କାଠଯୋଡ଼ି ହତ୍ୟାକାଣ୍ଡରେ ଟ୍ୱିଷ୍ଟ: ପରକୀୟା ପ୍ରୀତି ପାଇଁ ଯୋଜନାବଦ୍ଧ ହତ୍ୟା, ପତ୍ନୀହନ୍ତା ସହ ୨ ଦିଅର ଗିରଫ
କନକ ବ୍ୟୁରୋ : କଟକ କନ୍ଦରପୁର ହତ୍ୟାକାଣ୍ଡ ପଛରେ ପରକୀୟା ପ୍ରୀତି। ସ୍ୱାମୀ ହିଁ ହତ୍ୟାକାରୀ। ଦୁଇ ଭାଇଙ୍କ ସହଯୋଗରେ ସ୍ତ୍ରୀକୁ ଯୋଜନାବଦ୍ଧ ଭାବେ ହତ୍ୟା କରିଛି ସଇତାନ ସ୍ୱାମୀ। ହତ୍ୟାକାରୀଙ୍କ ପାଖରେ ପୁଲିସକୁ ପହଂଚାଇ ଦେଇଛି ୟୁପିଆଇ ଟ୍ରାଞ୍ଜାକସନ୍। ଟ୍ରେନ ଯୋଗେ ରାଜ୍ୟ ବାହାରୁ ଚାଲି ଯାଉଥିବା ବେଳେ ୩ ଭାଇଙ୍କୁ ଗିରଫ କରି ସତ ସାମ୍ନାକୁ ଆଣିଛି ପୁଲିସ। ମିଳିଲା ପରିଚୟ, ସାମ୍ନାକୁ ଆସିଲା ସତ । କଟକ କନ୍ଦରପୁର ହତ୍ୟାକାଣ୍ଡର ଗୁମର ଖୋଲିଛି ପୋଲିସ । ପରକୀୟା ପ୍ରୀତି ପାଇଁ ଚାଲିଗଲା ପଦ୍ମାବତୀ ସାମଲଙ୍କ ଜୀବନ । ମହିଳାଙ୍କୁ ତାଙ୍କ ସ୍ବାମୀ ହିଁ ହତ୍ୟା କରିଥିବା ଜଣାପଡ଼ିଛି । ଦୁଇ ଭାଇ ସହ ମିଶି ପଦ୍ମାଙ୍କ ଗଳା କାଟି ହତ୍ୟା କରିଛନ୍ତି ବଳରାମ ଦେହୁରୀ । ହତ୍ୟାକାଣ୍ଡ ପରେ ଖସିଯିବା ପାଇଁ ପଦ୍ମାଙ୍କ ମୁହଁକୁ କ୍ଷତବିକ୍ଷକ କରି କାଠଯୋଡ଼ି ନଦୀପଠାରେ ଫିଙ୍ଗିଦେଇଥିଲେ ଅଭିଯୁକ୍ତ । ବହୁ ଖୋଳାତଡ଼ା ପରେ ୩ ଅଭିଯୁକ୍ତଙ୍କୁ ବିନ୍ଧିବାରେ ସଫଳ ହୋଇଛି ପୋଲିସ । ଶୁକ୍ରବାର ନଦୀ ପଠାରୁ ମୃତଦେହ ମିଳିବା ପରେ ମହିଳାଙ୍କ ପରିଚୟ ଖୋଜୁଥିଲା ପୋଲିସ । ତେବେ ମୃତଦେହ ନିକଟରୁ ମିଳିଥିବା ଏକ ଦରଜୀ ଦୋକାନର ରିସିପ୍ଟ ହିଁ ପୋଲିସ ପାଇଁ ବଡ଼ ସୁରାକ୍ ହୋଇଥିଲା । ବିଭନ୍ନ ଦରଜୀ ଦୋକାନ ଯାଞ୍ଚ କରି ହତ୍ୟାକାରୀ ପାଖରେ ପହଞ୍ଚିବାରେ ସଫଳ ହୋଇଛି ପୋଲିସ । ୟୁପିଆଇ ପେମେଣ୍ଟର ଲିଙ୍କକୁ ଟ୍ରେସ୍ କରି ରାଜ୍ୟ ବାହାରୁ ଅଭିଯୁକ୍ତଙ୍କୁ ଗିରଫ କ

