କଣାସରେ ହାତୀ ଆତଙ୍କ, ଅମଳ ଧାନ ହେଉଛି ନଷ୍ଟ, ଚିନ୍ତାରେ ଚାଷୀକୂଳ
କଣାସ: କଣାସରେ ହାତୀ ଆତଙ୍କ। ଖେତରେ ପଶି ଧାନ ଖାଇ ଫସଲ ନଷ୍ଟ କରୁଥିବା ଦେଖିବାକୁ ମିଳିଛି। ଖୋର୍ଦ୍ଧା ଟାଙ୍ଗୀ ଅଞ୍ଚଳରୁ ବିଳମ୍ବିତ ରାତିରେ ନୂଆ ଜଗନ୍ନାଥ ସଡ଼କ ପାରି ହୋଇ ପୁରୀ ଜିଲ୍ଲା କଣାସ ଅଞ୍ଚଳରେ ପଶି ଅମଳ ଧାନ ନଷ୍ଟ କରିଥିବା ଜଣା ଯାଇଛି। ଏବେ କଣାସ ମୁହାଁ ଜଙ୍ଗଲୀ ହାତୀ ପଲ ଦେଖି ଲୋକେ ଭୟଭୀତ। Also read- ଓଡ଼ିଶାରେ ପ୍ରଦୂଷଣସ୍ତର ଉପରମୁହାଁ, ବାଲେଶ୍ଵର ପାଲଟିଛି ଦେଶର ତୃତୀୟ ସର୍ବାଧିକ ପ୍ରଦୂଷିତ ସହର ସୂଚନା ଅନୁଯାୟୀ, ଗତକାଲି ବିଳମ୍ବିତ ରାତିରେ ଖୋର୍ଦ୍ଧା ଜିଲ୍ଲା ନିରାକାରପୁରୁ ବଜାର ଦେଇ ୮ରୁ ଅଧିକ ହାତୀ ଜଗନ୍ନାଥ ରୋଡ଼ରେ ଅତିକ୍ରମ କରିଛନ୍ତି। ହାତୀ ପଲ ବାଡ଼ିରେ ଥିବା ଅମଳ ଧାନକୁ ଖାଇ ନଷ୍ଟ କରିଦେଇଥିବା ଜଣାପଡିଛି। କଣାସ ଗଡଖାରଦ ପଞ୍ଚାୟତ ବାଦୂରାବର ଗ୍ରାମରେ ଦୁଇ ଚାଷୀଙ୍କ ୫୦ ରୁ ଉର୍ଦ୍ଧ୍ଵ ଅମଳ ହୋଇଥିବା ଧାନ ବସ୍ତା ଖାଇ ଦେଇଛନ୍ତି ହାତୀ ପଲ । ବିଳମ୍ବିତ ରାତିରେ ନିକଟ ଚିତ୍ରକୁଟ ଜଙ୍ଗଲରୁ ଜଙ୍ଗଲି ହାତୀ ଆସିଥିବା ଚାଷୀମାନେ ଅନୁମାନ କରିଛନ୍ତି । ଧାନ ଅମଳ ସମୟରେ ହାତୀଙ୍କ ପ୍ରାଦୁର୍ଭାବରେ ଚାଷୀ ଭୟଭୀତରେ ଥିବା ଜଣାପଡିଛି । The post କଣାସରେ ହାତୀ ଆତଙ୍କ, ଅମଳ ଧାନ ହେଉଛି ନଷ୍ଟ, ଚିନ୍ତାରେ ଚାଷୀକୂଳ appeared first on Prameya News7.
କଣାସ: କଣାସରେ ହାତୀ ଆତଙ୍କ। ଖେତରେ ପଶି ଧାନ ଖାଇ ଫସଲ ନଷ୍ଟ କରୁଥିବା ଦେଖିବାକୁ ମିଳିଛି। ଖୋର୍ଦ୍ଧା ଟାଙ୍ଗୀ ଅଞ୍ଚଳରୁ ବିଳମ୍ବିତ ରାତିରେ ନୂଆ ଜଗନ୍ନାଥ ସଡ଼କ ପାରି ହୋଇ ପୁରୀ ଜିଲ୍ଲା କଣାସ ଅଞ୍ଚଳରେ ପଶି ଅମଳ ଧାନ ନଷ୍ଟ କରିଥିବା ଜଣା ଯାଇଛି। ଏବେ କଣାସ ମୁହାଁ ଜଙ୍ଗଲୀ ହାତୀ ପଲ ଦେଖି ଲୋକେ ଭୟଭୀତ।
Also read- ଓଡ଼ିଶାରେ ପ୍ରଦୂଷଣସ୍ତର ଉପରମୁହାଁ, ବାଲେଶ୍ଵର ପାଲଟିଛି ଦେଶର ତୃତୀୟ ସର୍ବାଧିକ ପ୍ରଦୂଷିତ ସହର
ସୂଚନା ଅନୁଯାୟୀ, ଗତକାଲି ବିଳମ୍ବିତ ରାତିରେ ଖୋର୍ଦ୍ଧା ଜିଲ୍ଲା ନିରାକାରପୁରୁ ବଜାର ଦେଇ ୮ରୁ ଅଧିକ ହାତୀ ଜଗନ୍ନାଥ ରୋଡ଼ରେ ଅତିକ୍ରମ କରିଛନ୍ତି। ହାତୀ ପଲ ବାଡ଼ିରେ ଥିବା ଅମଳ ଧାନକୁ ଖାଇ ନଷ୍ଟ କରିଦେଇଥିବା ଜଣାପଡିଛି। କଣାସ ଗଡଖାରଦ ପଞ୍ଚାୟତ ବାଦୂରାବର ଗ୍ରାମରେ ଦୁଇ ଚାଷୀଙ୍କ ୫୦ ରୁ ଉର୍ଦ୍ଧ୍ଵ ଅମଳ ହୋଇଥିବା ଧାନ ବସ୍ତା ଖାଇ ଦେଇଛନ୍ତି ହାତୀ ପଲ । ବିଳମ୍ବିତ ରାତିରେ ନିକଟ ଚିତ୍ରକୁଟ ଜଙ୍ଗଲରୁ ଜଙ୍ଗଲି ହାତୀ ଆସିଥିବା ଚାଷୀମାନେ ଅନୁମାନ କରିଛନ୍ତି । ଧାନ ଅମଳ ସମୟରେ ହାତୀଙ୍କ ପ୍ରାଦୁର୍ଭାବରେ ଚାଷୀ ଭୟଭୀତରେ ଥିବା ଜଣାପଡିଛି ।
The post କଣାସରେ ହାତୀ ଆତଙ୍କ, ଅମଳ ଧାନ ହେଉଛି ନଷ୍ଟ, ଚିନ୍ତାରେ ଚାଷୀକୂଳ appeared first on Prameya News7.