କଣ୍ଟାବାଞ୍ଜିରୁ ଲଢିବେ ଦ୍ୱିତୀୟ ମୁଖ୍ୟମନ୍ତ୍ରୀ, ପ୍ରଥମେ ଲଢିଥିଲେ…

ଭୁବନେଶ୍ୱର,୨୧।୪: ବାଜି ସାରିଛି ୨୦୨୪ ନିର୍ବାଚନର ବିଗୁଲ। ଆରମ୍ଭ ହୋଇଛି ଗଣତନ୍ତ୍ରର ବଡ଼ପର୍ବ। ଏଥିପାଇଁ ରାଜ୍ୟରେ ମଇଦାନକୁ ଓହ୍ଲାଇଲେଣି ପ୍ରମୁଖ ତିନ ଦଳ। ତେବେ ଆଉ ଥରେ ଶାସନ କ୍ଷମତାକୁ ଫେରିବା ପାଇଁ ଲୋକ ସଭା ବିଧାନସଭାରେ ହେଭିଓ୍ବେଟଙ୍କୁ ଟିକେଟ୍‌ ଦେଇଛି ବିଜେଡି। ସେଥିରେ ପଛରେ ପଡିନି ଭାଜପା ଓ କଂଗ୍ରେସ। ପୂର୍ବ, ଉତ୍ତର , ଦକ୍ଷିଣ ସମେତ ପଶ୍ଚିମ ଓଡିଶାରେ ନିଜର ଦବଦବା ବଜାୟ ରଖିବା ପାଇଁ ଖୋଦ୍‌ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦୁଇ ଦୁଇଟି […] The post କଣ୍ଟାବାଞ୍ଜିରୁ ଲଢିବେ ଦ୍ୱିତୀୟ ମୁଖ୍ୟମନ୍ତ୍ରୀ, ପ୍ରଥମେ ଲଢିଥିଲେ… appeared first on Dharitri Odia News.

କଣ୍ଟାବାଞ୍ଜିରୁ ଲଢିବେ ଦ୍ୱିତୀୟ ମୁଖ୍ୟମନ୍ତ୍ରୀ, ପ୍ରଥମେ ଲଢିଥିଲେ…

ଭୁବନେଶ୍ୱର,୨୧।୪: ବାଜି ସାରିଛି ୨୦୨୪ ନିର୍ବାଚନର ବିଗୁଲ। ଆରମ୍ଭ ହୋଇଛି ଗଣତନ୍ତ୍ରର ବଡ଼ପର୍ବ। ଏଥିପାଇଁ ରାଜ୍ୟରେ ମଇଦାନକୁ ଓହ୍ଲାଇଲେଣି ପ୍ରମୁଖ ତିନ ଦଳ। ତେବେ ଆଉ ଥରେ ଶାସନ କ୍ଷମତାକୁ ଫେରିବା ପାଇଁ ଲୋକ ସଭା ବିଧାନସଭାରେ ହେଭିଓ୍ବେଟଙ୍କୁ ଟିକେଟ୍‌ ଦେଇଛି ବିଜେଡି। ସେଥିରେ ପଛରେ ପଡିନି ଭାଜପା ଓ କଂଗ୍ରେସ। ପୂର୍ବ, ଉତ୍ତର , ଦକ୍ଷିଣ ସମେତ ପଶ୍ଚିମ ଓଡିଶାରେ ନିଜର ଦବଦବା ବଜାୟ ରଖିବା ପାଇଁ ଖୋଦ୍‌ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦୁଇ ଦୁଇଟି ଆସନରୁ ଲଢୁଛନ୍ତି। ଗୋଟିଏ ଗଞ୍ଜାମର ହିଞ୍ଜିଳି ହୋଇଥିବାବେଳେ ଅନ୍ୟଟି ବଲାଙ୍ଗୀରର କଣ୍ଟାବାଞ୍ଜି। ଜାଣନ୍ତି କି ବିଜେଡି ସୁପ୍ରିମୋ ଦ୍ୱିତୀୟ ମୁଖ୍ୟମନ୍ତ୍ରୀ ଭାବେ କଣ୍ଟାବାଞ୍ଜିରୁ ନିର୍ବାଚନ ଲଢୁଛନ୍ତି। ତେବେ ପ୍ରଥମ ମୁଖ୍ୟମନ୍ତ୍ରୀ କିଏ ଆସନ୍ତୁ ଜାଣିବା।

ବଲାଙ୍ଗୀର ମାଟିରୁ ଲଢ଼ିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ହିଞ୍ଜିଳି ପରେ ଦ୍ବିତୀୟ ଆସନ ଭାବେ କଣ୍ଟାବାଞ୍ଜିକୁ ବାଛିଛନ୍ତି ମୁଖ୍ୟମନ୍ତ୍ରୀ । ନବୀନଙ୍କ ଏହି ଘୋଷଣା ପରେ ବଲାଙ୍ଗୀର ରାଜନୀତି ଚଳଚଞ୍ଚଳ ହୋଇ ପଡିଛି । ବଲାଙ୍ଗୀର ବିଧାନସଭା ଆସନରୁ ତତ୍କାଳୀନ ମୁଖ୍ୟମନ୍ତ୍ରୀ ରାଜେନ୍ଦ୍ର ନାରାୟଣ ସିଂହଦେଓ ସ୍ବତନ୍ତ୍ର ପାର୍ଟିରୁ ଲଢ଼ି ବିଜୟୀ ହେବା ସହ ୧୯୬୭ରୁ ୧୯୭୧ ଯାଏଁ ମୁଖ୍ୟମନ୍ତ୍ରୀ ରହିଥିଲେ । ୧୯୬୧ରେ ରାଜେନ୍ଦ୍ର ନାରାୟଣ ସିଂହଦେଓ କଣ୍ଟାବାଞ୍ଜି ଆସନରୁ ଲଢ଼ି ବିଧାନସଭାକୁ ଯାଇଥିଲେ । ତାଙ୍କ ପରେ ଦ୍ବିତୀୟ ମୁଖ୍ୟମନ୍ତ୍ରୀ ଭାବେ ନବୀନ କଣ୍ଟାବାଞ୍ଜିକୁ ନିଜ ଦ୍ୱିତୀୟ ଅପସନ ନିର୍ବାଚନମଣ୍ଡଳୀ ଭାବେ ବାଛିଛନ୍ତି ।

The post କଣ୍ଟାବାଞ୍ଜିରୁ ଲଢିବେ ଦ୍ୱିତୀୟ ମୁଖ୍ୟମନ୍ତ୍ରୀ, ପ୍ରଥମେ ଲଢିଥିଲେ… appeared first on Dharitri Odia News.