କପାଳରେ କ୍ୟୁଆର କୋଡ୍ ଟାଟୁ କଲେ ଯୁବକ, କାରଣ ଜାଣିଲେ ହେବେ ଚକିତ…
ଆଜିକାଲି ସୋସିଆଲ ମିଡିଆରେ ଏଭଳି ଅନେକ ଅଜବ ଭିଡିଓ ଦେଖିବାକୁ ମିଳୁଛି ଯାହାକୁ ସହଜରେ ବିଶ୍ୱାସ କରିହୁଏ ନାହିଁ। ଏଇ ଯେମିତି ଏବେ ଏକ ଭିଡିଓରେ ଜଣେ ଯୁବକ ନିଜ କପାଳରେ କ୍ୟୁଆର୍ କୋଡ୍ ଟାଟୁ କରାଉଥିବାର ଦେଖିବାକୁ ମିଳେ। ଆଉ ସବୁଠୁ ଆଶ୍ଚର୍ଯ୍ୟକର କଥା ହେଉଛି ଏହି କ୍ୟୁଆର୍ କୋଡ୍ ସେହି ଯୁବକଙ୍କ ଇନଷ୍ଟାଗ୍ରାମ ପ୍ରୋଫାଇଲ୍ର ଅଟେ। ଏମିତିରେ ତ କିଏ ନିଜ ପ୍ରେମିକ,ପ୍ରେମିକାର ଟାଟୁ ଶରୀରର କିଛି ଅଜବ ସ୍ଥାନରେ କରାଉଥିବା ଦେଖିଥିବେ, ହେଲେ […] The post କପାଳରେ କ୍ୟୁଆର କୋଡ୍ ଟାଟୁ କଲେ ଯୁବକ, କାରଣ ଜାଣିଲେ ହେବେ ଚକିତ… appeared first on Dharitri Odia News.
ଆଜିକାଲି ସୋସିଆଲ ମିଡିଆରେ ଏଭଳି ଅନେକ ଅଜବ ଭିଡିଓ ଦେଖିବାକୁ ମିଳୁଛି ଯାହାକୁ ସହଜରେ ବିଶ୍ୱାସ କରିହୁଏ ନାହିଁ। ଏଇ ଯେମିତି ଏବେ ଏକ ଭିଡିଓରେ ଜଣେ ଯୁବକ ନିଜ କପାଳରେ କ୍ୟୁଆର୍ କୋଡ୍ ଟାଟୁ କରାଉଥିବାର ଦେଖିବାକୁ ମିଳେ। ଆଉ ସବୁଠୁ ଆଶ୍ଚର୍ଯ୍ୟକର କଥା ହେଉଛି ଏହି କ୍ୟୁଆର୍ କୋଡ୍ ସେହି ଯୁବକଙ୍କ ଇନଷ୍ଟାଗ୍ରାମ ପ୍ରୋଫାଇଲ୍ର ଅଟେ। ଏମିତିରେ ତ କିଏ ନିଜ ପ୍ରେମିକ,ପ୍ରେମିକାର ଟାଟୁ ଶରୀରର କିଛି ଅଜବ ସ୍ଥାନରେ କରାଉଥିବା ଦେଖିଥିବେ, ହେଲେ କ୍ୟୁଆର କୋଡ୍କୁ ମଥାରେ କରାଇବା କଥା ନିଶ୍ଚୟ ଭିନ୍ନ। ଉକ୍ତ ଭିଡ଼ିଓରେ ଦେଖିପାରିବେ ଯୁବକଜଣକ ପ୍ରଥମେ ନିଜ ଇନ୍ଷ୍ଟାଗ୍ରାମ ଆକାଉଣ୍ଟର କ୍ୟୁଆର୍ କୋଡ୍ର ଷ୍ଟିକର୍ ମଥାରେ ଲଗାଉଛନ୍ତି। ଏହାପରେ ଟାଟୁ ଛୁଞ୍ଚତ୍ରେ ଫୋଡି ସେଥିରେ ସ୍ୟାହୀ ଭରି ତାକୁ ଟାଟୁର ରୂପ ଦିଆଯାଉଛି। କେବଳ ସେତିକି ନୁହେଁ ଟାଟୁ ହେବାପରେ ମୋବାଇଲରେ ଉକ୍ତ କ୍ୟୁଆର୍ କୋଡ୍କୁ ସ୍କାନ କରି ସେ ନିଜ ଇନ୍ଷ୍ଟାଗ୍ରାମ ପ୍ରୋଫାଇଲ୍ ଖୋଲୁଥିବା ବି ଏହି ଭିଡିଓରେ ଦେଖିବାକୁ ମିଳେ। ଭାବିଲେ ଯଦି ତାଙ୍କର ଏହି ଆକାଉଣ୍ଟ ହ୍ୟାକ୍ ହେଇଯାଏ ଓ ନୂଆ ଖୋଲିବାକୁ ପଡ଼େ ତେବେ କ’ଣ ହେବ ଏହି ଟାଟୁର।
The post କପାଳରେ କ୍ୟୁଆର କୋଡ୍ ଟାଟୁ କଲେ ଯୁବକ, କାରଣ ଜାଣିଲେ ହେବେ ଚକିତ… appeared first on Dharitri Odia News.