କାନାଡ଼ାରେ ୨୪ ବର୍ଷୀୟ ଭାରତୀୟ ଛାତ୍ରଙ୍କୁ କାର୍ ଭିତରେ ଗୁଳି କରି ହତ୍ୟା
ନୂଆଦିଲ୍ଲୀ,୧୪।୪: କାନାଡାର ଦକ୍ଷିଣ ଭାନକୋଭରରେ ଜଣେ ୨୪ ବର୍ଷୀୟ ଭାରତୀୟ ଛାତ୍ରଙ୍କୁ କାର ଭିତରେ ଗୁଳି କରି ହତ୍ୟା କରାଯାଇଛି। ଏନେଇ ସ୍ଥାନୀୟ ପୋଲିସ ସୂଚନା ଦେଇଛି। ପଡୋଶୀମାନେ ଗୁଳି ଶବ୍ଦ ଶୁଣିବା ପରେ ଯୁବକ ଜଣଙ୍କୁ କାର ଭିତରେ ମୃତ ଅବସ୍ଥାରେ ଦେଖିବାକୁ ମିଳିଥିଲା। “ଏପ୍ରିଲ ୧୨ ରେ ରାତି ପ୍ରାୟ ୧୧ ଟା ସମୟରେ ଅଧିକାରୀମାନେ ପୂର୍ବ ୫୫ ତମ ଆଭେନ୍ୟୁ ଏବଂ ମେନ୍ ଷ୍ଟ୍ରିଟକୁ ଖବର ପାଇ ପହଞ୍ଚିଥିଲେ। ଘଟଣାରେ ଏପର୍ୟ୍ୟନ୍ତ କାହାକୁ […] The post କାନାଡ଼ାରେ ୨୪ ବର୍ଷୀୟ ଭାରତୀୟ ଛାତ୍ରଙ୍କୁ କାର୍ ଭିତରେ ଗୁଳି କରି ହତ୍ୟା appeared first on Dharitri Odia News.
ନୂଆଦିଲ୍ଲୀ,୧୪।୪: କାନାଡାର ଦକ୍ଷିଣ ଭାନକୋଭରରେ ଜଣେ ୨୪ ବର୍ଷୀୟ ଭାରତୀୟ ଛାତ୍ରଙ୍କୁ କାର ଭିତରେ ଗୁଳି କରି ହତ୍ୟା କରାଯାଇଛି। ଏନେଇ ସ୍ଥାନୀୟ ପୋଲିସ ସୂଚନା ଦେଇଛି। ପଡୋଶୀମାନେ ଗୁଳି ଶବ୍ଦ ଶୁଣିବା ପରେ ଯୁବକ ଜଣଙ୍କୁ କାର ଭିତରେ ମୃତ ଅବସ୍ଥାରେ ଦେଖିବାକୁ ମିଳିଥିଲା।
“ଏପ୍ରିଲ ୧୨ ରେ ରାତି ପ୍ରାୟ ୧୧ ଟା ସମୟରେ ଅଧିକାରୀମାନେ ପୂର୍ବ ୫୫ ତମ ଆଭେନ୍ୟୁ ଏବଂ ମେନ୍ ଷ୍ଟ୍ରିଟକୁ ଖବର ପାଇ ପହଞ୍ଚିଥିଲେ। ଘଟଣାରେ ଏପର୍ୟ୍ୟନ୍ତ କାହାକୁ ଗିରଫ କରାଯାଇ ନାହିଁ ଏବଂ ତଦନ୍ତ ଜାରି ରହିଛି ବୋଲି ପୋଲିସ କହିଛି।
ଚିରାଗ ଆଣ୍ଟିଲଙ୍କ ଭାଇ ରୋନିଟ ଗଣମାଧ୍ୟମକୁ କହିଛନ୍ତି ଯେ ସକାଳେ ସେମାନେ ଫୋନରେ କଥା ହେବାବେଳେ ଚିରାଗ ଖୁସି ମନେ ହେଉଥିଲେ। ପରେ ଚିରାଗ କୌଣସି ସ୍ଥାନକୁ ଯିବାକୁ ତାଙ୍କ ଅଡି ବାହାର କରିଥିଲା। ସେତେବେଳେ ତାଙ୍କୁ ଗୁଳି କରି ହତ୍ୟା କରାଯାଇଛି।
ଚିରାଗ ଆଣ୍ଟିଲଙ୍କ ପରିବାର ତାଙ୍କ ମୃତଦେହକୁ ଭାରତକୁ ଫେରାଇ ଆଣିବା ପାଇଁ ଟଙ୍କା ଜମା କରୁଛନ୍ତି ବୋଲି ସ୍ଥାନୀୟ ଗଣମାଧ୍ୟମ ରିପୋର୍ଟ କରିଛି। ଚିରାଗ ଆଣ୍ଟିଲଙ୍କ ଭାଇ ହରିୟାଣା ବାସିନ୍ଦା ରୋମିଟ ଆଣ୍ଟିଲ ସିଟି ନ୍ୟୁଜକୁ କହିଛନ୍ତି ଯେ ସେ ଜଣେ ମେଧାବୀ ଛାତ୍ର ଥିଲେ।
“ମୋର ଭାଇ ଏବଂ ମୋର ବହୁତ ଭଲ ସମ୍ପର୍କ ଥିଲା। ଆମେ ପ୍ରତିଦିନ, ଦିନରାତି କଥାବାର୍ତ୍ତା କରୁଥିଲୁ। ଦୁର୍ଘଟଣା ଘଟିବା ପୂର୍ବରୁ ମୁଁ ତାଙ୍କ ସହ ଶେଷ ଥର କଥା ହୋଇଥିଲି। ସେ ଏକ ପ୍ରକାର ଖୁସି ଥିଲେ, ତାଙ୍କ ସହ କୌଣସି ସମସ୍ୟା କିମ୍ବା ଝଗଡା ହୋଇ ନଥିଲା। ସେ ଜଣେ ଅତ୍ୟନ୍ତ ଭଦ୍ର ବ୍ୟକ୍ତି ଥିଲେ ବୋଲି ରୋମିଟ୍ ଆଣ୍ଟିଲ୍ ସିଟି ନ୍ୟୁଜ୍କୁ କହିଛନ୍ତି।
ସେପ୍ଟେମ୍ବର 2022 ରେ ଚିରାଗ ଆଣ୍ଟିଲ ଭାନକୋଭରକୁ ଆସିଥିଲେ। ସେ ବିଶ୍ୱବିଦ୍ୟାଳୟ କାନାଡା ୱେଷ୍ଟରେ ଏମବିଏ ଶେଷ କରିଥିଲେ ଏବଂ ନିକଟରେ ତାଙ୍କର ଚାକିରୀ କରିବାକୁ ଅନୁମତି ପାଇଥିଲେ।
The post କାନାଡ଼ାରେ ୨୪ ବର୍ଷୀୟ ଭାରତୀୟ ଛାତ୍ରଙ୍କୁ କାର୍ ଭିତରେ ଗୁଳି କରି ହତ୍ୟା appeared first on Dharitri Odia News.