କର୍ତ୍ତବ୍ୟରେ ଅବହେଳା: ଗୁରୁଣ୍ଡିଆ ଥାନାର ୨ କନେଷ୍ଟବଳଙ୍କୁ ନିଲମ୍ବନ କଲେ ଏସ୍‌ପି

ବଣାଇଁ,୧୪ା୨(ପ୍ରଦୀପ ତ୍ରିପାଠୀ): କର୍ତ୍ତବ୍ୟରେ ଅବହେଳା ଦର୍ଶାଇ ଗୁରୁଣ୍ଡିଆ ଥାନାର ୨ କନେଷ୍ଟବଳଙ୍କୁ ନିଲମ୍ବିତ କଲେ ରାଉରକେଲା ଏସ୍‌ପି ନିତେଶ ୱାଧୱାନୀ । ନିଲମ୍ବିତ କନେଷ୍ଟବଳ ଦ୍ବୟ ହେଲେ ସୁରେନ୍ଦ୍ର କୁମାର କିଷାନ ଏବଂ ମହିଳା କନେଷ୍ଟବଳ ବୈଦେହୀ କୁମରା । ସୂଚନା ମୁତାବକ ବଣାଇଁ ଉପଖଣ୍ଡ ଗୁରୁଣ୍ଡିଆ ଥାନା ଅନ୍ତର୍ଗତ ପଙ୍କଡିହି ପଞ୍ଚାୟତର ଜର୍ଡା ଗ୍ରାମରେ ଗତ ଜାନୁଆରୀ ୧୭ରେ ଜଣେ ନିଖୋଜ ଶିଶୁ କନ୍ୟାର ମୃତଦେହ ଏକ ନାଳରୁ ମିଳିବା ପରେ ଅପହରଣ ଓ ହତ୍ୟା […] The post କର୍ତ୍ତବ୍ୟରେ ଅବହେଳା: ଗୁରୁଣ୍ଡିଆ ଥାନାର ୨ କନେଷ୍ଟବଳଙ୍କୁ ନିଲମ୍ବନ କଲେ ଏସ୍‌ପି appeared first on Dharitri Odia News.

କର୍ତ୍ତବ୍ୟରେ ଅବହେଳା: ଗୁରୁଣ୍ଡିଆ ଥାନାର ୨ କନେଷ୍ଟବଳଙ୍କୁ ନିଲମ୍ବନ କଲେ ଏସ୍‌ପି

ବଣାଇଁ,୧୪ା୨(ପ୍ରଦୀପ ତ୍ରିପାଠୀ): କର୍ତ୍ତବ୍ୟରେ ଅବହେଳା ଦର୍ଶାଇ ଗୁରୁଣ୍ଡିଆ ଥାନାର ୨ କନେଷ୍ଟବଳଙ୍କୁ ନିଲମ୍ବିତ କଲେ ରାଉରକେଲା ଏସ୍‌ପି ନିତେଶ ୱାଧୱାନୀ । ନିଲମ୍ବିତ କନେଷ୍ଟବଳ ଦ୍ବୟ ହେଲେ ସୁରେନ୍ଦ୍ର କୁମାର କିଷାନ ଏବଂ ମହିଳା କନେଷ୍ଟବଳ ବୈଦେହୀ କୁମରା ।

