ୍କ ପଛ ଛାଡୁ ନାହିଁ । ଜଣାଶୁଣା ଗୀତିକାର ଜାଭେଦ ଅଖତର କଙ୍ଗନାଙ୍କ ବିରୋଧରେ ଜାମିନ ବିହୀନ ୱାରେଣ୍ଟ ଜାରି କରିବାକୁ ଦାବି କରିଛନ୍ତି। ବିଜେପି ନେତା ତଥା ମଣ୍ଡି ଲୋକସଭା ସାଂସଦ କଙ୍ଗନାଙ୍କ ଅସୁବିଧା ବଢିପାରେ । 

କଙ୍ଗନା ଙ୍କୁ ଶନିବାର କୋର୍ଟରେ ହାଜର ହେବାକୁ ଥିଲା। ଜାଭେଦଙ୍କ ଓକିଲ ଜୟ ଭରଦ୍ୱାଜଙ୍କ ଅନୁଯାୟୀ କଙ୍ଗନା ହାଜର ନହେବା ପାଇଁ କୋର୍ଟରୁ ଛୁଟି ମାଗିଥିଲେ କିନ୍ତୁ କଙ୍ଗନାଙ୍କ ଆବେଦନକୁ କୋର୍ଟ ପ୍ରତ୍ୟାଖ୍ୟାନ କରିଥିଲେ। ଏହା ସତ୍ତ୍ଵେ କଙ୍ଗନା କୋର୍ଟରେ ହାଜର ହୋଇନଥିଲେ। ଜୟ ଭରଦ୍ୱାଜ କହିଛନ୍ତି ଯେ କଙ୍ଗନାଙ୍କ ଦାବିକୁ ପ୍ରତ୍ୟାଖ୍ୟାନ କରାଯିବା ସତ୍ତ୍ଵେ ଅଭିନେତ୍ରୀ ପୂର୍ବ ତାରିଖରେ କୋର୍ଟରେ ପହଞ୍ଚି ନଥିଲେ। ମାର୍ଚ୍ଚ ୧, ୨୦୨୧ରେ କଙ୍ଗନା ବିରୋଧରେ ଜାମିନ ଆବେଦନ ମଧ୍ୟ ଜାରି କରାଯାଇଥିଲା। ତେବେ କଙ୍ଗନା ଏହାକୁ ବାତିଲ କରିଦେଲେ ।

କଙ୍ଗନା ବିରୋଧରେ ୱାରେଣ୍ଟ ଜାରି କରାଯିବ କି?

ଅଦାଲତରେ ଶୁଣାଣି ବେଳେ ଜୟ ଭରଦ୍ୱାଜ କୋର୍ଟଙ୍କୁ କହିଛନ୍ତି ଯେ ଅଭିଯୁକ୍ତମାନେ କୋର୍ଟର ଶୁଣାଣି ବିଳମ୍ବ କରିବାକୁ ବାରମ୍ବାର ଚେଷ୍ଟା କରୁଛନ୍ତି। ଅଭିଯୁକ୍ତଙ୍କ ବିରୋଧରେ ଜାମିନବିହୀନ ୱାରେଣ୍ଟ ଜାରି କରିବା ବ୍ୟତୀତ ଅନ୍ୟ କୌଣସି ବିକଳ୍ପ ନାହିଁ। ତେବେ କୋର୍ଟ ଏହି ଦାବିକୁ ସ୍ଥଗିତ ରଖି କଙ୍ଗନାଙ୍କୁ କୋର୍ଟରେ ହାଜର ହେବାକୁ ନିର୍ଦ୍ଦେଶ ଦେଇଛନ୍ତି।