କ’ଣ ୯୯% ଚାର୍ଜ ଥିବା ଇଭିଏମ୍ ବ୍ୟାଟେରୀ ଯୋଗୁ ହାରିଗଲେ ସ୍ବରା ଭାସ୍କରଙ୍କ ସ୍ବାମୀ? ଜାଣନ୍ତୁ ଅଭିଯୋଗରେ…
ମୁମ୍ବାଇ,୨୩।୧୧:ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ଫଳାଫଳକୁ ନେଇ ପ୍ରଶ୍ନ ଉଠାଇଛନ୍ତି ଅଭିନେତ୍ରୀ ସ୍ବରା ଭାସ୍କର। ତାଙ୍କର ସ୍ବାମୀ ନିର୍ବାଚନରେ ପରାଜିତ ହେବା ପରେ ପୁରା ଦିନ ଭୋଟିଂ ସତ୍ତ୍ୱେ ଇଭିଏମ୍ ୯୯% କିଭଳି ଚାର୍ଜ ରହିପାରିବ? ପୁରା ଚାର୍ଜ ଥିବା ମେଶିନ ଖୋଲିବା ପରେ ଭାଜପା ସମର୍ଥିତ ଏନ୍ସିପିକୁ ଭୋଟ ମିଳିଥିଲା ବୋଲି ସେ କହିଛନ୍ତି। ଏନେଇ ସେ ନିର୍ବାଚନ କମିଶନଙ୍କୁ ଜବାବ ମାଗିଛନ୍ତି। ଚଳିତ ବର୍ଷ ଅକ୍ଟୋବରରେ ହରିୟାଣା ନିର୍ବାଚନ ଗଣନା ପରେ କଂଗ୍ରେସ ମଧ୍ୟ ଏହି […] The post କ’ଣ ୯୯% ଚାର୍ଜ ଥିବା ଇଭିଏମ୍ ବ୍ୟାଟେରୀ ଯୋଗୁ ହାରିଗଲେ ସ୍ବରା ଭାସ୍କରଙ୍କ ସ୍ବାମୀ? ଜାଣନ୍ତୁ ଅଭିଯୋଗରେ… appeared first on Dharitri Odia News.
ମୁମ୍ବାଇ,୨୩।୧୧:ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ଫଳାଫଳକୁ ନେଇ ପ୍ରଶ୍ନ ଉଠାଇଛନ୍ତି ଅଭିନେତ୍ରୀ ସ୍ବରା ଭାସ୍କର। ତାଙ୍କର ସ୍ବାମୀ ନିର୍ବାଚନରେ ପରାଜିତ ହେବା ପରେ ପୁରା ଦିନ ଭୋଟିଂ ସତ୍ତ୍ୱେ ଇଭିଏମ୍ ୯୯% କିଭଳି ଚାର୍ଜ ରହିପାରିବ? ପୁରା ଚାର୍ଜ ଥିବା ମେଶିନ ଖୋଲିବା ପରେ ଭାଜପା ସମର୍ଥିତ ଏନ୍ସିପିକୁ ଭୋଟ ମିଳିଥିଲା ବୋଲି ସେ କହିଛନ୍ତି। ଏନେଇ ସେ ନିର୍ବାଚନ କମିଶନଙ୍କୁ ଜବାବ ମାଗିଛନ୍ତି।
ଚଳିତ ବର୍ଷ ଅକ୍ଟୋବରରେ ହରିୟାଣା ନିର୍ବାଚନ ଗଣନା ପରେ କଂଗ୍ରେସ ମଧ୍ୟ ଏହି ମାମଲା ଉଠାଇଥିଲା। କଂଗ୍ରେସ ମହାସଚିବ ଜୟରାମ ରମେଶ କହିଥିଲେ ଯେ ୬୦ରୁ ୭୦% ବ୍ୟାଟେରୀ ଚାର୍ଜ ଥିବା ଇଭିଏମ୍ରେ ଭାଜପା ଜିତୁଥିବା କିଛି କଂଗ୍ରେସ କର୍ମୀ ଅଭିଯୋଗ କରିଥିଲେ। ଏହା ପରେ ଏକ ଖବରଦାତା ସମ୍ମିଳନୀରେ ଦଳ ନିର୍ବାଚନ ପରିଣାମକୁ ସ୍ବୀକାର କରିପାରିବ ନାହିଁ ବୋଲି କହିଥିଲେ।
पूरा दिन वोट होने के बावजूद EVM मशीन 99% कैसे चार्ज हो सकती है ? इलेक्शन कमीशन जवाब दे.. @ECISVEEP @SpokespersonECI
अणुशक्ति नगर विधानसभा में जैसे ही 99% चार्ज मशीने खुली उसके बीजेपी समर्थित एनसीपी को वोट मिलने लगे आख़िर कैसे ? @NCPspeaks— Swara Bhasker (@ReallySwara) November 23, 2024
The post କ’ଣ ୯୯% ଚାର୍ଜ ଥିବା ଇଭିଏମ୍ ବ୍ୟାଟେରୀ ଯୋଗୁ ହାରିଗଲେ ସ୍ବରା ଭାସ୍କରଙ୍କ ସ୍ବାମୀ? ଜାଣନ୍ତୁ ଅଭିଯୋଗରେ… appeared first on Dharitri Odia News.