କଳାହାଣ୍ଡି ଉତ୍ସବ ଘୁମୁରା ୨୦୨୫ ଲୋଗୋ ଉନ୍ମୋଚନ, ପଞ୍ଚାୟତ ସ୍ତରୀୟ ଉତ୍ସବର ଶୁଭ ଉଦଘାଟନ

କେସିଙ୍ଗା, ୨୪ା୧୨(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ ଅଧିନସ୍ଥ କୁଣ୍ଡାବନ୍ଧ ଗ୍ରାମ ପଞ୍ଚାୟତର ଯୋଗମାୟା ପୀଠ ପରିସରରେ କେସିଙ୍ଗା ଗୋଷ୍ଠୀ ଅଧିକାରୀ ପଦ୍ମନାଭ ପୁରୋହିତଙ୍କ ନେତୃତ୍ବରେ ଉଦଘାଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏଥିରେ କଳାହାଣ୍ଡି ଜିଲାପାଳ ସଚିନ ପାୱାର ପ୍ରକାଶଙ୍କ ଅଧ୍ୟକ୍ଷତାରେ କଳାହାଣ୍ଡି ଉତ୍ସବ ଲୋଗୋ ଉନ୍ମୋଚନ ଓ ୨୭ତମ ପଞ୍ଚାୟତ ସ୍ତରୀୟ କଳାହାଣ୍ଡି ଉତ୍ସବ ଘୁମୁରା ମଙ୍ଗଳବାର ଶୁଭାରମ୍ଭ କରିଥିଲେ । ପ୍ରଥମେ କୁଣ୍ଡାବନ୍ଦ ଗ୍ରାମ ପଞ୍ଚାୟତରେ ପଞ୍ଚାୟତ ସ୍ତରୀୟ କଳାହାଣ୍ଡି ଉତ୍ସବ ଘୁମୁରା […] The post କଳାହାଣ୍ଡି ଉତ୍ସବ ଘୁମୁରା ୨୦୨୫ ଲୋଗୋ ଉନ୍ମୋଚନ, ପଞ୍ଚାୟତ ସ୍ତରୀୟ ଉତ୍ସବର ଶୁଭ ଉଦଘାଟନ appeared first on Dharitri Odia News.

କଳାହାଣ୍ଡି ଉତ୍ସବ ଘୁମୁରା ୨୦୨୫ ଲୋଗୋ ଉନ୍ମୋଚନ, ପଞ୍ଚାୟତ ସ୍ତରୀୟ ଉତ୍ସବର ଶୁଭ ଉଦଘାଟନ

କେସିଙ୍ଗା, ୨୪ା୧୨(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ ଅଧିନସ୍ଥ କୁଣ୍ଡାବନ୍ଧ ଗ୍ରାମ ପଞ୍ଚାୟତର ଯୋଗମାୟା ପୀଠ ପରିସରରେ କେସିଙ୍ଗା ଗୋଷ୍ଠୀ ଅଧିକାରୀ ପଦ୍ମନାଭ ପୁରୋହିତଙ୍କ ନେତୃତ୍ବରେ ଉଦଘାଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏଥିରେ କଳାହାଣ୍ଡି ଜିଲାପାଳ ସଚିନ ପାୱାର ପ୍ରକାଶଙ୍କ ଅଧ୍ୟକ୍ଷତାରେ କଳାହାଣ୍ଡି ଉତ୍ସବ ଲୋଗୋ ଉନ୍ମୋଚନ ଓ ୨୭ତମ ପଞ୍ଚାୟତ ସ୍ତରୀୟ କଳାହାଣ୍ଡି ଉତ୍ସବ ଘୁମୁରା ମଙ୍ଗଳବାର ଶୁଭାରମ୍ଭ କରିଥିଲେ ।

ପ୍ରଥମେ କୁଣ୍ଡାବନ୍ଦ ଗ୍ରାମ ପଞ୍ଚାୟତରେ ପଞ୍ଚାୟତ ସ୍ତରୀୟ କଳାହାଣ୍ଡି ଉତ୍ସବ ଘୁମୁରା ଜିଲାପାଳ ଶୁଭାରମ୍ଭ କରିଥିଲେ। ଏହି ଉଦଘାଟନ ଉତ୍ସବରେ ଜିଲା ପରିଷଦ ଅଧ୍ୟକ୍ଷ ପୁଷ୍ପେନ୍ଦ୍ର ସିଂଦେଓ, ଜିଲା ସଂସ୍କୃତି ଅଧିକାରୀ ବିବେକା ନନ୍ଦ ମହାନନ୍ଦ,ଲୋକ ସମ୍ପର୍କ ସୂଚନା ଅଧିକାରୀ ହଳଧର ନିଆଲ,ବ୍ଲକ ଅଧ୍ୟକ୍ଷ ଚନ୍ଦନ ସେନାପତି ପ୍ରମୁଖ ମଞ୍ଚାଷିନ ହୋଇ କଳାହାଣ୍ଡି ଉତ୍ସବ ଓ ଲୋଗୋ ବିଷୟରେ ନିଜସ୍ଵ ମତ ପ୍ରକାଶ କରିଥିଲେ।ଏହି ଉପଲକ୍ଷେ ବ୍ଲକ ପକ୍ଷରୁ ଚାରିଟି ଷ୍ଟଲ୍ ଯଥା ଚିକିତ୍ସାଳୟ,ଗ୍ରାମୀଣ ଗୃହ, ସ୍ଵସ୍ଛ ଭାରତ ମିଶନ ଆଦି ଷ୍ଟଲ୍ ଖୋଲା ଯାଇଥିଲା। ପରିଶେଷରେ ଘୁମୁରା,ସମ୍ବଲପୁରୀ,ନାଚ,ଗୀତ ଆଦି ସଙ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା

The post କଳାହାଣ୍ଡି ଉତ୍ସବ ଘୁମୁରା ୨୦୨୫ ଲୋଗୋ ଉନ୍ମୋଚନ, ପଞ୍ଚାୟତ ସ୍ତରୀୟ ଉତ୍ସବର ଶୁଭ ଉଦଘାଟନ appeared first on Dharitri Odia News.