କହିଥିଲେ ପାଣ୍ଡିଆନ, ‘ହାରିଲେ ଛାଡିଦେବି ରାଜନୀତି’
ଭୁବନେଶ୍ୱର,୪।୬: ଦୀର୍ଘ ୧୫ବର୍ଷର ବ୍ୟବଧାନ ପରେ ଓଡ଼ିଶାରେ ଫୁଟିବାକୁ ଯାଉଛି ପଦ୍ମ। ନବୀନ ପଟ୍ଟନାୟକଙ୍କ ବିଜୁ ଜନତା ଦଳ ଏବେ ବଡ଼ ପରାଜୟ ମୁଖେ ଅଗ୍ରସର ହେଉଛି। ରାଜ୍ୟରେ ଭାଜପା ୮୧ ଆସନରେ ଆଗୁଆ ଥିବାବେଳେ ବିଜେଡି ୪୭ ଆସନରେ ସୀମିତ ରହିଛି। ତେବେ ୧୫ବର୍ଷ ପରେ ଭାଜପା ଓଡ଼ିଶାରେ ସରକାର ଗଢିବାକୁ ଯାଉଛି। ଚଳିତ ନିର୍ବାଚନରେ ବିଜେଡି-ଭାଜପା ମଧ୍ୟରେ ରାଜ୍ୟରେ କଡା ଟକ୍କର ଦେଖିବାକୁ ମିଳିଥିଲା। ବିଜେଡି ୧୦୦ରୁ ଅଧିକ ଆସନ ଜିତିବା ନେଇ ଦୃଢୋକ୍ତି […] The post କହିଥିଲେ ପାଣ୍ଡିଆନ, ‘ହାରିଲେ ଛାଡିଦେବି ରାଜନୀତି’ appeared first on Dharitri Odia News.
ଭୁବନେଶ୍ୱର,୪।୬: ଦୀର୍ଘ ୧୫ବର୍ଷର ବ୍ୟବଧାନ ପରେ ଓଡ଼ିଶାରେ ଫୁଟିବାକୁ ଯାଉଛି ପଦ୍ମ। ନବୀନ ପଟ୍ଟନାୟକଙ୍କ ବିଜୁ ଜନତା ଦଳ ଏବେ ବଡ଼ ପରାଜୟ ମୁଖେ ଅଗ୍ରସର ହେଉଛି। ରାଜ୍ୟରେ ଭାଜପା ୮୧ ଆସନରେ ଆଗୁଆ ଥିବାବେଳେ ବିଜେଡି ୪୭ ଆସନରେ ସୀମିତ ରହିଛି। ତେବେ ୧୫ବର୍ଷ ପରେ ଭାଜପା ଓଡ଼ିଶାରେ ସରକାର ଗଢିବାକୁ ଯାଉଛି।
ଚଳିତ ନିର୍ବାଚନରେ ବିଜେଡି-ଭାଜପା ମଧ୍ୟରେ ରାଜ୍ୟରେ କଡା ଟକ୍କର ଦେଖିବାକୁ ମିଳିଥିଲା। ବିଜେଡି ୧୦୦ରୁ ଅଧିକ ଆସନ ଜିତିବା ନେଇ ଦୃଢୋକ୍ତି ବାଢିଥିବାବେଳେ ସରକାର ଗଢିବୁ ବୋଲି ସଂକଳ୍ପ କରି ବସିଥିଲା ଭାଜପା। ଯାହା ଏବେ ଫଳାଫଳରେ ଦେଖିବାକୁ ମିଳିଛି। ଚଳିତ ନିର୍ବାଚନରେ ରାଜ୍ୟରେ ଦେଖିବାକୁ ମିଳିଛି ଦୁଇ ଦଳ ମଧ୍ୟରେ ସଣ୍ଢୁଆଶି ଆକ୍ରମଣ। ଲଢେଇ ଏମିତି ଚାଲିଥିଲା କି, କେହି କାହାକୁ ଛାଡିବାକୁ ନଛୋଡବନ୍ଧା ଥିଲେ। ଦୁଇ ଦଳ ମଧ୍ୟରେ ହୋଇଥିଲା ଘମାଘୋଟ ଲଢେଇ।
