କାଠଯୋଡ଼ି ନଦୀକୁ ଡେଇଁବା ଘଟଣାରେ ଟୁଇଷ୍ଟି : ସ୍ବାମୀଙ୍କ ସହ ନୁହେଁ ନଣଦେଇ ସହିତ ଡେଇଁଛନ୍ତି ବର୍ଷା

କଟକ/ବାଙ୍କୀ : ତ୍ରିଶୁଳିଆ(ସୁବାଷ ସେତୁ)ରୁ କାଠଯୋଡ଼ି ନଦୀକୁ ଦମ୍ପତି ଡେଇଁ ପଡିବା ଘଟଣାରେ ଆସିଛି ଟୁଇଷ୍ଟି। ବ୍ରିଜ ଉପରେ ମୋବାଇଲ୍, ଆଧାର କାର୍ଡ ରଖି ନଦୀକୁ ଡେଇଁପଡିଥିବା ମହିଳା ଓ ପୁରୁଷ ସମ୍ପର୍କରେ ସ୍ବାମୀ-ସ୍ତ୍ରୀ ନୁହଁନ୍ତି, ବରଂ  ନଣଦେଇ ଓ ଭାଉଜ ବୋଲି ଜଣାପଡିଛି। ଉଭୟ ସନ୍ଧ୍ୟାରେ ବ୍ରିଜ ଉପରେ ମୋବାଇଲ୍, ଆଧାର କାର୍ଡ ରଖି ବନ୍ୟାଜଳରେ ଉଛୁଳା ନଦୀକୁ ଡେଇଁବା ପରେ ସେହିବାଟ ଦେଇ ଯାଉଥିବା ଲୋକ ଏହା ଦେଖିଥିଲେ। ତେବେ ସେମାନେ ଏନେଇ ପୁଲିସ […]

କାଠଯୋଡ଼ି ନଦୀକୁ ଡେଇଁବା ଘଟଣାରେ ଟୁଇଷ୍ଟି : ସ୍ବାମୀଙ୍କ ସହ ନୁହେଁ ନଣଦେଇ ସହିତ ଡେଇଁଛନ୍ତି ବର୍ଷା
Twisty in the incident of jumping to the kathajodi river from the on cuttacks trisulia bridge

କଟକ/ବାଙ୍କୀ : ତ୍ରିଶୁଳିଆ(ସୁବାଷ ସେତୁ)ରୁ କାଠଯୋଡ଼ି ନଦୀକୁ ଦମ୍ପତି ଡେଇଁ ପଡିବା ଘଟଣାରେ ଆସିଛି ଟୁଇଷ୍ଟି। ବ୍ରିଜ ଉପରେ ମୋବାଇଲ୍, ଆଧାର କାର୍ଡ ରଖି ନଦୀକୁ ଡେଇଁପଡିଥିବା ମହିଳା ଓ ପୁରୁଷ ସମ୍ପର୍କରେ ସ୍ବାମୀ-ସ୍ତ୍ରୀ ନୁହଁନ୍ତି, ବରଂ  ନଣଦେଇ ଓ ଭାଉଜ ବୋଲି ଜଣାପଡିଛି।

ଉଭୟ ସନ୍ଧ୍ୟାରେ ବ୍ରିଜ ଉପରେ ମୋବାଇଲ୍, ଆଧାର କାର୍ଡ ରଖି ବନ୍ୟାଜଳରେ ଉଛୁଳା ନଦୀକୁ ଡେଇଁବା ପରେ ସେହିବାଟ ଦେଇ ଯାଉଥିବା ଲୋକ ଏହା ଦେଖିଥିଲେ। ତେବେ ସେମାନେ ଏନେଇ ପୁଲିସ ଓ ଅଗ୍ନିଶମ ବିଭାଗକୁ ଖବର ଦେବା ବେଳେ ବ୍ରିଜ୍‌ ଉପରୁ ମୋବାଇଲ ଓ ଆଧାର କାର୍ଡର ଫଟୋ କପି ଥୁଆ ହୋଇଥିବା ଦେଖି ଉଭୟ ସ୍ବାମୀ-ସ୍ତ୍ରୀ ହୋଇଥିବା ସନ୍ଦେହ କରିଥିଲେ। କାରଣ ଆଧାର କାର୍ଡର ମହିଳା ଜଣଙ୍କ ନାମ ବର୍ଷା ଲେଙ୍କା ଓ ସ୍ବାମୀ ପ୍ରଦ୍ୟୁମ୍ନ ଲେଙ୍କାଙ୍କ ନାମ ରହିଥିଲ ବେଳେ ଦମ୍ପତି ବାଙ୍କୀ ଡମପଡା ବ୍ଲକ ବାଆଁରା ରାମଚଣ୍ଡୀ ଗାଁର ହୋଇଥିବା ଜଣାପଡିଥିଲା। ହେଲେ ଏବେ ଘଟଣା ଉପରୁ ପରଦା ଉଠିଛି।

ମିଳିଥିବା ସୂଚନା ଅନୁସାରେ ସ୍ୱାମୀ ପ୍ରଦ୍ୟୁମ୍ନ ଲେଙ୍କାଙ୍କ ସହିତ ଆତ୍ମହତ୍ୟା କରିନାହାନ୍ତି ବର୍ଷା  ବରଂ ନଣଦେଇ ସହିତ ବର୍ଷା ଲେଙ୍କା କାଠଯୋଡ଼ିକୁ ଡେଇଁ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି। କିଛି ଦିନ ହେବ ପ୍ରଦ୍ୟୁମ୍ନଙ୍କ ଭିଣୋଇ କୃଷ୍ଣ ମୁଦୁଲିଙ୍କ ସହିତ ପ୍ରେମ ସମ୍ପର୍କ ରଖି  ବର୍ଷା ଦୁଇ ମାସ ତଳେ ଘରୁ ଚାଲିଯାଇଥିଲେ । କୃଷ୍ଣ ମୁଦୁଲିଙ୍କ ଘର କଟକ ନିମସାହି ଅଞ୍ଚଳରେ ବୋଲି ସୂଚନା ମିଳିଥିବା ବେଳେ କେଉଁ କାରଣ ପାଇଁ ଆତ୍ମହତ୍ୟା କଲେ ତାହା ସ୍ପଷ୍ଟ ହୋଇନାହିଁ । ବର୍ତ୍ତମାନ ବର୍ଷାଙ୍କ ସ୍ବାମୀ ପ୍ରଦ୍ୟୁମ୍ନ ଲେଙ୍କା ରାମଚଣ୍ଡୀ ସ୍ଥିତ ଘରେ ଥିବା ସୂଚନା ମିଳିଛି।

ଅନ୍ୟପଟେ ଅଗ୍ନିଶମ ବାହିନୀ ଓ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଥିଲେ ମଧ୍ୟ ଉଛୁଳା ବନ୍ୟାଜଳ ଓ ରାତ୍ରିର ଅନ୍ଧକାରରେ ଏଯାଏଁ ବର୍ଷା ଲେଙ୍କା ଓ କୃଷ୍ଣ ମୁଦୁଲିଙ୍କର କୌଣସି ପତ୍ତା ମିଳିନାହିଁ।