କାନାଡାର ସଂଗୀନ ଅଭିଯୋଗ….ଗ୍ୟାଙ୍ଗଷ୍ଟର ବିଷ୍ଣୋଇ ଲିଙ୍କରେ ଭାରତୀୟ ଏଜେଣ୍ଟ
ନୂଆଦିଲ୍ଲୀ ୧୫/ ୧୦: ଜଟିଳ ହେବାରେ ଲାଗିଛି ଭାରତ-କାନାଡା ବିବାଦ।ଗ୍ୟାଙ୍ଗଷ୍ଟର ଲରେନ୍ସ ବିଷ୍ଣୋଇ ସହ ମିଶି କାମ କରୁଛନ୍ତି ଭାରତୀୟ ଏଜେଣ୍ଟ। ଭାରତ କାନାଡାରୁ ନିଜର କୂଟନୀତିଜ୍ଞଙ୍କୁ ଫେରାଇ ଆଣିବା ନିଷ୍ପତ୍ତିର ମାତ୍ର କିଛି ଘଣ୍ଟା ଯାଇନି ଏପରି ଗୁରୁତର ଅଭିଯୋଗ ଆଣିଛି କାନାଡା ପୁଲିସ। ଭାରତ ସରକାରଙ୍କ ଏଜେଣ୍ଟମାନେ କାନାଡାରେ ଆତଙ୍କ ବିସ୍ତାର କରିବା ପାଇଁ ଲରେନ୍ସ ବିଷ୍ଣୋଇ ସହ ମିଶି କାମ କରୁଥିବା କହିଛି ରୟାଲ କନେଡିୟନ୍ ମାଉଣ୍ଟେଡ୍ ପୁଲିସ । RCMPର ଆସିଷ୍ଟାଣ୍ଟ କମିଶନର ବ୍ରିଗିଟ୍ ଗୌବିନ କହିଛନ୍ତି 'ଆମେ ଦେଖିଛୁ ଯେ ସଂଗଠନରେ ଅପରାଧ ତତ୍ତ୍ବର ବ୍ୟବହାର କରାଯାଉଛି । ସେଥିପାଇଁ ବିଷ୍ଣୋଇ ଗ୍ୟାଙ୍ଗ ଦାୟୀ। କାରଣ ବିଷ୍ଣୋଇ ଗ୍ୟାଙ୍ଗ ଭାରତର ଏଜେଣ୍ଟମାନଙ୍କ ସହିତ ଲିଙ୍କରେ ଅଛି । ସେ ଆହୁରି କହିଛନ୍ତି ସେପ୍ଟେମ୍ବର ୨୦୨୩ ଠାରୁ ଏବେ ସୁଦ୍ଧା ସେ ୧୩ ଜଣ ଲୋକଙ୍କୁ ତାଙ୍କ ଜୀବନ ପ୍ରତି ବିପଦ ଥିବା ଚେତାବନୀ ଦିଆଯାଇଛି । ହତ୍ୟା ମାମଲାରେ ପାଖାପାଖି ୮ ଜଣଙ୍କୁ ଗିରଫ କରାଯାଇଛି। ଏଥିସହ ଅତି କମରେ ୨୨ ଜଣଙ୍କୁ ବଟି ଆଦାୟ ଅଭିଯୋଗରେ ଗିରଫ କରାଯାଇଛି। ଏମାନଙ୍କ ମଧ୍ୟରୁ ଅନେକଙ୍କର ଭାରତ ସରକାରଙ୍କ ସହ ସମ୍ପର୍କ ରହିଛି। ସେପଟେ ଭାରତ ଭିତ୍ତିହୀନ କହି କାନାଡାର ଏହି ଅଭିଯୋଗକୁ ଖଣ୍ଡନ କରିଛି।
ନୂଆଦିଲ୍ଲୀ ୧୫/ ୧୦: ଜଟିଳ ହେବାରେ ଲାଗିଛି ଭାରତ-କାନାଡା ବିବାଦ।ଗ୍ୟାଙ୍ଗଷ୍ଟର ଲରେନ୍ସ ବିଷ୍ଣୋଇ ସହ ମିଶି କାମ କରୁଛନ୍ତି ଭାରତୀୟ ଏଜେଣ୍ଟ। ଭାରତ କାନାଡାରୁ ନିଜର କୂଟନୀତିଜ୍ଞଙ୍କୁ ଫେରାଇ ଆଣିବା ନିଷ୍ପତ୍ତିର ମାତ୍ର କିଛି ଘଣ୍ଟା ଯାଇନି ଏପରି ଗୁରୁତର ଅଭିଯୋଗ ଆଣିଛି କାନାଡା ପୁଲିସ। ଭାରତ ସରକାରଙ୍କ ଏଜେଣ୍ଟମାନେ କାନାଡାରେ ଆତଙ୍କ ବିସ୍ତାର କରିବା ପାଇଁ ଲରେନ୍ସ ବିଷ୍ଣୋଇ ସହ ମିଶି କାମ କରୁଥିବା କହିଛି ରୟାଲ କନେଡିୟନ୍ ମାଉଣ୍ଟେଡ୍ ପୁଲିସ । RCMPର ଆସିଷ୍ଟାଣ୍ଟ କମିଶନର ବ୍ରିଗିଟ୍ ଗୌବିନ କହିଛନ୍ତି 'ଆମେ ଦେଖିଛୁ ଯେ ସଂଗଠନରେ ଅପରାଧ ତତ୍ତ୍ବର ବ୍ୟବହାର କରାଯାଉଛି । ସେଥିପାଇଁ ବିଷ୍ଣୋଇ ଗ୍ୟାଙ୍ଗ ଦାୟୀ। କାରଣ ବିଷ୍ଣୋଇ ଗ୍ୟାଙ୍ଗ ଭାରତର ଏଜେଣ୍ଟମାନଙ୍କ ସହିତ ଲିଙ୍କରେ ଅଛି ।
ସେ ଆହୁରି କହିଛନ୍ତି ସେପ୍ଟେମ୍ବର ୨୦୨୩ ଠାରୁ ଏବେ ସୁଦ୍ଧା ସେ ୧୩ ଜଣ ଲୋକଙ୍କୁ ତାଙ୍କ ଜୀବନ ପ୍ରତି ବିପଦ ଥିବା ଚେତାବନୀ ଦିଆଯାଇଛି । ହତ୍ୟା ମାମଲାରେ ପାଖାପାଖି ୮ ଜଣଙ୍କୁ ଗିରଫ କରାଯାଇଛି। ଏଥିସହ ଅତି କମରେ ୨୨ ଜଣଙ୍କୁ ବଟି ଆଦାୟ ଅଭିଯୋଗରେ ଗିରଫ କରାଯାଇଛି। ଏମାନଙ୍କ ମଧ୍ୟରୁ ଅନେକଙ୍କର ଭାରତ ସରକାରଙ୍କ ସହ ସମ୍ପର୍କ ରହିଛି। ସେପଟେ ଭାରତ ଭିତ୍ତିହୀନ କହି କାନାଡାର ଏହି ଅଭିଯୋଗକୁ ଖଣ୍ଡନ କରିଛି।