କମେଣ୍ଟମରାକୁ ନେଇ ଯୁବକଙ୍କୁ କରିଥିଲେ ଖଣ୍ଡାରେ ଆକ୍ରମଣ, ୧୦ ଦିନ ପରେ ଧରାପଡ଼ିଲେ ସାତ ଅଭିଯୁକ୍ତ
ବଲାଙ୍ଗୀର: ବିଚ୍ରାସ୍ତାରେ ଖଣ୍ଡାରେ ଯୁବକଙ୍କୁ ଆକ୍ରମଣ ଘଟଣାରେ ବଲାଙ୍ଗିର ପୋଲିସକୁ ମିଳିଛି ସଫଳତା। ଆକ୍ରମଣ ଘଟଣାର ୧୦ ଦିନ ପରେ ୭ ଜଣଙ୍କୁ ଗିରଫ କରିଛି ବଲାଙ୍ଗୀର ପୋଲିସ। ୭ ଜଣଙ୍କ ମଧ୍ୟରେ ୪ ଜଣ ନାବାଳକ ରହିଛନ୍ତି। ଗିରଫ ହୋଇଥିବା ୩ ଯୁବକ ହେଲେ ଘଟଣାର ମୁଖ୍ୟ ଅଭିଯୁକ୍ତ ବଲାଙ୍ଗୀର ସହର ହାଟପଦା ପଡାର ବିଶାଲ ପସାୟତ, ଗନ୍ଧରେଲର ସୋନୁ ଓରଫ ତୁଷାର ବାରିକ ଓ ରାଜା ଓରଫ ସହିଦ ପାତ୍ର।ସୂଚନା ଅନୁଯାୟୀ, କମେଣ୍ଟ ମରାକୁ ନେଇ ହୋଇଥିଲା ଏହି ଆକ୍ରମଣ। ୩ ମାସ ତଳେ ବିଶାଲ ପସାୟତ ଜଣେ ଝିଅକୁ କମେଣ୍ଟ ମାରିଥିଲା। ହେଲେ ଝିଅର ଭାଇ ଦିଲୀପ ପଟ୍ଟନାୟକ ଓରଫ ସୋନୁ ଏହାର ବିରୋଧ କରିବା ସହ ବିଚ୍ ରାସ୍ତାରେ ବିଶାଲକୁ ମାରପିଟ୍ କରିଥିଲେ। ହେଲେ ଏଥିରେ ଆକ୍ରୋଶ ରଖି ବିଶାଲ ଗତ ୭ ତାରିଖରେ ଦିଲୀପ ପଟ୍ଟନାୟକକୁ ମାରିବା ପାଇଁ ନିଜ ସହଯୋଗୀ ତୁଷାର, ରାଜା ଓ ଅନ୍ୟ ୪ ନାବାଳକକୁ ଧରି ମହାଦେବ ମନ୍ଦିର ଛକ ନିକଟରେ ଦିଲୀପକୁ ଖଣ୍ଡାରେ ଆକ୍ରମଣ କରିଥିଲେ। ହେଲେ ଦୌଡ଼ି ପଳାଇାଯାଇ ଏକ ସୁନା ଦୋକାନ ଭିତରେ ଲୁଚିଯାଇଥିଲେ। ଏହାକୁ ନେଇ ନିକଟରେ ଥିବା ଗାଡ଼ି ସହ ଗହଣା ଦୋକାନ କବାଟକୁ ହାଣି ଫେରାର ମାରିଥିଲେ ଅଭିଯୁକ୍ତମାନେ। ତେବେ ଏହି ଘଟଣାର ୧୦ ଦିନ ପରେ ସମସ୍ତ ୭ ଜଣଙ୍କୁ ଗିରଫ କରିବାରେ ସଫଳ ହୋଇଛି ବଲାଙ୍ଗୀର ପୋଲିସ। ସେମାନଙ୍କ ଠାରୁ ୪ ଟି ଖଣ୍ଡା, ଦୁଇଟି ବାଇକ ଏବଂ ମୋବାଇଲ ଜବତ କରିଛି ପୋଲିସ। ସେପଟେ କମେଣ୍ଟ ମାରିବା ଘଟଣା
