କନିଷ୍ଠ କିରାଣିଙ୍କ ଘରେ ଭିଜିଲାନ୍ସ ଚଢ଼ାଉ
ବାଲେଶ୍ୱର,୩୦।୮(ବାଞ୍ଛାନଧି ଦେ/ ରବୀନ୍ଦ୍ର ମହାକୁଡ): ବାଲେଶ୍ୱର ଜିଲା ଡିଇଓ ଅଫିସର କାର୍ଯ୍ୟରତ କନିଷ୍ଠ କିରାଣି ଶୁକ୍ରବାର ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି। କନିଷ୍ଠ କିରାଣି ପ୍ରଦୀପ ଦାସଙ୍କ ଘର ସମେତ ଏକ କାଳୀନ ୬ଟି ସ୍ଥାନରେ ଚଢ଼ାଉ ଜାରି ରହିଛି। ଆୟବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଏହି ଚଢ଼ାଉ ଚାଲିଛି। ବାଲେଶ୍ୱର ଘର, ଭୁଇଁପଡ଼ା ବାଲେଶ୍ୱରରେ ଥିବା ପୈତୃକ ଘର,ଶେରଗଡ଼ରେ ଥିବା ମାର୍କେଟ କମ୍ପ୍ଲେକସ, ନୀଳଗିରିରେ ଥିବା ସମ୍ପର୍କୀୟଙ୍କ ଘରେ, ଭୁଇଁପଡ଼ାରେ ରହୁଥିବା ଅନ୍ୟଜଣେ ସମ୍ପର୍କୀୟଙ୍କ ଘର ସହ […] The post କନିଷ୍ଠ କିରାଣିଙ୍କ ଘରେ ଭିଜିଲାନ୍ସ ଚଢ଼ାଉ appeared first on Dharitri Odia News.
ବାଲେଶ୍ୱର,୩୦।୮(ବାଞ୍ଛାନଧି ଦେ/ ରବୀନ୍ଦ୍ର ମହାକୁଡ): ବାଲେଶ୍ୱର ଜିଲା ଡିଇଓ ଅଫିସର କାର୍ଯ୍ୟରତ କନିଷ୍ଠ କିରାଣି ଶୁକ୍ରବାର ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି। କନିଷ୍ଠ କିରାଣି ପ୍ରଦୀପ ଦାସଙ୍କ ଘର ସମେତ ଏକ କାଳୀନ ୬ଟି ସ୍ଥାନରେ ଚଢ଼ାଉ ଜାରି ରହିଛି। ଆୟବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଏହି ଚଢ଼ାଉ ଚାଲିଛି। ବାଲେଶ୍ୱର ଘର, ଭୁଇଁପଡ଼ା ବାଲେଶ୍ୱରରେ ଥିବା ପୈତୃକ ଘର,ଶେରଗଡ଼ରେ ଥିବା ମାର୍କେଟ କମ୍ପ୍ଲେକସ, ନୀଳଗିରିରେ ଥିବା ସମ୍ପର୍କୀୟଙ୍କ ଘରେ, ଭୁଇଁପଡ଼ାରେ ରହୁଥିବା ଅନ୍ୟଜଣେ ସମ୍ପର୍କୀୟଙ୍କ ଘର ସହ ଜିଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଥିବା ତାଙ୍କ କାର୍ଯ୍ୟାଳୟରେ ଚଢ଼ାଉ ଚାଲିଛି। ବାଲେଶ୍ୱର ଭିଜିଲାନ୍ସ ଏସ୍ପିଙ୍କ ନିର୍ଦ୍ଦେଶ କ୍ରମେ ଆଡିଶନାଲ ଏସ୍ପି ହରେକୃଷ୍ଣ ମାଝିଙ୍କ ସହିତ ପୋଲିସ ଇନ୍ସପେକ୍ଟର ବଙ୍କିମ୍ ଭୋଲ୍, ୨ ସିଭିଲ ଇଞ୍ଜିନିୟରଙ୍କ ସହ ୪ ଜଣ ସହକାରୀ କର୍ମଚାରୀ ଏହି ଚଢ଼ାଉରେ ସାମିଲ ଅଛନ୍ତି ।
The post କନିଷ୍ଠ କିରାଣିଙ୍କ ଘରେ ଭିଜିଲାନ୍ସ ଚଢ଼ାଉ appeared first on Dharitri Odia News.