କସାବଙ୍କୁ ଫାଶୀ ଖୁଣ୍ଟ ପର୍ଯ୍ୟନ୍ତ ପହଞ୍ଚାଇଥିବା ଓକିଲ ଉଜ୍ୱଳ ନିକମ ଏବେ ବଦଲାପୁରର ଝିଅଙ୍କୁ ଦେବେ ନ୍ୟାୟ
ନୂଆଦିଲ୍ଲୀ,୨୧।୮: ମୁମ୍ବାଇ ଥାନେ ଜିଲାର ବଦଲାପୁରରେ ଏକ ବାଳାଶ୍ରମରେ ଦୁଇ ଝିଅଙ୍କୁ ଯୌନ ନିର୍ଯ୍ୟାତନା ମାମଲାରେ ଉଜ୍ୱଳ ନିକମ ସରକାରଙ୍କ ତରଫରୁ ସରକାରୀ ଓକିଲ ଭାବରେ ହାଜର ହେବେ। ଏ ହେଉଛନ୍ତି ସେହି ଉଜ୍ୱଳ ନିକମ ଯିଏ କସାବଙ୍କୁ ଫାଶୀ ଖୁଣ୍ଟ ପର୍ଯ୍ୟନ୍ତ ନେଇ ଯାଇଥିଲେ। ଉଜ୍ୱଳ ନିକମଙ୍କ ବୟସ ୭୧ ବର୍ଷ, ତାଙ୍କ ନାମରେ ଏପରି ଅନେକ ମାମଲା ରହିଛି ଯାହାକୁ ଶୁଣିଲେ ଲୋମ ଟାଙ୍କୁରି ଉଠିବ। କିନ୍ତୁ ଏହି ଓକିଲ ହିଁ ସେମାନଙ୍କୁ ସଠିକ […] The post କସାବଙ୍କୁ ଫାଶୀ ଖୁଣ୍ଟ ପର୍ଯ୍ୟନ୍ତ ପହଞ୍ଚାଇଥିବା ଓକିଲ ଉଜ୍ୱଳ ନିକମ ଏବେ ବଦଲାପୁରର ଝିଅଙ୍କୁ ଦେବେ ନ୍ୟାୟ appeared first on Dharitri Odia News.
ନୂଆଦିଲ୍ଲୀ,୨୧।୮: ମୁମ୍ବାଇ ଥାନେ ଜିଲାର ବଦଲାପୁରରେ ଏକ ବାଳାଶ୍ରମରେ ଦୁଇ ଝିଅଙ୍କୁ ଯୌନ ନିର୍ଯ୍ୟାତନା ମାମଲାରେ ଉଜ୍ୱଳ ନିକମ ସରକାରଙ୍କ ତରଫରୁ ସରକାରୀ ଓକିଲ ଭାବରେ ହାଜର ହେବେ। ଏ ହେଉଛନ୍ତି ସେହି ଉଜ୍ୱଳ ନିକମ ଯିଏ କସାବଙ୍କୁ ଫାଶୀ ଖୁଣ୍ଟ ପର୍ଯ୍ୟନ୍ତ ନେଇ ଯାଇଥିଲେ। ଉଜ୍ୱଳ ନିକମଙ୍କ ବୟସ ୭୧ ବର୍ଷ, ତାଙ୍କ ନାମରେ ଏପରି ଅନେକ ମାମଲା ରହିଛି ଯାହାକୁ ଶୁଣିଲେ ଲୋମ ଟାଙ୍କୁରି ଉଠିବ। କିନ୍ତୁ ଏହି ଓକିଲ ହିଁ ସେମାନଙ୍କୁ ସଠିକ ସିଦ୍ଧାନ୍ତରେ ପହଞ୍ଚାଇଛନ୍ତି।
ଉଜ୍ୱଳ ନିକମ, ଯିଏକି ପୂର୍ବରୁ ଅନେକ ହାଇ-ପ୍ରୋଫାଇଲ ମାମଲା ପରିଚାଳନା କରିଥିଲେ, ୨୬ନଭେମ୍ବର ୨୦୦୮ମୁମ୍ବାଇ ଆତଙ୍କବାଦୀ ଆକ୍ରମଣରେ ଗିରଫ ହୋଇଥିବା ଏକମାତ୍ର ଆତଙ୍କବାଦୀ ଅଜମଲ କାସାବଙ୍କ ବିଚାରରେ ସରକାରୀ ଓକିଲ ଥିଲେ। କସାବଙ୍କ ମୃତ୍ୟୁଦଣ୍ଡ ପାଇଁ ସେ ଦୃଢ ଯୁକ୍ତି ଦର୍ଶାଇଥିଲେ। ନଭେମ୍ବର ୨୦୧୨ରେ ଲଶ୍କର-ଇ-ତୋଇବା ଆତଙ୍କବାଦୀ କସାବଙ୍କୁ ପୁଣେର ୟେରୱାଡା ଜେଲରେ ଫାଶୀ ଦିଆଯାଇଥିଲା।
ଚତୁର୍ଥ ସର୍ବୋଚ୍ଚ ନାଗରିକ ସମ୍ମାନ ପଦ୍ମଶ୍ରୀ ପୁରସ୍କାର ପାଇଥିବା ନିକମ ଚଳିତ ବର୍ଷ ଲୋକ ସଭା ନିର୍ବାଚନରେ ମୁମ୍ବାଇ ଉତ୍ତର କେନ୍ଦ୍ରୀୟ ନିର୍ବାଚନମଣ୍ଡଳୀରୁ ଭାଜପା ଟିକେଟରେ ପ୍ରତିଦ୍ୱନ୍ଦ୍ୱିତା କରିଥିଲେ। ତେବେ ସେ କଂଗ୍ରେସର ବର୍ଷା ଗାୟକୱାଡଙ୍କୁ ହରାଇଥିଲେ।
The post କସାବଙ୍କୁ ଫାଶୀ ଖୁଣ୍ଟ ପର୍ଯ୍ୟନ୍ତ ପହଞ୍ଚାଇଥିବା ଓକିଲ ଉଜ୍ୱଳ ନିକମ ଏବେ ବଦଲାପୁରର ଝିଅଙ୍କୁ ଦେବେ ନ୍ୟାୟ appeared first on Dharitri Odia News.