କଳିଙ୍ଗ ସୁପର କପ୍‌ ଫୁଟ୍‌ବଲ: ଗ୍ରୁପ୍‌ ‘ଡି’ରେ ଓଡ଼ିଶା ଏଫ୍‌ସି

ଭୁବନେଶ୍ୱର, ୧୮।୧୨: ସର୍ବଭାରତୀୟ ଫୁଟ୍‌ବଲ ଫେଡେରେଶନ(ଏଆଇଏଫ୍‌ଏଫ୍‌) ପକ୍ଷରୁ କଳିଙ୍ଗ ସୁପର କପ୍‌ ଫୁଟବଲ ଟୁର୍ନାମେଣ୍ଟ ପାଇଁ ଡ୍ର’ ଉଠାଣ କାର୍ଯ୍ୟକ୍ରମ ସୋମବାର ଅନୁଷ୍ଠିତ ହୋଇଛି। ତଦନୁସାରେ ଗତଥରର ଚାମ୍ପିୟନ ଓଡ଼ିଶା ଏଫ୍‌ସି ଗ୍ରୁପ୍‌ ‘ଡି’ରେ ସ୍ଥାନ ପାଇଛି। ଏଫ୍‌ସି ଗୋଆ, ବେଙ୍ଗାଲୁରୁ ଏଫ୍‌ସି ଏବଂ ଆଇ-ଲିଗ୍‌ କ୍ୱାଲିଫାୟର ବିଜେତା ଦଳ ଏହି ଗ୍ରୁପ୍‌ରେ ଖେଳିବେ। କଳିଙ୍ଗ ସୁପରକପ୍‌ ନାମରେ ନାମିତ ପ୍ରତିଯୋଗିତାର ୪ର୍ଥ ସଂସ୍କରଣ ୨୦୨୪ ଜାନୁୟାରୀ ୯ରୁ ୨୮ ପର୍ଯ୍ୟନ୍ତ ଓଡ଼ିଶାରେ ଅନୁଷ୍ଠିତ ହେବ। ମୋଟ […] The post କଳିଙ୍ଗ ସୁପର କପ୍‌ ଫୁଟ୍‌ବଲ: ଗ୍ରୁପ୍‌ ‘ଡି’ରେ ଓଡ଼ିଶା ଏଫ୍‌ସି appeared first on Dharitri Odia News.

କଳିଙ୍ଗ ସୁପର କପ୍‌ ଫୁଟ୍‌ବଲ: ଗ୍ରୁପ୍‌ ‘ଡି’ରେ ଓଡ଼ିଶା ଏଫ୍‌ସି

ଭୁବନେଶ୍ୱର, ୧୮।୧୨: ସର୍ବଭାରତୀୟ ଫୁଟ୍‌ବଲ ଫେଡେରେଶନ(ଏଆଇଏଫ୍‌ଏଫ୍‌) ପକ୍ଷରୁ କଳିଙ୍ଗ ସୁପର କପ୍‌ ଫୁଟବଲ ଟୁର୍ନାମେଣ୍ଟ ପାଇଁ ଡ୍ର’ ଉଠାଣ କାର୍ଯ୍ୟକ୍ରମ ସୋମବାର ଅନୁଷ୍ଠିତ ହୋଇଛି। ତଦନୁସାରେ ଗତଥରର ଚାମ୍ପିୟନ ଓଡ଼ିଶା ଏଫ୍‌ସି ଗ୍ରୁପ୍‌ ‘ଡି’ରେ ସ୍ଥାନ ପାଇଛି। ଏଫ୍‌ସି ଗୋଆ, ବେଙ୍ଗାଲୁରୁ ଏଫ୍‌ସି ଏବଂ ଆଇ-ଲିଗ୍‌ କ୍ୱାଲିଫାୟର ବିଜେତା ଦଳ ଏହି ଗ୍ରୁପ୍‌ରେ ଖେଳିବେ।