କନକ ବ୍ୟୁରୋ : କଟକ କନ୍ଦରପୁର ହତ୍ୟାକାଣ୍ଡ ପଛରେ ପରକୀୟା ପ୍ରୀତି। ସ୍ୱାମୀ ହିଁ ହତ୍ୟାକାରୀ। ଦୁଇ ଭାଇଙ୍କ ସହଯୋଗରେ ସ୍ତ୍ରୀକୁ ଯୋଜନାବଦ୍ଧ ଭାବେ ହତ୍ୟା କରିଛି ସଇତାନ ସ୍ୱାମୀ। ହତ୍ୟାକାରୀଙ୍କ ପାଖରେ ପୁଲିସକୁ ପହଂଚାଇ ଦେଇଛି ୟୁପିଆଇ ଟ୍ରାଞ୍ଜାକସନ୍। ଟ୍ରେନ ଯୋଗେ ରାଜ୍ୟ ବାହାରୁ ଚାଲି ଯାଉଥିବା ବେଳେ ୩ ଭାଇଙ୍କୁ ଗିରଫ କରି ସତ ସାମ୍ନାକୁ ଆଣିଛି ପୁଲିସ।
ମିଳିଲା ପରିଚୟ, ସାମ୍ନାକୁ ଆସିଲା ସତ । କଟକ କନ୍ଦରପୁର ହତ୍ୟାକାଣ୍ଡର ଗୁମର ଖୋଲିଛି ପୋଲିସ । ପରକୀୟା ପ୍ରୀତି ପାଇଁ ଚାଲିଗଲା ପଦ୍ମାବତୀ ସାମଲଙ୍କ ଜୀବନ । ମହିଳାଙ୍କୁ ତାଙ୍କ ସ୍ବାମୀ ହିଁ ହତ୍ୟା କରିଥିବା ଜଣାପଡ଼ିଛି । ଦୁଇ ଭାଇ ସହ ମିଶି ପଦ୍ମାଙ୍କ ଗଳା କାଟି ହତ୍ୟା କରିଛନ୍ତି ବଳରାମ ଦେହୁରୀ । ହତ୍ୟାକାଣ୍ଡ ପରେ ଖସିଯିବା ପାଇଁ ପଦ୍ମାଙ୍କ ମୁହଁକୁ କ୍ଷତବିକ୍ଷକ କରି କାଠଯୋଡ଼ି ନଦୀପଠାରେ ଫିଙ୍ଗିଦେଇଥିଲେ ଅଭିଯୁକ୍ତ । ବହୁ ଖୋଳାତଡ଼ା ପରେ ୩ ଅଭିଯୁକ୍ତଙ୍କୁ ବିନ୍ଧିବାରେ ସଫଳ ହୋଇଛି ପୋଲିସ ।
ଶୁକ୍ରବାର ନଦୀ ପଠାରୁ ମୃତଦେହ ମିଳିବା ପରେ ମହିଳାଙ୍କ ପରିଚୟ ଖୋଜୁଥିଲା ପୋଲିସ । ତେବେ ମୃତଦେହ ନିକଟରୁ ମିଳିଥିବା ଏକ ଦରଜୀ ଦୋକାନର ରିସିପ୍ଟ ହିଁ ପୋଲିସ ପାଇଁ ବଡ଼ ସୁରାକ୍ ହୋଇଥିଲା । ବିଭନ୍ନ ଦରଜୀ ଦୋକାନ ଯାଞ୍ଚ କରି ହତ୍ୟାକାରୀ ପାଖରେ ପହଞ୍ଚିବାରେ ସଫଳ ହୋଇଛି ପୋଲିସ । ୟୁପିଆଇ ପେମେଣ୍ଟର ଲିଙ୍କକୁ ଟ୍ରେସ୍ କରି ରାଜ୍ୟ ବାହାରୁ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି । ମୃତ ମହିଳା ଓ ହତ୍ୟାକାରୀ କେନ୍ଦ୍ରାପଡ଼ା ଅଞ୍ଚଳର ହୋଇଥିବା ଜଣାପଡ଼ିଛି ।
ଦୁଇ ଦିନ ତଳେ ବଣାଇରେ ଗର୍ଭବତୀ ମହିଳାଙ୍କୁ ଗୁଳି କରି ହତ୍ୟା କରିଥିଲା ସ୍ବାମୀ । ଏବେ କନ୍ଧରପୁର ହତ୍ୟାକାଣ୍ଡ ପଛରେ ମଧ୍ୟ ସ୍ବାମୀ ହିଁ ହତ୍ୟାକାରୀ ହୋଇଥିବା ସ୍ପଷ୍ଟ ହୋଇଛି । ପରକୀୟ ପ୍ରୀତି କିଭଳି ଜୀବନ ନେଉଛି ତାହା ଏହି ଦୁଇ ଘଟଣାକୁ ଦେଖିଲେ ବୁଝି ହେଉଛି ।