କରଡୋଳା ପଞ୍ଚାୟତ ରେ “ଆମ ଓଡିଶା ନବୀନ ଓଡିଶା “

ଚିପିଲିମା,ସମ୍ବଲପୁର ଜିଲ୍ଲା ଧନକଉଡ଼ା ବ୍ଲକ କରଡୋଳା ପଞ୍ଚାୟତ ରେ କରଡୋଳା ଦଧିବାମନ ମନ୍ଦିର ପ୍ରାଙ୍ଗଣ ରେ “ଆମ ଓଡିଶା ନବୀନ ଓଡିଶା “କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି lପଞ୍ଚାୟତ ଇଓ ଆରତୀ ସାହୁଙ୍କ ତତ୍ୱାବଧାନରେ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିବାବେଳେ,ସରପଞ୍ଚ ଗୋରେଖ ରାଉତ ମାଁ ସମଲେଶ୍ୱରୀଙ୍କ ଫୋଟୋ ଚିତ୍ରରେ ମାଲ୍ୟାର୍ପଣ କରି ଦୀପ ପ୍ରଜ୍ବଳନ ପୂର୍ବକ କାର୍ଯ୍ୟକ୍ରମ ର ଶୁଭାରମ୍ଭ କରିଥିଲେ l ମଂଚାସୀନ ଅତିଥିମାନଙ୍କ ମଧ୍ୟରେ ବିଡ଼ିଓ ଜୟନ୍ତ ସାହୁ, ସରପଞ୍ଚ ଗୋରେଖ ରାଉତ, ସମିତି ସଭ୍ୟା ରୀନା […] The post କରଡୋଳା ପଞ୍ଚାୟତ ରେ “ଆମ ଓଡିଶା ନବୀନ ଓଡିଶା “ appeared first on Odisha.News.