କଳିଙ୍ଗ ସୁପରକପ୍‌ ନାମରେ ନାମିତ ପ୍ରତିଯୋଗିତାର ୪ର୍ଥ ସଂସ୍କରଣ ୨୦୨୪ ଜାନୁୟାରୀ ୯ରୁ ୨୮ ପର୍ଯ୍ୟନ୍ତ ଓଡ଼ିଶାରେ ଅନୁଷ୍ଠିତ ହେବ। ମୋଟ ୪ଟି ଗ୍ରୁପ୍‌ରେ ୧୬ ଦଳକୁ ନେଇ ପ୍ରତିଯୋଗିତା ହେବ। ପ୍ରତି ଗ୍ରୁପ୍‌ରେ ଆଇଏସ୍‌ଏଲର ୩ ଓ ଆଇ-ଲିଗ୍‌ର ଗୋଟିଏ ଦଳ ଖେଳିବ। ପ୍ରତି ଗ୍ରୁପ୍‌ର ବିଜେତା ଦଳ ସେମିଫାଇନାଲକୁ ଯୋଗ୍ୟତା ଅର୍ଜନ କରିବ। ଗ୍ରୁପ୍‌ ‘ଏ’ରେ ମୋହନ ବାଗାନ ସୁପର ଜାଏଣ୍ଟ, ଇଷ୍ଟ ବେଙ୍ଗଲ, ହାଇଦ୍ରାବାଦ ଏଫ୍‌ସି, ଆଇ ଲିଗ୍‌-୧, ଗ୍ରୁପ୍‌ ‘ବି’ରେ କେରଳ ବ୍ଲାଷ୍ଟର୍ସ, ନର୍ଥ ଇଷ୍ଟ ୟୁନାଇଟେଡ, ଜାମସେଦପୁର ଏଫ୍‌ସି, ଆଇ ଲିଗ୍‌-୨ ଏବଂ ଗ୍ରୁପ୍‌ ‘ସି’ରେ ମୁମ୍ବାଇ ସିଟି ଏଫ୍‌ସି, ଚେନ୍ନାଇନ୍‌ , ପଞ୍ଜାବ ଏଫ୍‌ସି ଏବଂ ଆଇ ଲିଗ୍‌-୩ ଦଳ ସାମିଲ ରହିବ।

କଳିଙ୍ଗ କପ୍‌ ଚାମ୍ପିୟନ ଦଳ ଏଏଫ୍‌ସି ୨୦୨୪-୨୫ ସିଜନର ଏସିଏଲ୍‌ ୨ ପ୍ରିଲିମିନାରି ଷ୍ଟେଜ୍‌ ପାଇଁ ଯୋଗ୍ୟତା ଅର୍ଜନ କରିବ। ଗତ ସଂସ୍କରଣର ଫାଇନାଲରେ ବେଙ୍ଗାଲୁରୁ ଏଫ୍‌ସିକୁ ହରାଇ ଓଡ଼ିଶା ଏଫ୍‌ସି ସୁପର କପ୍‌ ଜିତିବା ସହ ଏଏଫ୍‌ସି କପ୍‌ ୨୦୨୩-୨୪ ପାଇଁ ଯୋଗ୍ୟତା ପାଇଥିଲା। ଏଥିରେ ଘରୋଇ ପରିବେଶରେ ପ୍ରତିଯୋଗିତା ହେବାର ଥିବାରୁ ଓଡ଼ିଶା ଏଫ୍‌ସି ଟାଇଟଲ ବଜାୟ ରଖି କ୍ରମାଗତ ଦ୍ୱିତୀୟ ଥର ପାଇଁ ଏଏଫ୍‌ସି ପ୍ରତିଯୋଗିତାପାଇଁ ଯୋଗ୍ୟତା ଅର୍ଜନ ଲକ୍ଷ୍ୟ ରଖିଛି। ପ୍ରତି କ୍ଲବକୁ ସର୍ବାଧିକ ୬ ବିଦେଶୀ ଖେଳାଳିଙ୍କୁ ଦଳରେ ସାମିଲ ପାଇଁ ଅନୁମତି ମିଳିଛି, ଯାହାକି ଏଏଫ୍‌ସି ପ୍ରତିଯୋଗିତା ସହ ସମାନ।

 

The post କଳିଙ୍ଗ ସୁପର କପ୍‌ ଫୁଟ୍‌ବଲ: ଗ୍ରୁପ୍‌ ‘ଡି’ରେ ଓଡ଼ିଶା ଏଫ୍‌ସି appeared first on Dharitri Odia News.