ସୂଚନା ମୁତାବକ ବଣାଇଁ ଉପଖଣ୍ଡ ଗୁରୁଣ୍ଡିଆ ଥାନା ଅନ୍ତର୍ଗତ ପଙ୍କଡିହି ପଞ୍ଚାୟତର ଜର୍ଡା ଗ୍ରାମରେ ଗତ ଜାନୁଆରୀ ୧୭ରେ ଜଣେ ନିଖୋଜ ଶିଶୁ କନ୍ୟାର ମୃତଦେହ ଏକ ନାଳରୁ ମିଳିବା ପରେ ଅପହରଣ ଓ ହତ୍ୟା ଅଭିଯୋଗ ସନ୍ଦେହରେ ଗ୍ରାମବାସୀଙ୍କ ମାଡରେ ଆହତ ଏକ ଦମ୍ପତ୍ତି ବଣାଇଁ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଚିକିତ୍ସାଧୀନ ଅବସ୍ଥାରେ ଥିବା ବେଳେ ତାଙ୍କ ମଧ୍ୟରୁ ମହିଳା ଜଣକ ପୋଲିସକୁ ଚକମା ଦେଖାଇ ଫେରାର ହୋଇଯାଇଥିଲେ । ତେବେ ତାଙ୍କୁ ଜଗିବା ଦାୟିତ୍ୱରେ ଥିବା ଉପରୋକ୍ତ କନେଷ୍ଟବଳ ଦ୍ବୟଙ୍କ କର୍ତ୍ତବ୍ୟରେ ଅବହେଳା ଯୋଗୁ ସେମାନଙ୍କୁ ଏସ୍‌ପି ନିଲମ୍ବିତ କରିଛନ୍ତି ।
ଉଲ୍ଲେଖଯୋଗ୍ୟ,ଜଡା ଗ୍ରାମର ରାଜୁ ମୁଣ୍ଡାର ୪ ବର୍ଷର ଝିଅ ଦୀପାଳି ମୁଣ୍ଡା ଗତ ଜାନୁୟାରୀ ୧୭ ତାରିଖ ଖେଳିବା ପାଇଁ ଘରୁ ବାହାରକୁ ଯାଇ ସନ୍ଧ୍ୟାା ପର୍ଯ୍ୟନ୍ତ ଘରକୁ ଫେରି ନ ଥିଲା। ଫଳରେ ଘର ଲୋକ ପାଖ ପଡ଼ୋଶୀ ସବୁଆଡେ ଅନେକ ଖୋଜାଖୋଜି କରିଥିଲେ ମଧ୍ୟ ଆଉ ପାଇ ନଥିଲେ। ପରେ ଘର ଠାରୁ କିଛି ଦୂରରେ ଚାଷ ଜମିରେ ଥିବା ଏକ ଛୋଟ ନାଳରେ ଶିଶୁ କନ୍ୟାର ମୃତଦେହ ଭାସୁଥିବା ଦେଖିବାକୁ ପାଇଥିଲେ। ପରେ ଏ ନେଇ ଗୁରୁଣ୍ଡିଆ ପୋଲିସକୁ ଖବର ଦେବା ପରେ ପୋଲିସ ୧୯ ତାରିଖ ସକାଳୁ ମୃତଦେହ ଉଦ୍ଧାର କରି ବ୍ୟବଚ୍ଛେଦ ନିମନ୍ତେ ବଣାଇଁ ସରକାରୀ ଡ଼ାକ୍ତରଖାନାକୁ ପଠାଇବା ସହ ଏକ ଅପହରଣ ଓ ହତ୍ୟା ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଥିଲା। ପୋଲିସ ମୃତା ଶିଶୁର ପରିବାରଙ୍କ ଅଭିଯୋଗକୁ ଭିତ୍ତି କରି ଗ୍ରାମର ଏକ ଦମ୍ପତ୍ତିକୁ ଅଟକ ରଖି ପଚରାଉଚୁରା କରୁଥିଲା । ସମ୍ପୃକ୍ତ ଦମ୍ପତ୍ତିଙ୍କୁ ଗ୍ରାମବାସୀ ପ୍ରବଳ ମାଡ ମାରିବା ଫଳରେ ଗୁରୁତର ଅବସ୍ଥାରେ ପୋଲିସ ହେପାଜତରେ ବଣାଇଁ ଉପଖଣ୍ଡ ଚିକିତ୍ସାଳୟରେ ଚିକିତ୍ସିତ ହେଉଥିବା ବେଳେ ମହିଳା ଜଣଙ୍କ ଡାକ୍ତରଖାନାରୁ ଫେରାର ହୋଇଯାଇଥିଲେ । ଆଇଆଇସିଙ୍କ ରିପୋର୍ଟ କ୍ରମେ ଏସପି ଓ୍ବାଧଓ୍ବାନୀ କନେଷ୍ଟବଳ ଦ୍ବୟଙ୍କୁ ନିଲମ୍ବିତ କରିଥିବା ସୂଚନା ମିଳିଛି । ତେବେ ଫେରାର ମହିଳା ୨ ଦିନ ପରେ ମିଳିଯାଇଥିଲେ।

The post କର୍ତ୍ତବ୍ୟରେ ଅବହେଳା: ଗୁରୁଣ୍ଡିଆ ଥାନାର ୨ କନେଷ୍ଟବଳଙ୍କୁ ନିଲମ୍ବନ କଲେ ଏସ୍‌ପି appeared first on Dharitri Odia News.