ବଲାଙ୍ଗୀର: ବିଚ୍ରାସ୍ତାରେ ଖଣ୍ଡାରେ ଯୁବକଙ୍କୁ ଆକ୍ରମଣ ଘଟଣାରେ ବଲାଙ୍ଗିର ପୋଲିସକୁ ମିଳିଛି ସଫଳତା। ଆକ୍ରମଣ ଘଟଣାର ୧୦ ଦିନ ପରେ ୭ ଜଣଙ୍କୁ ଗିରଫ କରିଛି ବଲାଙ୍ଗୀର ପୋଲିସ। ୭ ଜଣଙ୍କ ମଧ୍ୟରେ ୪ ଜଣ ନାବାଳକ ରହିଛନ୍ତି। ଗିରଫ ହୋଇଥିବା ୩ ଯୁବକ ହେଲେ ଘଟଣାର ମୁଖ୍ୟ ଅଭିଯୁକ୍ତ ବଲାଙ୍ଗୀର ସହର ହାଟପଦା ପଡାର ବିଶାଲ ପସାୟତ, ଗନ୍ଧରେଲର ସୋନୁ ଓରଫ ତୁଷାର ବାରିକ ଓ ରାଜା ଓରଫ ସହିଦ ପାତ୍ର।
ସୂଚନା ଅନୁଯାୟୀ, କମେଣ୍ଟ ମରାକୁ ନେଇ ହୋଇଥିଲା ଏହି ଆକ୍ରମଣ। ୩ ମାସ ତଳେ ବିଶାଲ ପସାୟତ ଜଣେ ଝିଅକୁ କମେଣ୍ଟ ମାରିଥିଲା। ହେଲେ ଝିଅର ଭାଇ ଦିଲୀପ ପଟ୍ଟନାୟକ ଓରଫ ସୋନୁ ଏହାର ବିରୋଧ କରିବା ସହ ବିଚ୍ ରାସ୍ତାରେ ବିଶାଲକୁ ମାରପିଟ୍ କରିଥିଲେ। ହେଲେ ଏଥିରେ ଆକ୍ରୋଶ ରଖି ବିଶାଲ ଗତ ୭ ତାରିଖରେ ଦିଲୀପ ପଟ୍ଟନାୟକକୁ ମାରିବା ପାଇଁ ନିଜ ସହଯୋଗୀ ତୁଷାର, ରାଜା ଓ ଅନ୍ୟ ୪ ନାବାଳକକୁ ଧରି ମହାଦେବ ମନ୍ଦିର ଛକ ନିକଟରେ ଦିଲୀପକୁ ଖଣ୍ଡାରେ ଆକ୍ରମଣ କରିଥିଲେ।
ହେଲେ ଦୌଡ଼ି ପଳାଇାଯାଇ ଏକ ସୁନା ଦୋକାନ ଭିତରେ ଲୁଚିଯାଇଥିଲେ। ଏହାକୁ ନେଇ ନିକଟରେ ଥିବା ଗାଡ଼ି ସହ ଗହଣା ଦୋକାନ କବାଟକୁ ହାଣି ଫେରାର ମାରିଥିଲେ ଅଭିଯୁକ୍ତମାନେ। ତେବେ ଏହି ଘଟଣାର ୧୦ ଦିନ ପରେ ସମସ୍ତ ୭ ଜଣଙ୍କୁ ଗିରଫ କରିବାରେ ସଫଳ ହୋଇଛି ବଲାଙ୍ଗୀର ପୋଲିସ। ସେମାନଙ୍କ ଠାରୁ ୪ ଟି ଖଣ୍ଡା, ଦୁଇଟି ବାଇକ ଏବଂ ମୋବାଇଲ ଜବତ କରିଛି ପୋଲିସ। ସେପଟେ କମେଣ୍ଟ ମାରିବା ଘଟଣା ମିଛ ଏବଂ ବିନା ଦୋଷରେ ଦିଲୀପ ଲୋକଙ୍କ ଆଗରେ ମାଡ଼ ମରିଥିବାରୁ ଆତ୍ମସମ୍ମାନ ହରାଇ ଏଭଳି ଆକ୍ରମଣ କରିଥିବା ନିଜେ ସ୍ୱୀକାର କରିଛି ଗିରଫ ଅଭିଯୁକ୍ତ ବିଶାଲ।