କରଡୋଳା ପଞ୍ଚାୟତ ରେ “ଆମ ଓଡିଶା ନବୀନ ଓଡିଶା “

ଚିପିଲିମା,ସମ୍ବଲପୁର ଜିଲ୍ଲା ଧନକଉଡ଼ା ବ୍ଲକ କରଡୋଳା ପଞ୍ଚାୟତ ରେ କରଡୋଳା ଦଧିବାମନ ମନ୍ଦିର ପ୍ରାଙ୍ଗଣ ରେ “ଆମ ଓଡିଶା ନବୀନ ଓଡିଶା “କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି lପଞ୍ଚାୟତ ଇଓ ଆରତୀ ସାହୁଙ୍କ ତତ୍ୱାବଧାନରେ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିବାବେଳେ,ସରପଞ୍ଚ ଗୋରେଖ ରାଉତ ମାଁ ସମଲେଶ୍ୱରୀଙ୍କ ଫୋଟୋ ଚିତ୍ରରେ ମାଲ୍ୟାର୍ପଣ କରି ଦୀପ ପ୍ରଜ୍ବଳନ ପୂର୍ବକ କାର୍ଯ୍ୟକ୍ରମ ର ଶୁଭାରମ୍ଭ କରିଥିଲେ l ମଂଚାସୀନ ଅତିଥିମାନଙ୍କ ମଧ୍ୟରେ ବିଡ଼ିଓ ଜୟନ୍ତ ସାହୁ, ସରପଞ୍ଚ ଗୋରେଖ ରାଉତ, ସମିତି ସଭ୍ୟା ରୀନା ସେଟ, ନାଏବ ସରପଞ୍ଚ ପାର୍ବତୀ ସାମଲ, ଏମଆଇ ଶୁଭଶ୍ରୀ ଦାସ, ଆରଡବ୍ଲୁଏସଏସ ଜିପିଟିଓ ଦୀପିକା ମହାପାତ୍ର, ବିଏସଏସଓ ଭବାନୀ କୁମ୍ଭାର, ବିପିସି ବନ୍ଦନା କୁଁଅର, ପ୍ରମୁଖ ଯୋଗଦାନ କରିଥିଲେ l ବ୍ଲକ ସଂଯୋଜକ ଶଙ୍କର ବାରିକ କାର୍ଯ୍ୟକ୍ରମ ରେ ଅତିଥି ପ୍ରଦାନ ଓ ସଂଯୋଜନା କରିଥିଲେ l ଆମ ଓଡିଶା ନବୀନ ଓଡିଶା ଝୁଟ ବେଗ ର ଉନ୍ମୋଚନ କରାଯାଇଥିବାବେଳେ, ସମସ୍ତ ପିଡ଼ିଏସ ହିତାଧିକାରୀଙ୍କୁ ଏହି ବେଗ ଦିଆଯିବ ବୋଲି ସୂଚନା ଦିଆଯାଇଛି l ନବୀନ ସରକାରଙ୍କ ସମସ୍ତ ଲୋକାଭିମୁଖୀ ଯୋଜନା ସମ୍ପର୍କରେ ଭିଡିଓ ପରଦା ମାଧ୍ୟମରେ ପ୍ରଦର୍ଶିତ ହୋଇଥିବା ବେଳେ, ଯୋଜନା ସମ୍ପର୍କରେ ଅତିଥିମାନେ ଉପସ୍ଥିତ ଜନତାଙ୍କୁ ଅବଗତ କରାଇଥିଲେ l ଏହି ଅବସରରେ ସ୍ଥାନୀୟ ବିଭିନ୍ନ ସ୍ୱୟଂ ସହାୟକ ଗୋଷ୍ଠୀ ଆରିସା, କାକରା, ମଣ୍ଡା ଭଳି ବିଭିନ୍ନ ପିଠା ପ୍ରସ୍ତୁତ କରି ପ୍ରଦର୍ଶନ କରିଥିବାବେଳେ, ସମ୍ବଲପୁରୀ ଷ୍ଟଲ ମଧ୍ୟ ଲାଗିଥିଲା l ବିଜେଡି ରାଜ୍ୟ ଯୁଗ୍ମ ସମ୍ପାଦକ ଇଂ ଦିଲୀପ ଦୁରିଆ ଓ ସମାଜସେବୀକା କିରଣ ଜୟପୁରିଆ, ଅଙ୍ଗନବାଡି ପରିଦର୍ଶିକା ବିଳାସିନୀ ନନ୍ଦ,କୁଦ ଗୁଣ୍ଡେର ପୁର ସରପଞ୍ଚ ମୃତ୍ୟଞ୍ଜୟ ପୁରୋହିତ,ସମସ୍ତ ଅଙ୍ଗନବାଡି କର୍ମୀ, ଆଶା ଯୋଗଦାନ କରି ସମସ୍ତ ଷ୍ଟଲ ପରିଦର୍ଶନ କରି କାର୍ଯକ୍ରମ କୁ ଉପଭୋଗ କରିଥିଲେ l ସ୍ଥାନୀୟ ସ୍କୁଲ ଛାତ୍ରଛାତ୍ରୀଙ୍କୁ ନେଇ ନାଚ, ଗୀତ, ଦଳଗତ ନୃତ୍ୟ ଭଳି ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିବାବେଳେ, ପାଲା ମାଧ୍ୟମରେ ବିଜୁ ସ୍ୱାସ୍ଥ୍ୟ ଯୋଜନା, ମମତା ଯୋଜନା,କାଳିଆ ଯୋଜନା,ଆମ ବ୍ୟାଙ୍କ ଯୋଜନା, ମଧୁବାବୁ ପେନଶନ ଯୋଜନା ଭଳି ଲୋକାଭିମୁଖୀ ଯୋଜନା ସମ୍ପର୍କ ରେ ଲୋକଙ୍କୁ ସଚେତନ କରାଯାଇଥିଲା l ଶେଷରେ ଇଓ ଆରତୀ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ l ଶେଷରେ ଉପସ୍ଥିତ ଜନତାଙ୍କୁ ଭୋଜନ ବଣ୍ଟନ କରାଯାଇଥିଲା l ଆୟୋଜିତ କାର୍ଯ୍ୟକ୍ରମ ରେ ବିଜେଡି କର୍ମୀ ମୁନ୍ନା ସାମଲ, ଏମଡି କାଳୁ, ରାମଦାସ ପ୍ରଧାନ,ମନୋଜ ମଣ୍ଡଳ,ପୂର୍ଣ୍ଣିଚନ୍ଦ୍ର ପଣ୍ଡା, ସୁଦାମ ସେଟ, ଆଲୋକ ବେହେରା ପ୍ରମୁଖଙ୍କ ସମସ୍ତ କର୍ମୀ ତଥା ସମସ୍ତ ଗ୍ରାମବାସୀ ସହଯୋଗ କରିଥିଲେ l

The post କରଡୋଳା ପଞ୍ଚାୟତ ରେ “ଆମ ଓଡିଶା ନବୀନ ଓଡିଶା “ appeared first on Odisha.News.