କାନାଡ଼ାକୁ ମୁହେଁ ମୁହେଁ ଶୁଣାଇ ଦେଲା ଭାରତ: ପ୍ରମାଣ ଦିଅ ନଚେତ୍…
ନୂଆଦିଲ୍ଲୀ,୧୭।୧୦: ଖଲିସ୍ତାନୀ ଆତଙ୍କବାଦୀ ହରଦୀପ ସିଂ ନିଜ୍ଜାରଙ୍କ ହତ୍ୟାକୁ ନେଇ କାନାଡାର ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରୁଡୋଙ୍କ ବିବୃତ୍ତି ବିରୋଧରେ ଭାରତ ଦୃଢ ବିରୋଧ କରିଥିଲା। ଟ୍ରୁଡୋ ସ୍ବୀକାର କରିଛନ୍ତି, ତାଙ୍କ ପାଖରେ କୌଣସି ପ୍ରମାଣ ନାହିଁ। ଏହି ସମୟରେ, ଭାରତୀୟ ବୈଦେଶିକ ମନ୍ତ୍ରଣାଳୟର ମୁଖପାତ୍ର ରାଣଧୀର ଜୟସ୍ବାଲ କହିଛନ୍ତି, ସେପ୍ଟେମ୍ବର ୨୦୨୩ ପରେ କାନାଡା ସରକାର ଭାରତ ସହ କୌଣସି ସୂଚନା ଶେୟାର କରିନାହାଁନ୍ତି। ବୈଦେଶିକ ମନ୍ତ୍ରଣାଳୟ କହିଛି, କାନାଡାର ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରୁଡୋ ଗୁରୁତର ଅଭିଯୋଗ […] The post କାନାଡ଼ାକୁ ମୁହେଁ ମୁହେଁ ଶୁଣାଇ ଦେଲା ଭାରତ: ପ୍ରମାଣ ଦିଅ ନଚେତ୍… appeared first on Dharitri Odia News.
ନୂଆଦିଲ୍ଲୀ,୧୭।୧୦: ଖଲିସ୍ତାନୀ ଆତଙ୍କବାଦୀ ହରଦୀପ ସିଂ ନିଜ୍ଜାରଙ୍କ ହତ୍ୟାକୁ ନେଇ କାନାଡାର ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରୁଡୋଙ୍କ ବିବୃତ୍ତି ବିରୋଧରେ ଭାରତ ଦୃଢ ବିରୋଧ କରିଥିଲା। ଟ୍ରୁଡୋ ସ୍ବୀକାର କରିଛନ୍ତି, ତାଙ୍କ ପାଖରେ କୌଣସି ପ୍ରମାଣ ନାହିଁ। ଏହି ସମୟରେ, ଭାରତୀୟ ବୈଦେଶିକ ମନ୍ତ୍ରଣାଳୟର ମୁଖପାତ୍ର ରାଣଧୀର ଜୟସ୍ବାଲ କହିଛନ୍ତି, ସେପ୍ଟେମ୍ବର ୨୦୨୩ ପରେ କାନାଡା ସରକାର ଭାରତ ସହ କୌଣସି ସୂଚନା ଶେୟାର କରିନାହାଁନ୍ତି।
ବୈଦେଶିକ ମନ୍ତ୍ରଣାଳୟ କହିଛି, କାନାଡାର ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରୁଡୋ ଗୁରୁତର ଅଭିଯୋଗ କରିଛନ୍ତି, କିନ୍ତୁ କୌଣସି ସୂଚନା ଶେୟାର କରାଯାଇ ନାହିଁ। ଗତକାଲି ଜଷ୍ଟିନ ଟ୍ରୁଡୋଙ୍କ ବିବୃତ୍ତି ମଧ୍ୟ ସମାନ ପ୍ରମାଣିତ ହୋଇଛି। ଆମେ ତାଙ୍କର ସମସ୍ତ ଅଭିଯୋଗକୁ ପ୍ରତ୍ୟାଖ୍ୟାନ କରିଛୁ। ଆମର କୂଟନୀତିଜ୍ଞଙ୍କ ସୁରକ୍ଷାକୁ ନେଇ ଆମେ ଚିନ୍ତିତ। ଆମେ ଆମର କୂଟନୀତିଜ୍ଞଙ୍କୁ ଭାରତକୁ ଡାକିଲୁ । ଭାରତ ଏବଂ କାନାଡା ମଧ୍ୟରେ ଅନେକ ପ୍ରକାରର ସମ୍ପର୍କ ଅଛି ଏବଂ ଆମର ଅନେକ ଛାତ୍ର ମଧ୍ୟ ଅଧ୍ୟୟନ କରିବାକୁ ଯାଇଛନ୍ତି।
ବିନା କୌଣସି ଠୋସ୍ ପ୍ରମାଣରେ ଖଲିସ୍ତାନ ବିଚ୍ଛିନ୍ନତାବାଦୀ ନେତା ହରଦୀପ ସିଂ ନିଜ୍ଜାର ହତ୍ୟା ମାମଲାରେ ଭାରତୀୟ ଏଜେଣ୍ଟମାନଙ୍କର ସମ୍ପୃକ୍ତି ଥିବାନେି ଅଭିଯୋଗ କରିଥିଲେ ବୋଲି କାନାଡା ପ୍ରଧାନମନ୍ତ୍ରୀ ଜଷ୍ଟିନ୍ ଟ୍ରୁଡୋ ସ୍ବୀକାର କରିଛନ୍ତି। ସେ କହିଛନ୍ତି, ଗତବର୍ଷ ଏହି ଅଭିଯୋଗ କରିବା ସମୟରେ ତାଙ୍କ ନିକଟରେ କେବଳ ଗୋଇନ୍ଦା ସୂଚନା ରହିଥିଲା। କେତେଜଣ ଭାରତୀୟ କୂଟନୀତିଜ୍ଞ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସରକାରକୁ ସମାଲୋଚନା କରୁଥିବା କାନାଡୀୟ ଲୋକଙ୍କ ସମ୍ବନ୍ଧରେ ସୂଚନା ଏକତ୍ର କରି ଏହାକୁ ଭାରତ ସରକାରଙ୍କ ଉଚ୍ଚ ପଦସ୍ତଅଧିକାରୀ ଓ ଲରେନ୍ସ ବତଷ୍ଣୋଇ ଗ୍ୟାଙ୍ଗ୍ ଭଳି ଆପରାଧିକ ସଙ୍ଗଠନକୁ ପ୍ରଦାନ କରୁଥିଲେ।
The post କାନାଡ଼ାକୁ ମୁହେଁ ମୁହେଁ ଶୁଣାଇ ଦେଲା ଭାରତ: ପ୍ରମାଣ ଦିଅ ନଚେତ୍… appeared first on Dharitri Odia News.