କାଠଫାଳିଆରେ ମା’ଙ୍କୁ ପିଟିପିଟି ମାରିଦେଲେ ଝିଅ
ଭୁବନ,୨୭ା୪(ବିପିନ ବିହାରୀ ସେଠୀ): ଢେଙ୍କାନାଳ ଜିଲା ଭୁବନ ଥାନା ମଝିପାଳ ଗ୍ରାମରେ ଏକ ଅଭାବନୀୟ କାଣ୍ଡ ଘଟିଛି। ଝିଅର କାଠଫାଳିଆ ମାଡ଼ରେ ମାଆଙ୍କ ମୃତ୍ୟୁ ଘଟିଛି। ମଝିପାଳ ଗ୍ରାମର ବିଭୂତି ଭୂଷଣ ଦାଶଙ୍କ ପତ୍ନୀ ଦୁର୍ଗାବତୀ (୮୬) ଓ ବିବାହିତା ମାନସିକ ବିକାରଗ୍ରସ୍ତ ଝିଅ ଆଶାଲତା ( ୫୪) ସାଙ୍ଗ ହୋଇ ଘରେ ରହୁଥିଲେ। ୨୦୦୭ରୁ ଆଶାଲତା ମାନସିକ ରୋଗାଗ୍ରସ୍ତ ହେବାରୁ ଶାଶୁଘର ଲୋକେ ତାଙ୍କୁ ବାପ ଘରେ ମାଆ ପାଖରେ ଛାଡ଼ି ଦେଇଥିଲେ। ଦୁଇଜଣ ସାଙ୍ଗ […] The post କାଠଫାଳିଆରେ ମା’ଙ୍କୁ ପିଟିପିଟି ମାରିଦେଲେ ଝିଅ appeared first on Dharitri Odia News.
ଭୁବନ,୨୭ା୪(ବିପିନ ବିହାରୀ ସେଠୀ): ଢେଙ୍କାନାଳ ଜିଲା ଭୁବନ ଥାନା ମଝିପାଳ ଗ୍ରାମରେ ଏକ ଅଭାବନୀୟ କାଣ୍ଡ ଘଟିଛି। ଝିଅର କାଠଫାଳିଆ ମାଡ଼ରେ ମାଆଙ୍କ ମୃତ୍ୟୁ ଘଟିଛି। ମଝିପାଳ ଗ୍ରାମର ବିଭୂତି ଭୂଷଣ ଦାଶଙ୍କ ପତ୍ନୀ ଦୁର୍ଗାବତୀ (୮୬) ଓ ବିବାହିତା ମାନସିକ ବିକାରଗ୍ରସ୍ତ ଝିଅ ଆଶାଲତା ( ୫୪) ସାଙ୍ଗ ହୋଇ ଘରେ ରହୁଥିଲେ। ୨୦୦୭ରୁ ଆଶାଲତା ମାନସିକ ରୋଗାଗ୍ରସ୍ତ ହେବାରୁ ଶାଶୁଘର ଲୋକେ ତାଙ୍କୁ ବାପ ଘରେ ମାଆ ପାଖରେ ଛାଡ଼ି ଦେଇଥିଲେ। ଦୁଇଜଣ ସାଙ୍ଗ ହୋଇ ଗ୍ରାମରେ ରହୁଥିଲେ। ଶୁକ୍ରବାର ରାତିରେ ଆଶାଲତା କୌଣସି କାରଣ ବଶତଃ ତାଙ୍କ ମା’ଙ୍କୁ କାଠଫାଳିଆରେ ପିଟିପିଟି ମାରି ଘରେ ପକାଇ ଦେଇ କବାଟ ବନ୍ଦ କରି ରଖିଥିଲେ। ଦୁର୍ଗାବତୀଙ୍କର ଏକମାତ୍ର ପୁଅ ଆଲୋକ ନିଜ ପରିବାରକୁ ନେଇ ତାଳଚେରର ଏକ ଘରୋଇ କମ୍ପାନୀରେ କାର୍ଯ୍ୟ କରନ୍ତି। ପୁଅ ଆଲୋକ ମା’ଙ୍କୁ ନିଜ ପାଖକୁ ନେଇ ଯିବାକୁ ଚାହୁଁଥିଲେ ମଧ୍ୟ ମାନସିକ ବିକାରଗ୍ରସ୍ତ ଝିଅକୁ ଛାଡ଼ି ମା’ ଯାଉ ନ ଥିଲେ । ମା’ ଦୁର୍ଗାବତୀଙ୍କ ସହିତ ପୁଅ ଆଲୋକ ଓ ଅନ୍ୟ ଭଉଣୀମାନେ ପ୍ରତିଦିନ ଫୋନ୍ ଯୋଗେ ଯୋଗାଯୋଗ ରଖି ତାଙ୍କର ଭଲମନ୍ଦ ବୁଝୁଥିଲେ। ତେବେ ଶନିବାର ସକାଳେ ମା’ଙ୍କ ଫୋନ୍କୁ ଯୋଗାଯୋଗ କରିଥିଲେ ମଧ୍ୟ କୌଣସି ଯୋଗାଯୋଗ ହୋଇପାରି ନ ଥିଲା। ତାଙ୍କ ମନରେ ସନ୍ଦେହ ସୃଷ୍ଟି ହୋଇଥିଲା। ସେ ଗ୍ରାମର ଜଣେ ବ୍ୟକ୍ତିଙ୍କ ସହିତ ଯୋଗାଯୋଗ କରିଥିଲେ। ଗ୍ରାମବାସୀଙ୍କଠାରୁ ଏହି ଖବର ଜାଣିଥିଲେ। ସଙ୍ଗେସଙ୍ଗେ ସମସ୍ତ ଭଉଣୀ ଓ ସମ୍ପର୍କୀୟଙ୍କୁ ଜଣାଇ ଗ୍ରାମକୁ ଆସିଥିଲେ। ଆସି ମା’ଙ୍କର ମୃତ୍ୟୁ ଦୃଶ୍ୟ ଦେଖି ଭାଙ୍ଗି ପଡ଼ିଥିଲେ। ଏ ସମ୍ପର୍କରେ ଖବର ପାଇ ଭୁବନ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରିଥିଲେ। ଦୁର୍ଗାବତୀଙ୍କ ୪ ଝିଅ ଓ ପୁଅ ପୋଲିସକୁ ତଦନ୍ତ କରିବାରେ ସହଯୋଗ କରିଥିଲେ। ପୋଲିସ ଢେଙ୍କାନାଳ ସାଇଣ୍ଟିଫିକ୍ ଟିମ୍କୁ ଖବର ଦେଇଥିଲେ। ଖବର ପାଇ ଢେଙ୍କାନାଳ ସାଇଣ୍ଟିଫିକ୍ ଟିମ୍ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିବା ପରେ ପୋଲିସ ମୃତଦେହ ବ୍ୟବଚ୍ଛେଦ ପାଇଁ ଭୁବନ ଡାକ୍ତରଖାନାକୁ ପଠାଇଥିଲେ। କାଠ ଫାଳିଆରେ ପିଟିପିଟି ମା’କୁ ହତ୍ୟା କରିଥିବା ହତ୍ୟାକାରୀ ଝିଅକୁ ପୋଲିସ ଭୁବନ ଥାନାକୁ ଆଣି ପଚରାଉଚରା କରିବା ସହିତ ତଦନ୍ତ ଚଳାଇଛି।
The post କାଠଫାଳିଆରେ ମା’ଙ୍କୁ ପିଟିପିଟି ମାରିଦେଲେ ଝିଅ appeared first on Dharitri Odia News.