ନିର୍ବାଚନ ଘୋଷଣା ହେବା ପୂର୍ବରୁ ମେଣ୍ଟ ନେଇ ଆଲୋଚନା ଚାଲିଥିବାବେଳେ ପରେ ଦୁଇ ଦଳ ଏକାକୀ ଲଢିବେ ବୋଲି ନିଷ୍ପତ୍ତି ନେଇଥିଲେ। ସେହି ସମୟରେ ଦୁଇ ଦଳର ରାଜ୍ୟ ନେତୃତ୍ୱ ଓ କେନ୍ଦ୍ର ନେତୃତ୍ୱ ମେଣ୍ଟ ନେଇ ଜୋରଦାର ଆଲୋଚନା କରିଥିଲେ ମଧ୍ୟ ତାହା ସମ୍ଭବ ହୋଇପାରି ନ ଥିଲା। ପରବର୍ତ୍ତୀ ମୂହୁର୍ତ୍ତରେ ଦୁହେଁ ଏକାକୀ ଲଢିବାକୁ ନିଷ୍ପତ୍ତି ନେଇଥିଲେ। ସେହି ସମୟରେ ଓଡ଼ିଶାଭାଜପା ରାଜ୍ୟରେ ସରକାର ଗଢିବ ବୋଲି କହିଥିଲା। ନିଷ୍ପତ୍ତି ଏପରି ଥିଲା କି, ମଇଦାନରେ ମୁହାଁମୁହିଁ ଯୁଦ୍ଧ ସାରା ରାଜ୍ୟ କ’ଣ ଦେଶ ଦେଖିଲା। ପ୍ରଧାନମନ୍ତ୍ରୀ ମୋଦିଙ୍କ ରାଜ୍ୟରେ ମାରାଥନ ପ୍ରଚାରକୁ ଭାଜପାର କେନ୍ଦ୍ରନେତାଙ୍କ ଗୋଟିଏ ପରେ ଗୋଟିଏ ରାଲି। ଯେପରି ଭାଜପାର ସବୁ ନେତୃତ୍ୱ ଗୋଟିଏ ପରେ ଗୋଟିଏ ଆସି ରାଜ୍ୟକୁ ଘେରାବନ୍ଦୀ ଭାବରେ ରଖିଲେ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ବିଜେଡି ନେତା କାର୍ତ୍ତିକ ପାଣ୍ଡିଆନଙ୍କ ସହ ପୁରା ବିଜେଡିକୁ ସିଧା ସିଧା ଟାର୍ଗେଟ କରିଥିଲେ। ଯାହାକୁ ନେଇ ମୁହଁ ଫିଟାଇଥିଲେ ଖୋଦ୍ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଗୋଟିକ ପରେ ଗୋଟିଏ ଭିଡିଓ ଛାଡି ବିରୋଧୀଙ୍କୁ କମ୍ ଶଦ୍ଦରେ ଟାଣ କଥା କହିଥିଲେ। ସେହିପରି ପାଣ୍ଡିଆନ ରାଜନୀତି ଛାଡିଦେବି ବୋଲି ମଧ୍ୟ ଦମ୍ଭୋକ୍ତି ଦେଖାଇଥିଲେ। ନିର୍ବାଚନୀ ପ୍ରଚାର ସମୟରେ ଏକ ସଭାରେ ସେ ବିଜେଡି ହାରିଲେ ରାଜନୀତିରୁ ସନ୍ୟାସ ନେବେ ବୋଲି କହିଥିଲେ।
ତେବେ ଆଜିର ଫଳାଫଳ ବାହାରିବା ପରେ ଚର୍ଚ୍ଚା ଆରମ୍ଭ ହେଲାଣି କି, ବିଜେଡି ନେତା ପାଣ୍ଡିଆନଙ୍କ ପରବର୍ତ୍ତୀ ପଦକ୍ଷେପ କ’ଣ ରହିବ।
The post କହିଥିଲେ ପାଣ୍ଡିଆନ, ‘ହାରିଲେ ଛାଡିଦେବି ରାଜନୀତି’ appeared first on Dharitri Odia News.